ତିଜି ଚିଟଫଣ୍ଡ ଠକଙ୍କ ସୂଚନା ଦେଲେ ପୁରସ୍କାର ଦେବ ଇ.ଓ.ଡବ୍ଲ୍ୟୁ; ଜାରି କଲା ଅଭିଯୁକ୍ତଙ୍କ ଫଟୋ

ରାଜ୍ୟ ପୋଲିସର କ୍ରାଇମବ୍ରାଞ୍ଚ ଇ.ଓ.ଡବ୍ଲ୍ୟୁ ୩ଜଣ ୱାଣ୍ଟେଡ଼ଙ୍କ ତାଲିକା ପ୍ରକାଶ କରିଛି । ସେମାନଙ୍କ ପରିଚୟ ଦେବା ବ୍ୟକ୍ତି ବିଶେଷଙ୍କ ନାମ ଗୋପନ ରଖି ପୁରସ୍କାର କରାଯିବ ବୋଲି ଇ.ଓ.ଡବ୍ଲ୍ୟୁ ପକ୍ଷରୁ ଏକ ପ୍ରେସ ଇସ୍ତହାରରେ କୁହାଯାଇଛି ।

କ୍ରାଇମବ୍ରାଞ୍ଚ ଇ.ଓ.ଡବ୍ଲ୍ୟୁ ୩ଜଣ ୱାଣ୍ଟେଡ଼ଙ୍କ ତାଲିକା ପ୍ରକାଶ କରିଛି (ପ୍ରତୀକାତ୍ମକ ଛବି)

କ୍ରାଇମବ୍ରାଞ୍ଚ ଇ.ଓ.ଡବ୍ଲ୍ୟୁ ୩ଜଣ ୱାଣ୍ଟେଡ଼ଙ୍କ ତାଲିକା ପ୍ରକାଶ କରିଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ପୋଲିସର କ୍ରାଇମବ୍ରାଞ୍ଚ ଇ.ଓ.ଡବ୍ଲ୍ୟୁ ୩ଜଣ ୱାଣ୍ଟେଡ଼ଙ୍କ ତାଲିକା ପ୍ରକାଶ କରିଛି । ସେମାନଙ୍କ ପରିଚୟ ଦେବା ବ୍ୟକ୍ତି ବିଶେଷଙ୍କ ନାମ ଗୋପନ ରଖି ପୁରସ୍କାର କରାଯିବ ବୋଲି ଇ.ଓ.ଡବ୍ଲ୍ୟୁ ପକ୍ଷରୁ ଏକ ପ୍ରେସ ଇସ୍ତହାରରେ କୁହାଯାଇଛି ।

ତିନଜଣ ୱାଣ୍ଟେଡ଼ଙ୍କ ମଧ୍ୟରେ ରହିଛନ୍ତି, ଚିଟଫଣ୍ଡ କମ୍ପାନୀ ‘ସିଷ୍ଟମାଟିସ୍କ ଫାଇନାନସିଆଲ ସରଭିସେସ୍ ପ୍ରାଇଭେଟ ଲିମିଟେଡ’ ନିର୍ଦ୍ଦେଶକ ଆଦିତ୍ୟ ଦାଶ(୪୦) । ଏହି ସଂସ୍ଥା ବିରୁଦ୍ଧରେ ୨୦୧୩ ମସିହାରେ ମାମଲା ରୁଜୁ କରିଥିଲା ଇଓଡବ୍ଲ୍ୟୁ । ଜମାକାରୀଙ୍କୁ ଲୋଭନୀୟ ସ୍କିମ ଦେଖାଇ କୋଟି କୋଟି ଟଙ୍କା ହଡପ କରିବା ପରେ ସଂସ୍ଥାରେ ତାଲା ପଡିଥିଲା । ସେବେଠୁ ଆଦିତ୍ୟ ଫେରାର୍ ରହିଛି । ତାକୁ ଧରିବା ପାଇଁ ଇଓଡବ୍ଲ୍ୟୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିଫଳ ହୋଇଥିଲା । ଆଦିତ୍ୟର ଘର ପୁରି ଜିଲ୍ଲାର ଚାନ୍ଦପୁର ଅଞ୍ଚଳରେ। ଶେଷଥର ପାଇଁ ପୁରୀ ବାଲିସାହିରେ ସେ ରହୁଥିବା ଖବର ପାଇଥିଲା ତଦନ୍ତକାରୀ ଟିମ୍ ।

ସେହିଭଳି ଆଉଜଣେ ଅଭିଯୁକ୍ତ ହେଲେ ତ୍ରୀବେଣି କୁମାର ମହାନ୍ତି (୩୮) । ତ୍ରୀବେଣି ହେଉଛନ୍ତି ଚିଟଫଣ୍ଡ କମ୍ପାନୀ ‘ଷ୍ଟାର କନସଟାନ୍ସି’ର ନିର୍ଦ୍ଦେଶକ । ତ୍ରିବେଣିର ଘର ଭଦ୍ରକ ଧୁଷୁରୀ ସାନଲପୁର । ୨୦୧୨ ମସିହାରୁ ତ୍ରିବେଣୀ ଫେରାର ରହିଛି । ଜମାକାରୀଙ୍କୁ ଲୋଭନୀୟ ସ୍କିମ ଜରିଆରେ କୋଟି କୋଟି ଟଙ୍କା ଡଡପ କରିଥିବା ନେଇ ଅଭିଯୋଗ ରହିଛି । ତ୍ରୀଭେଣୀର ପରିଚୟ ଦେବାକୁ ଇଓଡବ୍ଲ୍ୟୁ ପକ୍ଷରୁ ୭୦୦୮୧୬୦୧୧୪ ନମ୍ବର ଜାରି କରିଛି ।

ତୃତୀୟ ୱାଣ୍ଟେଡ଼ ହେଲେ ଜ୍ୟୋତି ରଂଜନ ବେଉରା ଓରଫ ଗୋଲଡେନ୍ ବାବା(୩୨)। ୨୦୧୯ ମସିହାରେ ଗୋଲଡେନ୍ ବାବା ନାମରେ ମାମଲା ରୁଜୁ କରିଛି ଇଓଡତ୍ଲ୍ୟୁ । ଜ୍ୟୋତି ଟ୍ରେଣ୍ଡିଂ ଆଣ୍ଡ କୋ ନାମକ ସଂସ୍ଥା ଖୋଲି ଲୋକଙ୍କୁ ଜମି ଦେବାକୁ କହି ଠକିଥିବା ନେଇ ଅଭିଯୋଗ ହୋଇଥିଲା । ଜ୍ୟୋତିକୁ ପ୍ରଥମେ କମିଶନରେଟ ପୋଲିସ ପରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରିଥିଲା । ସେବେଠାରୁ ସେ ଫେରାର୍ ରହିଛି । ତାର ପରିଚୟ ଦେବାକୁ ଇଓଡବ୍ଲ୍ୟୁ ୯୪୩୮୧୨୯୬୧୨ ନମ୍ବର ଜାରି କରିଛି ।  ପୁୂର୍ବରୁ ଏହି ତିନିଜଣଙ୍କ ବିରୁଦ୍ଧରେ ନନବେଲେବୁଲ ୱାରେଣ୍ଟ ଜାରି ହୋଇଥିବା ନେଇ ଇଓଡବ୍ଲ୍ୟୁ ପକ୍ଷରୁ କୁହାଯାଇଛି ।
Published by:Soumya Das
First published:
)}