ଦୁଇ ଦିବଂଗତ ସାମ୍ବାଦିକଙ୍କ ସ୍ମୃତିକୁ ମନେ ପକାଇଲା କମିଶନରେଟ ପୋଲିସ

ଦିବଂଗତ ଦୁଇ ସାମ୍ବାଦିକ ପ୍ରବୀର ପ୍ରଧାନ ଓ ଅରିନ୍ଦମ ଦାସଙ୍କ ସ୍ମୃତି ଅବସରରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଏହି ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅତିରିକ୍ତ କମିଶନର ଉମାଶଙ୍କର ଦାଶ୍ ଯୋଗ ଦେଇଥିଲେ ।

ଦୁଇ ଦିବଂଗତ ସାମ୍ବାଦିକଙ୍କ ସ୍ମୃତିକୁ ମନେ ପକାଇଲା କମିଶନରେଟ ପୋଲିସ

ଦୁଇ ଦିବଂଗତ ସାମ୍ବାଦିକଙ୍କ ସ୍ମୃତିକୁ ମନେ ପକାଇଲା କମିଶନରେଟ ପୋଲିସ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଡ୍ୟୁଟି ଭିତରେ ସମୟ ବାହାର କରି କ୍ରିକେଟ ପଡିଆରେ କ୍ରିକେଟ ଖେଳିଲେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧି । ଆଜି ଚନ୍ଦକା ଥାନା ଅନ୍ତର୍ଗତ ବିକାଶ ସ୍କୁଲ ଖେଳ ପଡିଆରେ ଦିବଂଗତ ଦୁଇ ସାମ୍ବାଦିକ ପ୍ରବୀର ପ୍ରଧାନ ଓ ଅରିନ୍ଦମ ଦାସଙ୍କ ସ୍ମୃତି ଅବସରରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଏହି ଉତ୍ସବରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଓ ଅତିରିକ୍ତ କମିଶନର ଉମାଶଙ୍କର ଦାଶ ଯୋଗ ଦେଇଥିଲେ ।

ପ୍ରଥମେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପ୍ରିଣ୍ଟ ମିଡ଼ିଆ ମଧ୍ୟରେ ଖେଳା ଯାଇଥିଲା ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ । ପ୍ରିଣ୍ଟ ମିଡ଼ିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ଓଭରରେ ୧୩୪ରନ କରିଥିଲା । ପରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ବ୍ୟାଟିଂ କରି ୮୦ରନରେ ଅଲ ଆଉଟ ହୋଇ ପରାଜୟ ବରଣ କରିଥିଲା । ପ୍ରିଣ୍ଟମିଡ଼ିଆ ତରଫରୁ ଖେଳୁଥିବା ହିତେଶ ସର୍ବାଧିକ ୩୯ରନ କରିବା ସହିତ ଗୋଟିଏ ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ସେହିପରି ଦ୍ୱିତୀୟ ମ୍ୟାଚ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଏବଂ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ସହିତ ୧୦୧ରନ କରିଥିଲା । ଦଳ ପକ୍ଷରୁ ଏସିପି ରଜତ ରାୟ ସର୍ବାଧିକ ରନ କରିଥିଲେ । ଇଲକ୍ଟ୍ରୋନିକ୍ସ ମିଡ଼ିଆ ପକ୍ଷରୁ ସୁବାସ, ସୁନୀଲ , ଆଲୋକ, ଓ ସୌମ୍ୟଜିତ ସୁନ୍ଦର ବୋଲିଂ କରିଥିଲେ ।

୧୦୨ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିବା ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଆରମ୍ଭରୁ ଦୁଇ ଓପନର ବିସ୍ଫୋରକ ବ୍ୟାଟିଂ କରିଥିଲା । ଯାହା ଫଳରେ ଦଳ ୮ଓଭରରେ ଗୋଟିଏ ୱିକେଟ ହରାଇ ବିଜୟ ଲାଭ କରିଥିଲା । ଦଳ ପକ୍ଷରୁ ଦୀପକ ସର୍ବାଧିକ ୪୭ରନ ଅପରାଜିତ ରହି କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲା ବେଳେ ସରୋଜ ଓ ସୁବାସ ବିସ୍ଫୋରକ ବ୍ୟାଟିଂ କରିଥିଲେ । ଆଜି ଖେଳା ଯାଇଥିବା ଏହି ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚରେ ଭୁବନେଶ୍ୱର ଡିସିପି ଶ୍ରୀ ପ୍ରତୀକ ସିଂହ ବେଷ୍ଟ କ୍ୟାପଟେନ ଘୋଷିତ ହୋଇଥିବା ବେଳେ ଅତିରିକ୍ତ ଡିସିପି ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ ବେଷ୍ଟ ସିନିଅର ପ୍ଲେୟାର ଭାବେ ମନୋନୀତ ହୋଇଥିଲେ ।

ସୂଚନା ଥାଉକି , " ପ୍ରବୀର ଓ ଅରିନ୍ଦମ " ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଗତ ୩୦.୦୧.୨୦୨୨ ରିଖରେ ପ୍ରଥମ କରି ଆରମ୍ଭ କରାଯାଇଥିବା ବେଳେ ଆଜି ଏହାର ଦ୍ଵିତୀୟ ଟୁର୍ଣ୍ଣାମେଣ୍ଟ ଥିଲା । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ହେବା ଦ୍ବାରା ପୋଲିସ ଏବଂ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥିଲା । ଏହିପରି ଟୁର୍ଣ୍ଣାମେଣ୍ଟ ଆଗକୁ ମଧ୍ୟ ଖେଳା ଯିବା ନେଇ ପ୍ରୟାସ ଜାରି ରହିଛି ।
Published by:Soubhagya Mishra
First published: