ଏ ବିବାହ ବଞ୍ଚିବ ତ? ସପ୍ତାହେ ଏକାଠି ରହିବା ପରେ କୋର୍ଟ କହିଲେ: ଆଉ ସପ୍ତାହେ ଦୁହେଁ ଏକାଠି ରୁହ

Court asks Berhampur woman Tapaswini to spend another week with husband Dr Sumit Sahu | ଗଞ୍ଜାମର ଏହି ଯୁବ ଦମ୍ପତି ଗୋଟିଏ ସପ୍ତାହ ଏକାଠି ରହିସାରିବା ପରେ ଦୁହିଁଙ୍କ ସମ୍ପର୍କର ସ୍ଥିତି ବିଷୟରେ ଏକ ରିପୋର୍ଟ ଏକ ସିଲ୍ ହୋଇଥିବା ଲଫାଫାରେ ଜଜଙ୍କୁ ଦିଆଯାଇଥିଲା । ଦ୍ୱିତୀୟ ସପ୍ତାହ ଶେଷରେ ବି ଆଉ ଏକ ରିପୋର୍ଟ କୋର୍ଟରେ ଉପସ୍ଥାପିତ ହେବ ।

ତପସ୍ୱିନୀ ଦାଶ; (ମଝି) ଡଃ ସୁମିତ କୁମାର ସାହୁଙ୍କ ସହ ସେ

ତପସ୍ୱିନୀ ଦାଶ; (ମଝି) ଡଃ ସୁମିତ କୁମାର ସାହୁଙ୍କ ସହ ସେ

  • Share this:
News18 Odia Digital

ଭୁବନେଶ୍ୱର: ନିଜ ସ୍ୱାମୀ ତାଙ୍କୁ ବିବାହିତା ପତ୍ନୀର ମାନ୍ୟତା ଦେଇ ନିଜ ସହ ଘରେ ରଖନ୍ତୁ ବୋଲି ଦାବି କରି ସ୍ୱାମୀଙ୍କ ଘର ଆଗରେ ଦଶ ଦିନ ଓ ଦଶ ରାତି ନାଟକୀୟ ଢଙ୍ଗରେ ଅନଶନ କରିଥିବା ଯୁବତୀଙ୍କ ପ୍ରୟାସକୁ କୋର୍ଟ୍‌ ପକ୍ଷରୁ ସହାୟତା ମିଳୁଥିବା ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରର ଏସ୍‌.ଡି.ଜେ.ଏମ୍‌. କୋର୍ଟ ଏହି ଯୁହତୀ ଓ ତାଙ୍କ ସ୍ୱାମୀଙ୍କୁ ପରସ୍ପର ସହ ସମନ୍ୱୟ ସ୍ଥାପନ ପାଇଁ ପୁଣି ଆଉ ଏକ ସପ୍ତାହ ଏକାଠି ବିତାଇବାକୁ କହିଛନ୍ତି । କୋର୍ଟଙ୍କ ଏହି ଆଦେଶ ପରେ ଯୁବତୀଙ୍କ ଓକିଲ ଓ ତାଙ୍କୁ ସମର୍ଥନ କରୁଥିବା ସାମାଜିକ କାର୍ଯ୍ୟକର୍ତ୍ତାମାନେ ଆଶା କରୁଛନ୍ତି ଯେ ଦୁହିଁଙ୍କ ବିବାହ ବଞ୍ଚି ରହିବ ଓ ସଫଳ ହେବ।

ଯୁବ ଡାକ୍ତର ଡଃ ସୁମିତ କୁମାର ସାହୁଙ୍କ ବିବାହିତା ପତ୍ନୀ ଭାବେ ଆଗକୁ ଆସିଥିବା ୨୬-ବର୍ଷୀୟା ତପସ୍ୱିନୀ ଦାଶଙ୍କ ଆନ୍ଦୋଳନ ସାରା ଓଡ଼ିଶାର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ୩୦-ବର୍ଷୀୟ ଡଃ ସାହୁଙ୍କ ସହ ନିଜ ବିବାହକୁ ବଞ୍ଚାଇ ରଖିବାକୁ ଆପ୍ରାଣ ଉଦ୍ୟମ କରୁଥିବା ତପସ୍ୱିନୀ ନଭେମ୍ବର ୨୨ ତାରିଖରେ ନବ ବଧୂ ବେଶରେ ଆସି ବ୍ରହ୍ମପୁରର ବ୍ରହ୍ମନଗର ଅଞ୍ଚଳରେ ଥିବା ଡଃ ସାହୁଙ୍କ ଘର ବାହାରେ ଅନଶନରେ ବସିବା ଆରମ୍ଭ କରିଥିଲେ । ତାଙ୍କ ଦାବି ଥିଲା ଯେ ତାଙ୍କୁ ଡଃ ସାହୁ ନିଜ ସହ ସେହି ଘରେ ରହିବାର ଅଧିକାର ଦିଅନ୍ତୁ । ହେଲେ ଡଃ ସାହୁଙ୍କ ପରିବାର ସେହି ଅଧିକାର ଦେବାକୁ ମନା କରିଦେଇଥିଲେ ଓ ତାଙ୍କ ଅନଶନ ଆଡ଼େ ଭୃକ୍ଷେପ କରି ନ ଥିଲେ । ତଥାପି ତପସ୍ୱିନୀ ଡଃ ସାହୁଙ୍କ ସହ ତାଙ୍କର କେତେକ ଏକାଠି ଫଟୋଗ୍ରାଫ୍ ଧରି ଦଶ ଦିନ ଓ ଦଶ ରାତି ସେଇଠି ଅନଶନରେ ବସି ରହିଥିଲେ । ସେ ରାତିରେ ସେଇଠି ରାସ୍ତା ଉପରେ ଶୋଉଥିଲେ । ତାଙ୍କ ସହ ଥିବା କିଛି ସାମାଜିକ କାର୍ଯ୍ୟକର୍ତ୍ତା ତାଙ୍କ ପାଇଁ ଏକ ବିଛଣା ଓ ମଶାରିର ବ୍ୟବସ୍ଥା କରିଦେଇଥିଲେ ।

ଏହା ବି ପଢ଼ନ୍ତୁ | CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ

ତପସ୍ୱିନୀ ଏହି ଅନଶନ ବେଳେ କହିଥିଲେ ଯେ ସେ ଓ ଡାକ୍ତର ସୁମିତ କୁମାର ସାହୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ଓ ଦୁହେଁ ସେପ୍ଟେମ୍ବର ୭, ୨୦୨୦ରେ ଏକ କୋର୍ଟରେ ବିବାହ କରିଥିଲେ । ତା’ ପରେ ଦୁହେଁ ପରବର୍ତ୍ତୀ ସାତ ମାସ ଗୋଟିଏ ଭଡ଼ା ଘରେ ସ୍ୱାମୀ-ସ୍ତ୍ରୀ ପରି ଏକାଠି ରହିଥିଲେ ।

ନବ ବଧୂ ବେଶରେ ୧୦ ଦିନର ଅନଶନ ସମୟରେ ତପସ୍ୱିନୀ ଦାଶ


ଏହା ବି ପଢ଼ନ୍ତୁ | Gen Bipin Rawat helicopter crash: ସେହି ହେଲିକପ୍ଟର୍ ଥିଲା ଅତ୍ୟାଧୁନିକ, ଆସିଥିଲା ରୁଷରୁ

‘‘ହେଲେ ପରେ ସେ (ଡଃ ସାହୁ) ମୋତେ କହିଥିଲେ ଯେ ଯେ ତାଙ୍କ ବାପାଙ୍କର ଖୁବ୍‌ ବଡ଼ କଣ୍ଟାକ୍ଟ ଅଛି ଓ ତାଙ୍କୁ ହତ୍ୟା ଧମକ ଦିଆଯାଉଛି । ତେଣୁ ସେ ନିଜ ଘରକୁ ଫେରିଯାଇଥିଲେ ଓ ମୋତେ ପ୍ରତିଶୃତି ଦେଇଥିଲେ ଯେ ଖୁବ୍‌ ଶୀଘ୍ର ହିନ୍ଦୁ ରୀତିନୀତି ଅନୁସାରେ ସାମାଜିକ ବିବାହ କରି ସେ ମୋତେ ଘରକୁ ନେଇଯିବେ । କିନ୍ତୁ ସେବେଠାରୁ ସେ ଓ ତାଙ୍କ ପରିବାର ମୋତେ ସ୍ୱୀକାର କରିବାକୁ ମନା କରିଦେଇଛନ୍ତି,’’ ସାମ୍ବାଦିକମାନଙ୍କୁ କହିଥିଲେ ଛତ୍ରପୁର ନିବାସୀ ତପସ୍ୱିନୀ । ତାଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ କନଷ୍ଟେବଳ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଫରାହ ଖାନ୍, VIDEO ଛାଡ଼ିଲେ

ତପସ୍ୱିନୀ ଆହୁରି କହିଥିଲେ, ‘‘ସେମାନେ (ଡଃ ସାହୁଙ୍କ ପରିବାର) ଚାହୁଁଛନ୍ତି କ’ଣ? ସେମାନେ ମୋ’ ପିଲାକୁ ହତ୍ୟା କଲେ। ସେମାନେ ମୋ’ ପାଠପଢ଼ା ବନ୍ଦ କରି ଦେଲେ । ମୋ’ ମାନ ସମ୍ମାନ ପଦାରେ ପକାଇଲେ । ମୁଁ ମୋ’ ସ୍ୱାମୀଙ୍କ ସହିତ ତାଙ୍କ ଘରେ ରହିବାକୁ ଚାହୁଁଛି । ଯେ ପର୍ଯ୍ୟନ୍ତ ତା୩ ନ ହୋଇଛି ମୁଁ ଏଇଠି ଏମିତି ବସିବି ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ହେଲେ ଡଃ ସାହୁଙ୍କ ପରିବାର ନିଜ ଘରର ମୁଖ୍ୟ ଦ୍ୱାର ବାହାରେ ତପସ୍ୱିନୀଙ୍କ ଏହି ଉପସ୍ଥିତିକୁ ଅଣଦେଖା କରିଥିଲେ ଓ ସ୍ଥାନୀୟ ପୋଲିସ ତାଙ୍କୁ ସେଠୁ ଚାଲିଯିବାକୁ ବି ପ୍ରବର୍ତ୍ତାଇଥିଲା । ମାତ୍ର ତପସ୍ୱିନୀ ସେଠାରୁ ହଲି ନ ଥିଲେ ।

ତପସ୍ୱିନୀ ଦାଶଙ୍କ ସହ ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ ବି ଅନଶନରେ ବସିଥିଲେ ।


ଏହା ବି ପଢ଼ନ୍ତୁ | ଭଉଣୀ ପ୍ରେମ ବିବାହ କଲା ବୋଲି ସାନ ଭାଇ ତାମୁଣ୍ଡ କାଟିଦେଲା, କଟା ମୁଣ୍ଡ ସହ ସେଲ୍ଫି ନେଲା

ଉଭୟ ତପସ୍ୱିନୀ ଓ ଡଃ ସୁମିତ କୁମାର ସାହୁ ବ୍ରାହ୍ମଣ ଜାତିର । ଡଃ ସାହୁ ଜଣେ ଧନୀ ବ୍ୟବସାୟୀଙ୍କ ପୁଅ । ତାଙ୍କର ଜଣେ ଜାଆଁଳା ଭାଇ ଅଛନ୍ତି, ଯିଏ ପେଶାରେ ଇଞ୍ଜିନିୟର୍‌ । ଡଃ ସାହୁ ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ହସ୍ପିଟାଲରୁ ଏମ୍‌.ବି.ବି.ଏସ୍‌. ଡିଗ୍ରୀ ହାସଲ କରିଛନ୍ତି ଓ ଏବେ ଆସିକା ନିକଟରେ ଏକ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାକିରି କରୁଛନ୍ତି । ତପସ୍ୱିନୀଙ୍କ ବାପା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୋଡ଼ରେ ଗଭୀର ଆଘାତ ପାଇବା ପରେ ପୋଲିସ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି । ବି.ଏସ୍‌.ସି. ପଢ଼ିଥିବା ତପସ୍ୱିନୀ ବୈବାହିକ ଅସୁବିଧା କାରଣରୁ ନିଜ ହୋମିଓପାଥୀ ପଢ଼ା ଅଧାରୁ ଛାଡ଼ିଦେଇଛନ୍ତି ବୋଲି କହିଛନ୍ତି ତାଙ୍କର ଜମେ ସମ୍ପର୍କୀୟ । ତାଙ୍କର ଦୁଇ ଭାଇ ଅଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନଗ୍ନ ଫଟୋ ଲିକ୍ ହେବା ପରେ ଅଭିନେତ୍ରୀ ଜେନିଫର୍ ଲରେନ୍ସଙ୍କୁ କଷ୍ଟ ହୋଇଥିଲା; କହିଲେ ‘‘ସେ ଆଘାତ ସବୁ ଦିନ ରହିବ’’

ଡଃ ସାହୁ ଓ ତାଙ୍କ ପରିବାର ଲୋକେ ଗଣମାଧ୍ୟମ ସହ କଥା ହେଉ ନାହାଁନ୍ତି । ତପସ୍ୱିନୀଙ୍କ ଜଣେ ଓକିଲ କହିଛନ୍ତି ଯେ ଡଃ ସାହୁ କିଛି ଦିନ ତଳେ ତାଙ୍କଠାରୁ ଛାଡପତ୍ର ନେବାକୁ କୋର୍ଟରେ ଆବେଦନ କରିଥିଲେ । ସେହି ଆବେଦନ ଏବେ ବ୍ରହ୍ମପୁର ପରିବାର କୋର୍ଟରେ ବିଚାରାଧୀନ ଅଛି । ଓକିଲ କହିଛନ୍ତି ଯେ ଏହି ଆବେଦନରେ ଡଃ ସାହୁ ଅଭିଯୋଗ କରିଛନ୍ତି ଯେ ତପସ୍ୱିନୀ ତାଙ୍କ ଘରେ ତାଙ୍କ ପରିବାର ସହ ଦୁଇ ମାସ ରହିବା ସମୟରେ ନିଜ ଶାଶୁଙ୍କ ପ୍ରତି ଅସଦାଚରଣ କରିଥିଲୋ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

ନବ ବଧୂ ବେଶରେ ତପସ୍ୱିନୀଙ୍କ ନାଟକୀୟ ପ୍ରତିବାଦର ଖବର ଟେଲିଭିଜନ୍‌ ଓ ଖବର କାଗଜରେ ପ୍ରସାରିତ ହେଉଥିଲା । ଇତି ମଧ୍ୟରେ ସେ ଡଃ ସାହୁ ଓ ତାଙ୍କ ପରିବାର ଲୋକଙ୍କ ବିରୁଦ୍ଧରେ କୋର୍ଟରେ ଏକ ଘରୋଇ ହିଂସା ମାମଲା ଦାୟର କରିଥିଲେ । ଡିସେମ୍ବର ୨ ତାରିଖରେ ସେହି ମାମଲାର ଶୁଣାଣି କରି ବ୍ରହ୍ମପୁର ସବ୍‌-ଡିଭିଜନାଲ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ (SDJM) ଆଦେଶ ଦେଇଥିଲେ ଯେ ଉଭୟ ତପସ୍ୱିନୀ ଓ ଡଃ ସାହୁ ଆସ୍କାରେ ଥିବା ଏକ ଚିନି ମିଲର ଗେଷ୍ଟ୍‌-ହାଉସରେ ଗୋଟିଏ ସପ୍ତାହ ଏକାଠି ରହିବେ । ସେମାନଙ୍କ ସୁରକ୍ଷିତ ରହଣି ବ୍ୟବସ୍ଥା କରିବାକୁ କୋର୍ଟ ସ୍ଥାନୀୟ ପୋଲିସକୁ କହିଥିଲେ ।

ଅତୀତର ଏକ ସୁଖଦ ମୁହୂର୍ତ୍ତରେ ତପସ୍ୱିନୀ ଦାଶ ଓ ଡଃ ସୁମିତ କୁମାର ସାହୁ


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଲା

କୋର୍ଟଙ୍କ ଆଦେଶ ଅନୁସାରେ ଏହି ସାତ ଦିନ ମଧ୍ୟରେ ଏକାଠି ରହୁଥିବା ଏହି ଦମ୍ପତିଙ୍କୁ କୌଣସି ତୃତୀୟ ବ୍ୟକ୍ତି ସାକ୍ଷାତ କରିବାକୁ ଆସିପାରିବେ ନାହିଁ । ସପ୍ତାହଟି ସରିବା ପରେ ଏହି ଦମ୍ପତିଙ୍କ ସମ୍ପର୍କରେ ଏକ ରିପୋର୍ଟ ଦାଖଲ କରିବାକୁ କୋର୍ଟ ଜଣେ ପୋଲିସ ଅଧିକାରୀଙ୍କୁ ବି କହିଥିଲେ । ଅଦାଲତର ଏହି ପଦକ୍ଷେପକୁ ଓଡ଼ିଶାର ସାମାଜିକ କାର୍ଯ୍ୟକର୍ତ୍ତାମାନେ ତପସ୍ୱିନୀ ଓ ଡଃ ସାହୁଙ୍କ ମଧ୍ୟରେ ପୁନଃ ସୁସମ୍ପର୍କ ସ୍ଥାପନ କରିବା ଦିଗରେ ଏକ ଉନ୍ନତ ଚିନ୍ତାଧାରା ଓ ସଠିକ୍ ପଦକ୍ଷେପ ବୋଲି କହି ପ୍ରଶଂସା କରିଥିଲେ ।

ଏହା ବି ପଢ଼ନ୍ତୁ | କମ୍ ଟଙ୍କା ଲଗାଇ ଘରର ଛାତରେ ଏହି ବ୍ୟବସାୟ ଆରମ୍ଭ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବେ

ଦୁହେଁ ସପ୍ତାହେ ସାଙ୍ଗରେ ରହିବା ପରେ ଡିସେମ୍ବର ୯ରେ ଏସ୍‌.ଡି.ଜେ.ଏସମ୍‌. ଜିତେନ୍ଦ୍ରିୟ ପାଣିଗ୍ରାହିଙ୍କୁ ଏକ ସିଲ୍ ହୋଇଥିବା ଲଫାଫାରେ ଦୁହିଁଙ୍କ ବିଷୟରେ ରିପୋର୍ଟ ଦିଆଯାଇଥିଲା । ସେହି ରିପୋର୍ଟ ଆଧାରରେ ଏ ଥର ଜଜ୍‌ ଏହି ଦମ୍ପତିଙ୍କୁ ଆଉ ଏକ ସପ୍ତାହ ଏକାଠି ରହିବାକୁ କହିଲେ । ଏହି ଦ୍ୱିତୀୟ ସପ୍ତାହ ଶେଷରେ ତାଙ୍କୁ ଏକ ରିପୋର୍ଟ ଉପସ୍ଥାପନ କରିବାକୁ ବି ଜଜ୍‌ କହିଲେ ।

ଏହା ବି ପଢ଼ନ୍ତୁ | ଜୁହି ଚାୱଲା କାହିଁକି ଜୟ ମେହେଟାଙ୍କ ସହ ନିଜ ବିବାହକୁ ଲୁଚ଼ାଇ ରଖିଥିଲେ? ତାଙ୍କ ଉତ୍ତର ଜାଣନ୍ତୁ

‘‘ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ସେମାନେ ଦୁହେଁ ଏକ ଭଡ଼ା ଘରେ ଏକାଠି ରହିବେ ଓ ସେହି ସମୟରେ ସ୍ୱାମୀ ସବୁ ଆବଶ୍ୟକ ଖର୍ଚ୍ଚ କରିବେ । ଏହି ଦମ୍ପତିଙ୍କୁ ଭେଟିବାକୁ ଆସୁଥିବା ଅନ୍ୟ ଲୋକଙ୍କ ଉପରେ ଥିବା ପ୍ରତିବନ୍ଧକ କୋର୍ଟ ହଟାଇ ଦେଇଛନ୍ତି । ଆମେ ଅନୁଭବ କରୁଛୁ ଯେ ଏହି ଦମ୍ପତିଙ୍କ ମଧ୍ୟରେ ଥିବା ସମ୍ପର୍କରେ ନିଶ୍ଚୟ ସକରାତ୍ମକ ବିକାଶ ଘଟିଛି, ଯେଉଁଥି ପାଇଁ କୋର୍ଟ ଏବେ ଏହି ଆଦେଶ ଦେଇଛନ୍ତି,’’ କହିଛନ୍ତି ତପସ୍ୱିନୀ ଦାଶଙ୍କ ଓକିଲ ପ୍ରଦୀପ କୁମାର ବେହେରା ।

ନବ ବଧୂ ବେଶରେ ଦଶ ଦିନ ଓ ଦଶ ରାତି ଧାରଣାରେ ବସିଥିଲେ ତପସ୍ୱିନୀ ଦାଶ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ବର୍ଷା ମାଡ଼ରେ ଅଚେତ ହୋଇ ପଡ଼ିଥିବା ଲୋକକୁ କାନ୍ଧରେ ଉଠାଇ ନେଲେ ମହିଳା ପୋଲିସ ଅଧିକାରୀ

ଦଶ ଦିନର ଅନଶନ ସମୟରେ ତପସ୍ୱିନୀଙ୍କ ସହ ଥିବା ସାମାଜିକ କର୍ମୀ ପ୍ରମିଳା ତ୍ରିପାଠୀ କହିଛନ୍ତି: “ନିଜ ବିବାହକୁ ବଞ୍ଚାଇବା ତାଙ୍କର (ତାପସ୍ୱିନୀଙ୍କ) ଏକ ମାତ୍ର ସଙ୍କଳ୍ପ । ସେ ଦୁହିଁଙ୍କୁ ଆଉ ଏକ ସପ୍ତାହ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିବାରୁ ମୁଁ କୋର୍ଟଙ୍କୁ ଧନ୍ୟବାଦ ଦେଉଛି । ଏହା ସେମାନଙ୍କ ମଧ୍ୟରେ ଥିବା ତିକ୍ତତାକୁ ତରଳାଇବାରେ ସାହାଯ୍ୟ କରିବ ବୋଲି ମୋ’ର ବିଶ୍ୱାସ ।’’

ଏହା ବି ପଢ଼ନ୍ତୁ | Is this Love? ଗର୍ଲଫ୍ରେଣ୍ଡ୍ ବାହା ହେବାକୁ ରାଜି ହେବାରୁ ତାକୁ ୨୦ ଥର ଛୁରୀ ଭୁସିଲା ଯୁବକ

ଡିସେମ୍ବର ୨ ତାରିଖରେ ଯେତେବେଳେ ତପସ୍ୱିନୀ ଦାଶ ଓ ଡଃ ସୁମିତ କୁମାର ସାହୁ ନିଜ ନିଜ ପରିବାର ସଦସ୍ୟମାନଙ୍କ ସହ କୋର୍ଟରେ ହାଜର ହୋଇଥିଲେ, ଜଜ୍ ଜିତେନ୍ଦ୍ରି ପାଣିଗ୍ରାହୀ ଏହି ଦମ୍ପତିଙ୍କୁ ଦୁଇ ଘଣ୍ଟାରୁ ଅଧିକ ସମୟ ବୁଝାଇଥିଲେ ବୋଲି କହିଛନ୍ତି ଜଣେ ଓକିଲ । “ମାନବ ଜୀବନରେ ବୈବାହିକ ସୁଖର ମୂଲ୍ୟ ବିଷୟରେ SDJM ସେମାନଙ୍କୁ କହିଥିଲେ । ସେ ନିଜ ବିବାହର ଛଅ ବର୍ଷର ଉଦାହରଣ ସହିତ ଭଗବତ୍ ଗୀତାରୁ ବି କେତେକ ଉଦ୍ଧୃତି ଦୁହିଁଙ୍କୁ ଶୁଣାଇଥିଲେ । ଏହି ବିବାହକୁ ବିଚ୍ଛିନ୍ନ ହେବାରୁ ରକ୍ଷା କରିବା ପାଇଁ ଜଜ୍‌ ବି ଖୁବ୍‌ ଚେଷ୍ଟା କରୁଛନ୍ତି,’’ କହିଛନ୍ତି ଓକିଲ ।
Published by:Anand S.T. Das
First published: