News18 Odia Digital
Naba Das Murder Case: ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ (Gopal Das)ଙ୍କ ମାନସିକ ସ୍ଥିତିକୁ ଗୁରୁତ୍ବପୂର୍ଣ୍ଣ ସୂଚନା। ଗୋପାଳ ସଂପୂର୍ଣ୍ଣ ସତର୍କ ଓ ସଚେତ। ଗୋପାଳ ଦାସଙ୍କ ମାନସିକ ସ୍ଥିତିକୁ ନେଇ ବିତର୍କ ଚାଲିଥିବା ବେଳେ ଝାରସୁଗୁଡ଼ା (Jharsuguda) ଜିଲ୍ଲା ଦୌରାଜଜ କୋର୍ଟଙ୍କ ରାୟ ପୁଣି ସେହି ଘଟଣାକୁ ଚର୍ଚ୍ଚାକୁ ଆଣିଛି । ଗୋପାଳଙ୍କ ବିଷୟରେ ମେଡିକାଲ୍ ବୋର୍ଡ ଦେଇଥିବା ରିପୋର୍ଟ (Report) ନିରୀକ୍ଷଣ ପରେ ତାଙ୍କ ଠାରେ ମାନସିକ ସମସ୍ୟାର କୌଣସି ଲକ୍ଷଣ ନାହିଁ ବୋଲି କହିଛନ୍ତି କୋର୍ଟ । ଆଉ ଏହି ଆଧାରରେ କ୍ରାଇମବ୍ରାଞ୍ଚର ଆବେଦନ ଖାରଜ ହୋଇଥିବା କୋର୍ଟ ଦର୍ଶାଇଛନ୍ତି ।
ମାନସିକ ସ୍ଥିତିର ପରୀକ୍ଷା ନିରୀକ୍ଷା ପାଇଁ ଗୋପାଳଙ୍କୁ ବେଙ୍ଗାଳୁରୁ ନିମ୍ହାନ୍ସ ନେବାପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କିନ୍ତୁ କୋର୍ଟ କହିଛନ୍ତି ଗୋପାଳଙ୍କ ଠାରେ କୌଣସି ମାନସିକ ସମସ୍ୟା ନେଇ ମେଡିକାଲ୍ ବୋର୍ଡ ଉଲ୍ଲେଖ କରିନାହାନ୍ତି । ଗତ ୩ ତାରିଖରେ କୋର୍ଟ ଏହି କଥା ନିଜ ରାୟରେ ଉଲ୍ଲେଖ କରିଛନ୍ତି । କୋର୍ଟ କହିଛନ୍ତି ଗୋପାଳ ସଚେତ ଓ ସତର୍କ ବି ଅଛନ୍ତି, ସହଯୋଗ ବି କରୁଛନ୍ତି । ସେ ଠିକ୍ ଭାବରେ କଥାବାର୍ତ୍ତା ବି କରୁଛନ୍ତି, ପରିସ୍ଥିତି ଅନୁସାରେ ଠିକ୍ ଭାବରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି, ଏବଂ ତାଙ୍କର କଥାବାର୍ତ୍ତା ସଂପୂର୍ଣ୍ଣ ଠିକ୍ ରହିଛି । ବ୍ୟବହାର ଜନିତ କିମ୍ବା ସେ ଯାହା ଭାବୁଥିଲେ କିମ୍ବା ତାଙ୍କର ବୁଦ୍ଧି ଜନିତ କୌଣସି ଅସ୍ବାଭାବିକ ବ୍ୟବହାର ଦେଖିବାକୁ ମିଳୁନାହିଁ ।
ଗୋପାଳଙ୍କ ମାନସିକ ସ୍ଥିତିକୁ ନେଇ କୋର୍ଟ ମେଡିକାଲ୍ ବୋର୍ଡର ରିପୋର୍ଟକୁ ବି ଉଲ୍ଲେଖ କରିଛନ୍ତି । ଗୋପାଳଙ୍କ ମାନସିକ ସ୍ଥିତି ଯାଞ୍ଚ ପାଇଁ ଏକ ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା । ଏହି ବୋର୍ଡ ଏ ସଂପର୍କରେ ନିଜର ରିପୋର୍ଟ ଦେଇଥିଲେ । ଏହି ଟିମ୍ର ନେତୃତ୍ବ ନେଇଥିଲେ କଟକ ଏସ୍ସିବିର ମାନସିକ ଚିକିତ୍ସା ବିଜ୍ଞାନ ମୁଖ୍ୟ ଡାକ୍ତର ଅଜୟ ମିଶ୍ର । ଏହି ରିପୋର୍ଟକୁ ଦେଖି କୋର୍ଟ କହିଛନ୍ତି, ମେଡିକାଲ୍ ବୋର୍ଡ ଦେଇଥିବା ରିପୋର୍ଟରେ ଅଭିଯୁକ୍ତ କୌଣସି ପ୍ରକାର ମାନସିକ ରୋଗରେ ଆକ୍ରାନ୍ତ ହୋଇଥିବା ନେଇ ଉଲ୍ଲେଖ ନାହିଁ । ତେଣୁ ମାନସିକ ସ୍ଥିତି ଯାଂଚ ପାଇଁ ବେଙ୍ଗାଳୁରୁର ନିମ୍ହାନ୍ସ ନେବାକୁ ତଦନ୍ତକାରୀ ଅଧିକାରୀ କରିଥିବା ଆବେଦନର କୌଣସି ଆବଶ୍ୟକତା ନାହିଁ ବୋଲି କହି ପିଟିସନ୍ ଖାରଜ କରିଦେଇଥିଲେ ।
ଗତ ମଙ୍ଗଳବାର କୋର୍ଟରେ ଉଭୟ ପକ୍ଷ ରଖିଥିଲେ ଯୁକ୍ତି । କ୍ରାଇମବ୍ରାଞ୍ଚ ଓକିଲ କହିଥିଲେ ଯେ ଗୋପାଳଙ୍କ ମାନସିକ ସ୍ଥିତିର ଯାଞ୍ଚ ଦେଶର ଶ୍ରେଷ୍ଠ ମାନସିକ ରୋଗ ନିରାକରଣ ପ୍ରତିଷ୍ଠାନ ବେଙ୍ଗଳୁରୁ NIMHANSରେ କରାଯିବାକୁ ଚାହୁଁଛି ତଦନ୍ତକାରୀ ସଂସ୍ଥା ।
ପଢନ୍ତୁ ଏ ଖବର
http://ପ୍ରେମ, ବିବାହ ଓ ପ୍ରତାରଣା; ନ୍ୟାୟ ପାଇଁ କୋର୍ଟର ଦ୍ବାରସ୍ଥ ହେଲେ କିନ୍ନର ପତ୍ନୀଏଥିପାଇଁ ଅତି କମରେ ୩ ସପ୍ତାହ ସମୟ ଦରକାର । ତେଣୁ ଏଥିପାଇଁ କୋର୍ଟ ଅନୁମତି ଦିଅନ୍ତୁ । ପ୍ରତିପକ୍ଷ ଓକିଲ କହିଥିଲେ, ଯଦି ଗୋପାଳଙ୍କ ମାନସିକ ସ୍ଥିତି ଭଲ ନାହିଁ ବୋଲି ଅନୁଭବ କରୁଛି କ୍ରାଇମବ୍ରାଞ୍ଚ, ତେବେ ଜେଲ୍ ପକ୍ଷରୁ ଏଥିପାଇଁ ଆବେଦନ କରାଯାଉ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ରାୟ ଶୁଣାଇଛନ୍ତି ।
ରିପୋର୍ଟ ଜିତେନ୍ଦ୍ରୀୟ ଦେବତା ଓ ନଭେସ ମହାନ୍ତି
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।