କ୍ରାଇମବ୍ରାଞ୍ଚ STF କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ; ଗିରଫ ହେଲା ସଲିମ ଅହମ୍ମଦ

ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଗତ ବର୍ଷ ଡିସେମ୍ବର ମାସ ୩ ତାରିଖରେ କଟକ ଜିଲା ବାଙ୍କୀ ଅଂଶୁପା ନିକଟରୁ ଏକ କାର ସହ ୧ କିଲୋ ୩୩୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା।

କ୍ରାଇମବ୍ରାଞ୍ଚ STF କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ

କ୍ରାଇମବ୍ରାଞ୍ଚ STF କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫ କବଜାରେ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ। ଆସାମ ପୋଲିସ ଆହାୟତାରେ ଗୌହାଟିରୁ ଗିରଫ ହେଲା ବ୍ରାଉନ ସୁଗର ମାଫିଆ ସଲିମ ଅହମ୍ମଦ। ଅଭିଯୁକ୍ତ ସଲିମ ଘର ମଣିପୁର ମନ୍ତ୍ରୀ ପୋଖରୀ ମୁସଲିମ ବସ୍ତିରେ। ଗିରଫ ପରେ ଅଭିଯୁକ୍ତକୁ ଟ୍ରାଞ୍ଜିଟିକ ରିମାଣ୍ଡରେ ଓଡ଼ିଶା ଆଣିଛି ଏସଟିଏଫ।

ଏସଟିଏଫ ଏସପି କିଶୋର କୁମାର ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଗତ ବର୍ଷ ଡିସେମ୍ବର ମାସ ୩ ତାରିଖରେ କଟକ ଜିଲା ବାଙ୍କୀ ଅଂଶୁପା ନିକଟରୁ ଏକ କାର ସହ ୧ କିଲୋ ୩୩୫ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା।

ଯେଉଁଥିରେ ଦୁଇଜଣ ଅଭିଯୁକ୍ତ କୁ ଗିରଫ କରିଥିଲା ଏସଟିଏଫ। ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳ ଛେଣ୍ଡିପଦା ଅଞ୍ଚଳର ଜୋମେଶ ସାହୁ ଓ ଦେବଗଡ଼ ଅଞ୍ଚଳର ହେମନ୍ତ ପ୍ରଧାନ। ଉଭୟଙ୍କୁ ଜେରା ବେଳେ ସେମାନେ ସଲିମ ମହମ୍ମଦ ଠିକଣା ଦେଇଥିଲେ।

ସଲିମକୁ ଜେରା ବେଳେ ସେ କହିଛି ଯେ ୨୦୧୧ ରୁ ୨୦୧୩ପର୍ଯ୍ୟନ୍ତ ସେ ଓଡ଼ିଶାକୁ ବାରମ୍ବାର ଆସିଛି। ସେତେବେଳେ ସେ ତାଳଚେରରେ ରହି କୋଇଲା ଓ ଗଞ୍ଜେଇ ବେପାର କରୁଥିଲା। ହେଲେ ଅନୁଗୁଳ ଜିଲ୍ଲାରୁ ଗଞ୍ଜେଇ ମୂଳପୋଛ ପରେ ସେ ମଣିପୁର ପଳାଇ ସେଠି କୋଇଲା ବେପାର କରିଥିଲା। ପରେ ବ୍ରାଉନ ସୁଗର ବେପାର ଆରମ୍ଭ କରିଥିଲା। ଏପରିକି ଓଡ଼ିଶାକୁ ଟ୍ରେନ ଯୋଗେ ବ୍ରାଉନ ସୁଗର ଆଣି ଏଠୁ ଗଞ୍ଜେଇ ନେଉଥିଲା।

ଅଭିଯୁକ୍ତ ସଲିମ ମିଆଁମାର , ବାଂଲାଦେଶ ରୁ ବ୍ରାଉନସୁଗର ଓଡିଶା ଆଣୁଥିଲା। ଵିଶେଷ କରି ଟ୍ରେନ ଜରିଆରେ ବ୍ରାଉନସୁଗର ଆଣିବା ପରେ ବିଭିନ୍ନ ଲୋକାଲ ବେପାରୀଙ୍କୁ ଯୋଗାଉ ଥିଲା। ପୂର୍ବରୁ ଜୋମେଶ ଗିରଫ ହୋଇଥିଲା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି ଏସଟିଏଫ ଏସପି ।
Published by:Lipina Das
First published: