ଢେଙ୍କାନାଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ

ଢେଙ୍କାନାଳ ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୫୬ ଜଣ ଛାତ୍ରଛାତ୍ରୀଙ୍କ କୋଭିଡ୍ ପଜିଟିଭ୍ ଚିହ୍ନଟ ଘଟଣାକୁ ନେଇ ରାଜ୍ୟବ୍ୟାପୀ ଅଭିଭାବକମାନେ ପିଲାଙ୍କ ସୁରକ୍ଷା ନେଇ ଚିନ୍ତାରେ ।

ଢେଙ୍କାନାଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

ଢେଙ୍କାନାଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ୫୬ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍

  • Share this:
News18 Odia Digital

ଢେଙ୍କାନାଳ: ଜିଲ୍ଲାରେ ପ୍ରଥମ ଥର ପାଇଁ ଶିକ୍ଷାନୁଷ୍ଠାନରେ ଏକା ସାଙ୍ଗରେ ୫୬ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରର ୨ ନମ୍ବର ୱ।ର୍ଡ଼ କୁଞ୍ଜକାନ୍ତ ନିକଟରେ ରହିଥିବା ସାଇକୃପା ନାମକ ଏକ ବିଜ୍ଞାନ ଆବାସିକ ମହାବିଦ୍ୟାଳୟରୁ ଏହି ଛାତ୍ରଛାତ୍ରୀମାନେ ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସେହି ଅଞ୍ଚଳକୁ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ପ୍ରଥମେ ଗତ ମାସ ୨୯ରେ କଲେଜର ଚାରି ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିଲେ। ପରେ କଲେଜର ତିନୋଟି ଯାକ ହଷ୍ଟେଲର ୨୬୦ ଅନ୍ତେବାସୀଙ୍କ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱ।ବ୍ ସଂଗ୍ରହ କରାଯାଇଥିଲା। ବୁଧବାର ଦିନ ୨୧୦ ଜଣ ଛାତ୍ରଛାତ୍ରୀଙ୍କ ଆସିଥିବା ରିପୋର୍ଟରେ ୩୩ ଜଣ ଛାତ୍ରଛାତ୍ରୀ ପଜିଟିଭ ଥିବା ଜଣାପଡ଼ିଥିଲା। ପରେ ତୃତୀୟ ଓ ଚତୁର୍ଥ ପର୍ଯାୟରେ ବାକି ୫୦ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ଆସିବା ପରେ ୧୯ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ।

କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା କୁଞ୍ଜକାନ୍ତ ଅଞ୍ଚଳରେ ଦଶ ଦିନ ପର୍ଯ୍ୟନ୍ତ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ପନିପରିବା, ତେଜରାତି, ଔଷଧ ଓ ଦୁଗ୍ଧ ଦୋକାନୀକୁ ଛାଡ଼ି ଦେଲେ ବାକି ସବୁ ବ୍ୟବସାୟିକ ପ୍ରତିଷ୍ଠାନକୁ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇ ବନ୍ଦ କରି ଦିଆଯାଇଛି।

ସ୍ଥାନୀୟ ଲୋକଙ୍କୁ ଅନାବଶ୍ୟକ ଭାବେ ପଦାକୁ ନଆସିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ସରୋଜ କୁମାର ସେଠୀ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପୌରପାଳିକା ପକ୍ଷରୁ କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ କଲେଜ ଅଧ୍ୟକ୍ଷ ଓ ମାଲିକ ଅନ୍ନଦା ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଛି।

ସାଇକୃପା କଲେଜରୁ ନିଜ ନିଜ ଘରକୁ ପଳାଇ ଯାଇଥିବା ପିଲାଙ୍କ ଠିକଣା ସହିତ ଫୋନ ନମ୍ବର କଲେଜ କର୍ତ୍ତୁପକ୍ଷଙ୍କୁ ମଗାଯାଇ ନିକଟସ୍ଥ ତହସିଲଦାର ବି.ଡି.ଓ.ମାନଙ୍କୁ ସେମାନଙ୍କ ଉପରେ ନଜର ରଖିବାକୁ କୁହାଯାଇଛି।

"ଏକା ସାଙ୍ଗରେ ଏତେ ସଂଖ୍ୟକ ପିଲା ପଜିଟିଭ ଆସିବା ପରେ କଲେଜର ସୁରକ୍ଷା ସହିତ କରୋନା ଗାଇଡଲାଇନ ଓ ପରିସ୍କାର ପରିଛନ୍ନା ଉପରେ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ। ଯଦି ସମସ୍ତ ପିଲାଙ୍କୁ ସଠିକ କରୋନା ଗାଇଡଲାଇନ ଭିତରେ ରହିଥାନ୍ତେ ତେବେ ହୁଏତ ଏଭଳି ସ୍ଥିତି ଉପୁଜି ନଥାନ୍ତା,’’ କହିଛନ୍ତି ଅଭିଭାବକ ପ୍ରାଣବନ୍ଧୁ ଦାସ।"

"ଏତେ ସଂଖ୍ୟାରେ ଛାତ୍ରଛାତ୍ରୀ କୋରୋନା କବଳିତ ହେବା ପରେ ପ୍ରଶାସନ ପକ୍ଷରୁ ହଷ୍ଟେଲରେ ଥିବା ବାକି ଶିକ୍ଷାର୍ଥୀମାନଙ୍କର ପାଞ୍ଚ ଦିନ ବ୍ୟବଧାନରେ ଆରଟିପିସିଆର ଟେଷ୍ଟ ପାଇଁ କଲେଜ କର୍ତ୍ତୁପକ୍ଷଙ୍କୁ କୁହା ଯାଇଥିଲା। କିନ୍ତୁ ସେ ଏହାକୁ ଅମାନ୍ୟ କରି ସମସ୍ତ ପିଲାଙ୍କୁ ଘରକୁ ପଠାଇ ଦେଇଥିବା ଜଣାପଡ଼ିଛି। ଫଳରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ନେଇ ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। କରୋନା ଗାଇଡଲାଇନ ଉଲ୍ଲଘଂନ ଅଭିଯୋଗରେ କଲେଜ କର୍ତ୍ତୁପକ୍ଷଙ୍କ ନାମରେ ଢେଙ୍କାନାଳ ଟାଉନଥାନାରେ ଅଭିଯୋଗ କରାଯାଇଛି,’’ କହିଛନ୍ତି ପୌର ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ।
Published by:Lipina Das
First published:
)}