​ସତର୍କ ନହେଲେ ସାଂଘାତିକ; କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ୮୦୦ ପାର୍

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୦ ପାର୍ କରିଛି । ୧୮ ବର୍ଷରୁ କମ୍ ବୟସର ୭୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା ।

  • Share this:
News 18 Odia Digital

ଭୁବନେଶ୍ୱର; ସୂଚନା ଓ ଲୋକସମ୍ପର୍କ ବିଭାଗ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୦ ପାର୍ କରିଛି । ଗତକାଲିର ରିପୋର୍ଟ ଅନୁସାରେ​ ସଂକ୍ରମିତଙ୍କ ସଂଖ୍ୟା ୭୪୩ ଥିଲା । କିନ୍ତୁ ଅଚାନକ ସଂଖ୍ୟା ବୃଦ୍ଧି ହେବେ ଚିନ୍ତାର କାରଣ ପାଲଟିଛି । ସ୍ଥାନୀୟ ସଂକ୍ରମଣରୁ ୩୩୩ ଚିହ୍ନଟ ହୋଇଥିବା ବେଳେ ସଂଗରୋଧ କେନ୍ଦ୍ରରୁ ୪୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବୟସର ୭୧ ଜଣ କରୋନା ସଂକ୍ରମିତ ହୋଇଛନ୍ତି ।

ରାଜ୍ୟର ୨୬ଟି ଜିଲ୍ଲାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪ଟି ଜିଲ୍ଲାରୁ କୌଣସି ରିପୋର୍ଟ ଆସିନାହିଁ । ସମୁଦାୟ ୮୦୪ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧାରେ ୩୦୭ ଚିହ୍ନଟ ହୋଇଛନ୍ତି । କଟକରୁ ୧୧୯ ଜଣ,  ମୟୂରଭଞ୍ଜରୁ ୨୮, ଯାଜପୁରରୁ ୧୯,  ସୁନ୍ଦରଗଡ଼ରୁ ୮୦,ଜଗତସିଂହପୁରରୁ ୧୮, ଅନୁଗୁଳରୁ ୩, ବାଲେଶ୍ୱରରୁ ୧୧, ବରଗଡ଼ରୁ ୧, ଭଦ୍ରକରୁ ୯, ବଲାଙ୍ଗୀରରୁ ୫, ବୌଦ୍ଧରୁ ୨,  ଗଜପତିରୁ ୫, ଝାରସୁଗୁଡ଼ାରୁ ୯, କଳାହାଣ୍ଡି ଜିଲ୍ଲାରୁ ୮, କନ୍ଧମାଳରୁ ୧, କେନ୍ଦୁଝରରୁ ୫, ଖୋର୍ଦ୍ଧା ଜିଲ୍ଲାରୁ ୩୦୭, ମାଲକାନଗିରିରୁ ୧,, ନୟାଗଡ଼ ଜିଲ୍ଲାରୁ ୧୭, ନୂଆପଡ଼ାରୁ ୯, ପୁରୀରୁ ୨୮, ରାୟଗଡ଼ାରୁ, ସମ୍ବଲପୁରରୁ ୩୦ , ସୋନପୁରରୁ ୯ , ଓ ଷ୍ଟେଟପୁଲରୁ ୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

ରାଜ୍ୟରେ ସମୁଦାୟ ୧୨,୯୬,୧୩୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୨,୮୨, ୬୯୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ।  ୪୨୬୨ ଆକ୍ଟିଭ୍ କେସ୍ ରହିଛି ।
Published by:Soubhagya Mishra
First published: