News 18 Odia Digital
ନୂଆଦିଲ୍ଲୀ; ଗାଇ ଚୋରା ଚାଲାଣ ମାମଲାରେ ଗୁଜୁରାଟର (Gujurat) ତାପି କୋର୍ଟ ଅପରାଧୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଗାଇ ଚୋରା ଚାଲାଣ ( cow trafficking case) ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିବାବେଳେ ତାପିର ଅଧିବେଶନ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ଗାଇ ହତ୍ୟା ବନ୍ଦ ହୋଇଯାଏ ତେବେ ପୃଥିବୀର ସମସ୍ତ ସମସ୍ୟା ଦୂର ହେବ। ତାପି କୋର୍ଟ ସଂସ୍କୃତର ଅନେକ ପଦ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।
ଗାଇ ଚୋରା ଚାଲାଣ ମାମଲାରେ ତାପି ସେସନ୍ସ କୋର୍ଟ ୨୨ ବର୍ଷିୟ ମହମ୍ମଦ ଅମିନ ଆରିଫଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଦାଲତ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଧର୍ମ, ଗାଇରୁ ସୃଷ୍ଟି । କାରଣ ଧର୍ମ, ବୃଷଭଙ୍କ ରୂପରେ ଥାନ୍ତି ଓ ଗାଇଙ୍କ ପୁଅକୁ ବୃଷଭ କୁହାଯାଏ। ତାପି ସେସନ୍ସ କୋର୍ଟର ବିଚାରପତି ଏସ୍.ଭି ବ୍ୟାସ ମଧ୍ୟ କହିଛନ୍ତି ଯେ, ଆଣବିକ ବିକିରଣ ମଧ୍ୟ ଗାଇ ଗୋବରରେ ଲିପା ହୋଇଥିବା ଘର ଉପରେ ପ୍ରଭାବ ପକାଇବ ନାହିଁ । ଗାଇର ମୂତ୍ର ପିଇବା ଦ୍ୱାରା ଅନେକ ଗମ୍ଭୀର ରୋଗ ମଧ୍ୟ ଭଲ ହୋଇପାରେ ।
ଗାଇ ଚୋରା ଚାଲାଣ ମାମଲାରେ ଏହି ରାୟ ଦେବାବେଳେ ସେ ଗାଇ ହତ୍ୟା ଓ ଗୋରୁ ଚୋରା ଚାଲାଣ ଘଟଣା ସମାଜ ପାଇଁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେସନ୍ କୋର୍ଟର ବିଚାରପତି ଏସ୍.ଭି ବ୍ୟାସ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଗାଇ କେବଳ ପଶୁ ନୁହେଁ, ବରଂ ସେ ମା' ମଧ୍ୟ । ଗାଇଙ୍କୁ ମା' ବୋଲି କୁହାଯାଏ । ସେ ଏହା ମଧ୍ୟ କହିଛନ୍ତି ଯେ, ଗୋଟିଏ ଗାଇ ହେଉଛି ୬୮ କୋଟି ପବିତ୍ର ସ୍ଥାନ ଓ ୩୩ କୋଟି ଦେବତାଙ୍କର ଜୀବନ୍ତ ଗ୍ରହ।
ତାପି ସେସନ୍ସ କୋର୍ଟର ବିଚାରପତି କହିଛନ୍ତି ଯେ, ଯେଉଁ ଦିନ ଗୋଟିଏ ବି ବୁନ୍ଦା ଗାଇର ରକ୍ତ ପୃଥିବୀ ଉପରେ ପଡ଼ିବ ନାହିଁ, ସେହିଦିନ ପୃଥିବୀର ସମସ୍ତ ସମସ୍ୟାର ସମାଧାନ ହେବ ଓ ପୃଥିବୀରେ ସୁସ୍ଥତା ପ୍ରତିଷ୍ଠା ହେବ। ଗୁଜୁରାଟୀ ଭାଷାରେ ଲେଖାଯାଇଥିବା ତାଙ୍କ ଆଦେଶରେ ସେ ଏହା ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ଗୋସମ୍ପଦର ୭୫ ପ୍ରତିଶତ ନଷ୍ଟ ହୋଇଯାଇଛି। ବର୍ତ୍ତମାନ କେବଳ ୨୫% ଗୋସମ୍ପତ୍ତି ବାକି ଅଛି ।
ପଢ଼ନ୍ତୁ ପୂରା ଖବର -
http://ଅଦରକାରୀ ଲୁହାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ କଳାକୃତି; ବିଭିନ୍ନ ମହଲରେ ପ୍ରଶଂସାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।