କୋରାପୁଟରେ ‘ହାଜତ ହତ୍ୟା’? ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା କ୍ରାଇମ୍ ବ୍ରାଞ୍ଚ୍

Crime Branch books 4 police officers in Koraput in 5 year old case | ଜୟପୁର ପୋଲିସ ଘଟଣାର ତଦନ୍ତ କରିବା ପରେ କହିଥିଲା ଯେ ଏକ ପୋଲିସ ଟିମ୍ ଆକାଶକୁ ଧରିବାକୁ ଯାଉଥିବା ବେଳେ ଏକ ଦୁର୍ଘଟଣାରେ ତା’ର ପ୍ରାଣ ଯାଇଥିଲା । ହେଲେ ପରିବାର ଲୋକେ ତା’ର ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ ।

ଆକାଶ ମହୁରିଆ ଓ (ଡାହାଣ) ଅଭିଯୁକ୍ତ ଚାରି ପୋଲିସ ଅଧିକାରୀ

ଆକାଶ ମହୁରିଆ ଓ (ଡାହାଣ) ଅଭିଯୁକ୍ତ ଚାରି ପୋଲିସ ଅଧିକାରୀ

  • Share this:
News18 Odia Digital

ଭୁବନେଶ୍ୱର: ପ୍ରାୟ ପାଞ୍ଚ ବର୍ଷ ତଳେ କୋରାପୁଟ ଜିଲ୍ଲାର ଜୟପୁର ଥାନାରେ ରୁଜୁ ହୋଇଥିବା ଜଣେ ଯୁବକର ସନ୍ଦେହାସ୍ପଦ ମୃତ୍ୟୁ ମାମଲାର ତଦନ୍ତ କରିବା ଆରମ୍ଭ କରି କ୍ରାଇମ୍‌ ବ୍ରାଞ୍ଚ୍‌ ସେଠାରେ ସେହି ସମୟରେ କାର୍ଯ୍ୟରତ ଚାରି ଜଣ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିଛି । କ୍ରାଇମ୍‌ ବ୍ରାଞ୍ଚ୍‌ ଜଣେ ଅତିରିକ୍ତ ଏସ୍‌.ପି.ଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରି ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣା ଘଟିଥିଲା ୨୦୧୭ ମସିହା ଜାନୁଆରୀ ୩୦ତାରିଖରେ । ମୃତ ଯୁବକ ଆକାଶ ମହୁରିଆଙ୍କ ନାମରେ ଥିଲା ୧୪ଟି ଆପରାଧିକ ମାମଲା । ଜୟପୁର ଥାନା ପୋଲିସ କହିଥିଲା ଯେ ପୋଲିସଠାରୁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ଗାନ୍ଧୀ ଛକ ନିକଟରେ ଆକାଶ ଏକ ଗାଡ଼ି ଦୁର୍ଘଟଣାରେ ପ୍ରାଣ ହରାଇଥିଲା । ହେଲେ ଆକାଶଙ୍କ ମା’ ଓ ପରିବାର ଲୋକେ ପୋଲିସ ଉପରେ ହତ୍ୟା ଅଭିଯୋଗ ଲଗାଇଥିଲେ ଓ ପୋଲିସର ତଦନ୍ତରେ ସନ୍ତୁଷ୍ଟ ନ ହୋଇ କ୍ରାଇମ୍‌ ବ୍ରାଞ୍ଚର ଦ୍ୱାରସ୍ଥ ହୋଇଥିଲେ ।

ଏହା ବି ପଢ଼ନ୍ତୁ | ବାପାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ୍ ସହ ଯାଉଥିବା ଦେଖିଲେ ଦୁଇ ଝିଅ; ଗର୍ଲଫ୍ରେଣ୍ଡକୁ ରାସ୍ତାରେ ପିଟିଲେ

‘‘ମୃତ ଆକାଶଙ୍କ ମା’ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଥିଲା । ଏହି ଘଟଣାରେ ଚାରି ଜଣ ପୋଲିସ ଅଫିସରଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ସେମାନେ ହେଲେ ତତ୍କାଳୀନ ଜୟପୁର ଥାନା ଅଧିକାରୀ ତପନ ନାରାୟଣ ରଥ,  ସବ୍‌-ଇନ୍ସପେକ୍ଟର୍‌ ଶିବ ପ୍ରସାଦ ସାହୁ, ରାଜେଶ ବଳିଆରସିଂ ଓ ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତି,’’ କହିଛନ୍ତି ଜଣେ ବରିଷ୍ଠ କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀ ।

ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ

ସେହି ଘଟଣାର ତଦନ୍ତ କରିବାକୁ ଗଠିତ ହୋଇଥିବା କ୍ରାଇମ୍‌ ବ୍ରାଞ୍ଚର ବିଶେଷ ଟିମର ନେତୃତ୍ୱ କରୁଛନ୍ତି ଅତିରିକ୍ତ ଏସ୍‌.ପି. ରାମଚନ୍ଦ୍ର ଥମ୍ମା । ତଦନ୍ତକାରୀ ଟିମ୍‌ ପୁଣି ଥରେ ମୂଳରୁ ତଦନ୍ତ ଆରମ୍ଭ କରିବ । ପୂର୍ବରୁ ପୋଲିସ କରିଥିବା ତଦନ୍ତକୁ ପ୍ରଥମେ ତଦନ୍ତ କରାଯିବ ।

ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତାଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତାବାପା

‘‘ଏହି ଘଟଣାରେ ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ଗୁରୁତ୍ତ୍ୱପୂର୍ଣ୍ଣ । ସେହି ରିପୋର୍ଟ ଦେଇଥିବା ଡାକ୍ତରମାନ ଟିମକୁ ଆବଶ୍ୟକତା ପଡ଼ିଲେ କ୍ରାଇମ୍‌ ବ୍ରାଞ୍ଚ୍‌ ପଚରାଉଚରା କରିପାରେ । ପୂର୍ବରୁ ପୋଲିସ କରିଥିବା ତଦନ୍ତକୁ ପୁଣି ଥରେ ତଦାରଖ କରିବ କ୍ରାଇମ୍‌ ବ୍ରାଞ୍ଚ୍‌ । ଏହା ସହ ସମ୍ପୃକ୍ତ ଚାରି ଜଣ ପୋଲିସ ଅଧିକାରୀଙ୍କୁ ବି ତଦନ୍ତକାରୀ ଟିମ୍‌ ପଚରାଉଚରା କରିବ,’’ କହିଛନ୍ତି ଅବସରପ୍ରାପ୍ତ ପୋଲିସ ଆଇ.ଜି. ବଟକୃଷ୍ଣ ତ୍ରିପାଠୀ ।

ଏହା ବି ପଢ଼ନ୍ତୁ | ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ମୃତ ଆକାଶଙ୍କ ପରିବାର ଲୋକେ ଏହି ଘଟଣାର ତଦନ୍ତ ଦାୟିତ୍ବ କ୍ରାଇମ୍‌ ବ୍ରାଞ୍ଚ୍‌ ନେବାକୁ ସ୍ୱାଗତ କରିଛନ୍ତି ଓ କ୍ରାଇମ୍‌ ବ୍ରାଞ୍ଚ୍‌ ସେମାନଙ୍କୁ ନ୍ୟାୟ ଦେବ ବୋଲି ଆଶା ପ୍ରକାଶ କରିଛନ୍ତି । ଦୀର୍ଘ ପାଞ୍ଚ ବର୍ଷ ପରେ ଆକାଶଙ୍କ ମୃତ୍ୟୁ କେସ୍‌ ରିଓପନ୍‌ ହେଉଥିବା ଶୁଣି ସେମାନେ ଖୁସି ଅଛନ୍ତି ବୋଲି କହିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅନନ୍ୟା ପାଣ୍ଡେଙ୍କ ଭଉଣୀ ଆଲାନା ପାଣ୍ଡେଙ୍କୁ ତାଙ୍କ ବୟଫ୍ରେଣ୍ଡ୍ ରୋମାଣ୍ଟିକ୍ ଷ୍ଟାଇଲରେ ପ୍ରପୋଜ୍ କଲେ KISS କଲେ

୨୦୧୭ ମସିହା ଜାନୁଆରୀ ୩୦ ତାରିଖରେ କୋରାପୁଟ ଜୟପୁର ସହର ସ୍ଥିତ ଖ୍ରୀଷ୍ଟିଆନପେଟାର ବାସିନ୍ଦା ଆକାଶ ମହୁରିଆଙ୍କ ମୃତ୍ୟୁ ହୋଇଥିଲା । ଜୟପୁର ପୋଲିସ ଘଟଣାର ତଦନ୍ତ କରିବା ପରେ କହିଥିଲା ଯେ ଏକ ପୋଲିସ ଟିମ୍‌ ଆକାଶକୁ ଧରିବାକୁ ଯାଉଥିବା ବେଳେ ଏକ ଦୁର୍ଘଟଣାରେ ତା’ର ପ୍ରାଣ ଯାଇଥିଲା । ହେଲେ ପରିବାର ଲୋକେ ଆକାଶର ମୃତ ଦେହ ଦେଖିବା ପରେ କହିଥିଲେ ଯେ ସେଥିରେ ଥିବା କ୍ଷତ ଚିହ୍ନ ସବୁରୁ ତା’ର ହତ୍ୟା ହୋଇଥିବା ସ୍ପଷ୍ଟ ହେଉଛି । ଆକାଶର ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ, ବରଂ ତାକୁ ହତ୍ୟା କରାଯାଇଥିଲା ବୋଲି ସେମାନେ ଅଭିଯୋଗ କରିଥିଲେ । ଏ ନେଇ କ୍ରାଇମ୍‌ ବ୍ରାଞ୍ଚ୍‌ ସମେତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ପରିବାର ଲୋକେ ।
Published by:Anand S.T. Das
First published: