News18 Odia Digital
ଭୁବନେଶ୍ୱର: ସ୍ୱନାମଧନ୍ୟ ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ସାଇକୋଲୋଜିକାଲ ଅଟୋପ୍ସି (psychological autopsy) ଆରମ୍ଭ କରିଛି ତଦନ୍ତକାରୀ ଏଜେନ୍ସି କ୍ରାଇମ ବ୍ରାଞ୍ଚ l ଏଥି ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟର କିଛି ପ୍ରଫେସର ଓ ବିଶେଷଜ୍ଞଙ୍କୁ ନେଇ ତିଆରି ହୋଇଛି ଏକ କମିଟି l
ସାଇକୋଲୋଜିକାଲ ଅଟୋପ୍ସିରେ ମୃତ୍ୟୁ ପୂର୍ବରୁ କେମିତି ଥିଲା ଆଦିତ୍ୟଙ୍କ ମାନସିକ ସ୍ଥିତି, ସୁଇସାଇଡ ନୋଟ ସେ କୌଣସି ଚାପରେ ଆସି ଲେଖିଥିଲେ କି ନିଜ ଇଚ୍ଛାରେ ଲେଖିଥିଲେ, ଏବଂ ଯଦି ଏହା ଏକ ଆତ୍ମହତ୍ୟା ଥିଲା ତେବେ ଏଥି ପାଇଁ କିଏ ଦାୟୀ ବୋଲି ସୁହାଯାଇପାରିବ ସେ ସମ୍ପକରେ ଟିକିନିକି ତର୍ଜମା କରାଯିବ l
ଓଡ଼ିଶା ପୋଲିସ ଇତିହାସରେ ସାଇକୋଲୋଜିକାଲ ଅଟୋପ୍ସି ପୂର୍ବରୁ ମାତ୍ର ଦୁଇ ତିନୋଟି ମାମଲାରେ ହୋଇଛି l ଆଦିତ୍ୟ ଦାଶଙ୍କ ମାମଲାରେ ସାଇକୋଲୋଜିକାଲ ଅଟୋପ୍ସିରେ ମୁଖ୍ୟତଃ ଚାରିଟି ଦିଗ ଉପରେ କମିଟି ଫୋକସ କରିବ l
ମନସ୍ତତ୍ୱବିଦମାନଙ୍କ କମିଟି ତର୍ଜମା କରି ସ୍ପଷ୍ଟ କରିବ ମୃତ୍ୟୁ ପୂର୍ବରୁ ଆଦିତ୍ୟଙ୍କ ମାନସିକ ସ୍ଥିତି ଓ ଚିନ୍ତାଧାରା କ’ଣ ଥିଲା ଓ ସେ କୌଣସି ମାନସିକ ରୋଗରେ ପୀଡ଼ିତ ଥିଲେ କି ନାହିଁ । ଆଦିତ୍ୟ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଥିଲେ କି ବୋଲି ଜାଣିବାକୁ କ୍ରାଇମ୍ ବ୍ରାଞ୍ଚ ବି ଚେଷ୍ଟା କରୁଛି । ଏଥି ପାଇଁ ଆଦିତ୍ୟଙ୍କ ପରିବାର ସଦସ୍ୟ, ସାଙ୍ଗସାଥୀ, ତାଙ୍କ ଘରକୁ ଯିବା ଆସିବା କରୁଥିବା ଲୋକ ଯେପରିକି କ୍ଷୀରବାଲା, ପେପର ବାଲା ଓ ଚାକର ଆଦିଙ୍କ ସହ ପଚରାଉଚରା କରାଯିବ l

କ୍ରାଇମ୍ ବ୍ରାଞ୍ଚ୍ ତଦନ୍ତ ଭାର ନେବା ପରେ ପ୍ରଥମେ ରେଳ ଧାରଣାରେ ପହଞ୍ଚି ଅନୁଧ୍ୟାନ କରିଥିଲା ।
ମନସ୍ତତ୍ୱବିଦମାନଙ୍କ କମିଟି ପାଇଁ ସବୁ ଠାରୁ ବଡ଼ ଚ୍ୟାଲେଞ୍ଜ ହେବ ଜବତ ହୋଇଥିବା ସୁଇସାଇଡ ନୋଟ୍ ବିଷୟରେ ନିଷ୍କର୍ଷରେ ପହଞ୍ଚିବା । ଏହି ନୋଟ୍ ଆଦିତ୍ୟ ନିଜେ ଲେଖିଥିଲେ ନା କୌଣସି ଚାପରେ ଆସି ଲେଖିଥିଲେ ତାହା ଜାଣିବା ବଡ଼ କାମ ହେବ l ଚାପରେ ଆସି ଜଣେ ବ୍ୟକ୍ତି କଣ ଚାରି ପୃଷ୍ଠା ଲେଖିପାରିବ? ସୁଇସାଇଡ ନୋଟ ଉପରେ ଅଧିକ ଫୋକସ ଦିଆଯିବ l
ତା’ ଛଡ଼ା ମୃତ୍ୟୁ ପୂର୍ବରୁ ଆଦିତ୍ୟଙ୍କ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ ହୋଇଥିବା ଲେଖା ‘‘ମୃତ୍ୟୁ ଯେତେବେଳେ ଆସେ...’’ ବିଷୟରେ ବି ତର୍ଜମା କରାଯିବ l ଏ ପର୍ଯ୍ୟନ୍ତ କ୍ରାଇମ୍ ବ୍ରାଞ୍ଚ ସ୍ପଷ୍ଟ କରି ପାରି ନାହିଁ ଏହି ଲେଖା ଆଦିତ୍ୟ ନିଜେ ଲେଖିଥିଲେ ନା ତାଙ୍କ ଫେସବୁକ୍ ଆକାଉଣ୍ଟରେ ତାଙ୍କ ମୋବାଇଲ୍ ଫୋନରୁ ଆଉ କେହି ଲେଖିଥିଲା ।
ଆଦିତ୍ୟ ପୂର୍ବରୁ କେବେ ଆତ୍ମହତ୍ୟା ଉଦ୍ୟମ କରିଥିଲେ କି ନାହିଁ ତାହା ଜାଣିବାକୁ ବି କ୍ରାଇମ୍ ବ୍ରାଞ୍ଚ ଚେଷ୍ଟା କରୁଛି । ସାଇକୋଲୋଜିକାଲ ଅଟୋପ୍ସି ବେଳେ ମୃତ୍ୟୁ ପୂର୍ବରୁ ଆଦିତ୍ୟଙ୍କ ମସ୍ତିଷ୍କରେ କ’ଣ ସବୁ ଘଟୁଥିଲା ତାହାର ତର୍ଜମା କରିବ କମିଟି ଓ ନିଜର ରିପୋର୍ଟ କ୍ରାଇମ ବ୍ରାଞ୍ଚକୁ ଦେବେ l
ଏହା ବି ପଢ଼ନ୍ତୁ | ଆସିଗଲା ଅନଲକ୍-୪ ଗାଇଡଲାଇନ୍; କଣ୍ଟେନମେଣ୍ଟ ଜୋନ୍ ବାହାରେ ହୋଇପାରିବନି ଲକଡାଉନ୍ଏହା ବି ପଢ଼ନ୍ତୁ | SSR Case: ହସ୍ପିଟାଲ୍ କର୍ମଚାରୀ କହିଲେ ସୁଶାନ୍ତଙ୍କ ବେକରେ ଛୁଞ୍ଚି ଫୋଡ଼ା ହେବାର ଚିହ୍ନ ଥିଲା ଓ ଗୋଡ଼ ଭାଙ୍ଗି ଯାଇଥିଲା‘‘ସାଇକୋଲୋଜିକାଲ୍ ଅଟୋପ୍ସି ଦ୍ଵାରା ଅନେକ ତଥ୍ୟ ଯାହା ତଦନ୍ତ ବେଳେ ସନ୍ଦେହ ଘେରରେ ରହିଯାଇଛି କିମ୍ବା ଉନ୍ମୋଚିତ ହୋଇ ପାରିନି ତାହା ଜଣାପଡିବ,’’ କହିଛନ୍ତି ଉତ୍କଳ ବିଶ୍ଵବିଦ୍ୟାଳୟର ସାଇକୋଲୋଜି ବିଭାଗର ପ୍ରଫେସର ପ୍ରତାପ ରଥ ।
ଦେଶରେ ଆଜି ପର୍ଯ୍ୟନ୍ତ ସାଇକୋଲୋଜିକାଲ ଅଟୋପ୍ସି ତିନୋଟି ଅତି-ସମ୍ବେଦନଶୀଳ ମାମଲାରେ କରାଯାଇଛି l ୨୦୧୮ରେ ନୂଆ ଦିଲ୍ଲୀର ବୁରାଡ଼ିର ଲଳିତ ଭାଟିଆଙ୍କ ପରିବାରର ୧୧ ଜଣ ସଦସ୍ୟଙ୍କ ଆତ୍ମହତ୍ୟା ମାମଲାରେ କରାଯାଇଥିଲା ସାଇକୋଲୋଜିକାଲ ଅଟୋସ୍ପି l ବହୁଚର୍ଚ୍ଚିତ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ବି ସିବିଆଇ ସାଇକୋଲୋଜିକାଲ୍ ଅଟୋପ୍ସି କରିଥିଲା l ଏବେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବି ସାଇକୋଲୋଜିକାଲ ଅଟେlପ୍ସି କରିବା ଯୋଜନା ରଖିଛି ସିବିଆଇ l
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।