Coronavirus: ନିୟନ୍ତ୍ରଣକୁ ଆସୁନି ସଂକ୍ରମଣ; ଦିନକରେ ଚିହ୍ନଟ ହେଲା ୧୧,୦୮୬ ନୂଆ ମାମଲା

Corona in Odisha: ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧,୦୬୧ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୩,୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦିନକରେ ଚିହ୍ନଟ ହେଲା ୧୧,୦୮୬ ନୂଆ କରୋନା ମାମଲା

ଦିନକରେ ଚିହ୍ନଟ ହେଲା ୧୧,୦୮୬ ନୂଆ କରୋନା ମାମଲା

  • Share this:
News18 Odia Digital

ଭୁବନେଶ୍ବର: ଥମିବାର ନାଁ ନେଉନାହିଁ କୋରନା ସଂକ୍ରମଣ । ରାଜ୍ୟରେ ବଢ଼ିଚାଲିଛି ଏହାର ପ୍ରଭାବ । ରାଜ୍ୟରେ ୧୧,୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସଂଗରୋଧରୁ ୬,୪୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୪,୬୫୫ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୧,୦୬୧ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୩,୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୁଳରୁ ୧୩୯, ବାଲେଶ୍ୱର ୩୨୩, ବରଗଡ ୧୨୫, ଭଦ୍ରକ ୧୩୨, ବଲାଙ୍ଗିର ୩୦୦, ବୌଦ୍ଧ ୮୩, କଟକ ୭୬୬, ଦେବଗଡ ୫୩, ଢେଙ୍କାନାଳ ୧୫୭, ଗଜପତିରୁ ୯୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୧୧୬, ଜଗତସିଂହପୁର ୨୭୩, ଯାଜପୁର ୨୭୫, ଝାରସୁଗୁଡା ୧୩୨, କଳାହାଣ୍ଡି ୨୫୩, କନ୍ଧମାଳ ୫୧, କେନ୍ଦ୍ରାପଡା ୮୫, କେନ୍ଦୁଝରରେ ୨୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ୧୭ ତାରିଖରେ ୧୦,୪୮୯ ସଂକ୍ରମିତ ହେଉଥିବା ବେଳେ ୭୦,୧୧୭ ଟେଷ୍ଟିଂ ହୋଇଥିଲା। ଆଉ ୧୬ ତାରିଖରେ ୧୧,୧୭୭ ସଂକ୍ରମଣ ଥିବାବେଳେ ୭୭,୧୨୦ ଟେଷ୍ଟିଂ ହୋଇଥିଲା।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ସଂକ୍ରମଣର ଡବଲିଂ ଟାଇମ କମିଛି। ଗ୍ରୋଥ ରେଟ ବି କମିଛି। ବର୍ତ୍ତମାନ ରାଜ୍ୟରେ ୭୫,୦୦୦ ଆକ୍ଟିଭ କେସ ଥିବା ବେଳେ ମାତ୍ର ୧,୨୦୦ ହସ୍ପିଟାଲାଇଜେସନ ଅଛି। ବର୍ତ୍ତମାନ ହସ୍ପିଟାଲ ଉପରେ କିଛି ଚାପ ନାହିଁ। ସଂକ୍ରମଣ କମ୍ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି। ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଦ୍ବିତୀୟ ଲହର ପରି ଖୋର୍ଦ୍ଧା, ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି। ଆରଟି ପିସିଆର କିଟ୍ ପରି ଓମିସ୍ୟୁର କିଟ୍ ସବୁ ଜିଲ୍ଲାକୁ ବଣ୍ଟାଯିବ। ଔଷଧ ନିଗମ ଏ ନେଇ ତଥ୍ୟ ଦେବ। ଥଣ୍ଡା କାଶ ହେଲେ ନିଜକୁ ଆଇସୋଲେଟ୍ କରି ରଖିବା ସହ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଅଯଥା କୌଣସି ଔଷଧ ନଖାଇ ବିଶେଷଜ୍ଞଙ୍କ ପରାମର୍ଷ କ୍ରମେ ଔଷଧ ଖାଆନ୍ତୁ ବୋଲି ସେ କହିଛନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି, "ସାମାନ୍ୟ ଲକ୍ଷଣ ରହୁଥିବାରୁ ଲୋକେ ଅଧିକ ଟେଷ୍ଟ କରୁନାହାଁନ୍ତି। ରବିବାର ଥିବାରୁ ଟେଷ୍ଟ କମିଥିବାରୁ ସୋମବାର ସଂକ୍ରମଣ କମିଥିଲା। କିନ୍ତୁ ଯେଉଁ ସ୍ପୀଡ଼ରେ ବ୍ୟାପୁଥିଲା ତାହା କମିଛି। ଆର ଭ୍ୟାଲୁ ମଧ୍ୟ କମି ଚାଲିଛି। ବର୍ତ୍ତମାନ ମୁମ୍ବାଇ, ଦିଲ୍ଲୀରେ ପିକ କରିସାରିଲାଣି। ୨୫ ତାରିଖ ଆଡକୁ ରାଜ୍ୟରେ ପିକ୍ ହୋଇପାରେ। ତେଣୁ ଆଗାମୀ ୭-୮ ଦିନ ଗୁରୁତ୍ତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ସଂକ୍ରମଣ ସାମାନ୍ୟ ବଢ଼ିବ। କିନ୍ତୁ ପୂର୍ବରୁ ଯେତିକି ବଢ଼ିବ ବୋଲି ଆଶା କରାଯାଉଥିଲା ସେମିତି ବଢ଼ିବନି। ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଏତେ ଚାପ ପଡ଼ିବନି। ଅଧିକ କିଛି କଟକଣା ଆବଶ୍ୟକ ହେବନି। ହୁଏତ ଜୁନ ଆଡକୁ ମାସ୍କ ଆବଶ୍ୟକ ପଡ଼ିନପାରେ। କିନ୍ତୁ ଘରେ ଘରେ ଯେପରି ଥଣ୍ଡା କାଶ ହେଉଛି ଏତେ ଚିନ୍ତାଜନକ ନୁହେଁ।’’
Published by:Lipina Das
First published: