ଶ୍ୱଶୁର ଘର ଭିତରକୁ ପ୍ରବେଶ କରିବେ ତପସ୍ୱନୀ (ପ୍ରତୀକାତ୍ମକ ଛବି)
News18 Odia Digital
ବ୍ରହ୍ମପୁର: ଶେଷରେ ନାରୀ ଶକ୍ତିର ଜୟ ହୋଇଛି । କୂଳ ବଧୂ ଘରେ ପାଦ ଦେବ । ପ୍ରାୟ ଦେଢ଼ମାସ ଧରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱନୀ ଆଜି ଶ୍ୱଶୁର ଘର ଭିତରେ ପାଦ ଦେବେ । ବହୁ ଚର୍ଚ୍ଚିତ ତପସ୍ୱିନୀ ଦାଶ-ଡାକ୍ତର ସୁମିତ୍ ସାହୁଙ୍କ ପାରିବାରିକ ବିବାଦ ମାମଲାରେ ଜିଲ୍ଲା ଜଜ୍ କୋର୍ଟ ଆଜି ବଡ଼ ରାୟ ଶୁଣାଇଛନ୍ତି। କୋର୍ଟଙ୍କ ରାୟ ଆସିବା ପରେ ଖୁସିରେ ତପସ୍ୱିନୀ କାନ୍ଦି ପକାଇଛନ୍ତି।
ସୁମିତଙ୍କ ଘରେ ତପସ୍ୱିନୀ ରହିବା ନେଇ କୋର୍ଟ ରାୟ ଶୁଣାଇ ଥିବାବେଳେ ଖର୍ଚ୍ଚ ପାଇଁ ପ୍ରତି ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ସୁମିତ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ମାସର ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ରାୟ ନେଇ ତପସ୍ୱନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି।
ରାୟକୁ ନେଇ ତପସ୍ୱନୀ କହିଛନ୍ତି ,“ଧର୍ମର ଜୟ ହୋଇଛି। ସତ୍ୟର ଜୟ ହୋଇଛି। ସୁମିତଙ୍କୁ ପାଇବା ପାଇଁ ପ୍ରଭୁ ଜଗନ୍ନାଥ ମୋତେ ସାହା ହେଲେ। ଆଜି ନାରୀ ଜାତିର ଜୟ ହୋଇଛି। କୋର୍ଟଙ୍କ ରାୟରେ ମୁଁ ବହୁତ୍ ଖୁସି ଅଛି। ଏଥିପାଇଁ ମୁଁ ମାଜିଷ୍ଟ୍ରେଟ୍ ସାର୍ଙ୍କୁ ଧନ୍ୟବାଦ ଜଣାଉଛି।“
ସେ ଆହୁରି ମଧ୍ଯ କହିଛନ୍ତି ଯେ ମୁଁ ଏବେ ସୁମିତଙ୍କ ଘରେ ରହିବି। ଆଜି ସୁମିତ ନ ଆସିଲେ ବି ମାସେ ପରେ ବି ତ ଆସିବେ। ଧୀରେ ଧୀରେ ମୁଁ ତାଙ୍କ ମନରେ ଜାଗା କିଣିବି। ମୁଁ ନିଶ୍ଚିତ ଯେ, ସେ ମୋତେ ଗ୍ରହଣ କରିବେ। ଆଉ ମୁଁ ସୁମିତ୍ଙ୍କୁ ଫେରି ପାଇବି। ଶାଶୁ, ଶ୍ୱଶୁର ଆଉ ଘୃଣା କି ନିର୍ଯାତନା ଦେବେ ନାହିଁ। ପୁଣିଥରେ ମୋତେ ନିର୍ଯାତନା ଦେଲେ ମୁଁ ପୁଣି ସ୍ୱର ଉଠାଇବି।
ଦୀର୍ଘ ୪୪ ଦିନ ହେବ ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣା ଦେଇଥିଲେ। କେବଳ ୭ ଦିନ କୋର୍ଟଙ୍କ ନିର୍ଦ୍ଦେଶରେ ସ୍ୱାମୀଙ୍କ ସହ ରହିଥିଲେ।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।