ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଗାଏବ ମାମଲା; ଇଣ୍ଡସଇଣ୍ଡ ବ୍ୟାଙ୍କ ଆଗରେ ଧାରଣ ଦେଇଥିଲେ ଦମ୍ପତି

ଜ୍ୟୋସ୍ନାରାଣୀ ୨୦୨୦ ସେପ୍ଟେମ୍ବର ୨୩ରେ ୫ ଲକ୍ଷ ଲେଖାଏଁ ଦୁଇଟି ଏଡି ଫକୀରମୋହନ ଗୋଲେଇସ୍ଥିତ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କରେ ରଖିଥିଲେ। ୨୦୨୩ ଅଗଷ୍ଟ ୨୩ରେ ଏହା ମାଟ୍ୟୁରିଟି ହେବାକୁ ଥିବା ବେଳେ ଗତ ମଙ୍ଗଳବାର ତାଙ୍କ ଆକାଉଣ୍ଟରୁ ସାଇବର ଠକଙ୍କ ଦ୍ବାରା ଏଫଡିରୁ ୧୬ ଥରରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା।

ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଗାଏବ ମାମଲା

ବ୍ୟାଙ୍କରୁ ୧୦ ଲକ୍ଷ ଟଙ୍କାରୁ ଅଧିକ ଗାଏବ ମାମଲା

  • Share this:
News18 Odia Digital

ନୂଆ ଦିଲ୍ଲୀ: ବାଲେଶ୍ବର ଜିଲ୍ଲାରେ ଏକ ବଡ଼ ଧରଣ ସାଇବର ଠକେଇ ହୋଇଛି। ଜଣେ ମହିଳାଙ୍କ ଇଣ୍ଡସଇଣ୍ଡ ବ୍ୟାଙ୍କ, ବାଲେଶ୍ବର ବ୍ରାଞ୍ଚରେ ଥିବା ଫିକ୍ସଡ୍ ଡିପୋଜିଟ୍ (ଏଫଡି) ୧୦ ଲକ୍ଷ ଓ ଜମା ଆକାଉଣ୍ଟରୁ ୨ ଲକ୍ଷ ୪୫ ହଜାର ଟଙ୍କା ଗାଏବ ହୋଇଯାଇଛି । ଏ ସମ୍ପର୍କରେ ମହିଳା ଜଣକ ଜାଣିବା ପରେ ବୁଧବାର ଅନ୍‌ଲାଇନରେ କଟକସ୍ଥିତ ନ୍ୟାଶନାଲ ସାଇବର କ୍ରାଇମ୍ ଥାନାରେ ଅଭିଯୋଗ କରିଛନ୍ତି। ବାଲେଶ୍ଵର ସହଦେବଖୁଣ୍ଟା ମଡ଼େଲ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଲେ ବାଲେଶ୍ୱର ଜିଲାନୀଳଗିରି ଏଏସି ଅଧୀନ ବାଲିଗୋହିରୀ ଗ୍ରାମର ଜ୍ୟୋତ୍ସ୍ନାରାଣୀ ପାତ୍ର।

ଜ୍ୟୋସ୍ନାରାଣୀ ୨୦୨୦ ସେପ୍ଟେମ୍ବର ୨୩ରେ ୫ ଲକ୍ଷ ଲେଖାଏଁ ଦୁଇଟି ଏଡି ଫକୀରମୋହନ ଗୋଲେଇସ୍ଥିତ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କରେ ରଖିଥିଲେ। ୨୦୨୩ ଅଗଷ୍ଟ ୨୩ରେ ଏହା ମାଟ୍ୟୁରିଟି ହେବାକୁ ଥିବା ବେଳେ ଗତ ମଙ୍ଗଳବାର ତାଙ୍କ ଆକାଉଣ୍ଟରୁ ସାଇବର ଠକଙ୍କ ଦ୍ବାରା ଏଫଡିରୁ ୧୬ ଥରରେ ୧୦ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ଟାରେ ଜ୍ୟୋସ୍ନାରାଣୀଙ୍କ ସ୍ବାମୀ ସମୀର ରାଉତ ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କରିବା ପାଇଁ ପହଞ୍ଚିବା ପରେ ତାଙ୍କ ଏଫଡିରେ ଥିବା ଟଙ୍କାକୁ ସାଇବର ଠକ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ସେ ଆକାଉଣ୍ଟକୁ ଲକ୍ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ।

ମାତ୍ର ବ୍ୟାଙ୍କ କର୍ମଚାରୀ ତାଙ୍କ ଆବେଦନକୁ ଭୁକ୍ଷେପ ନ କରି ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲେ। ଜ୍ୟୋସ୍ନାରାଣୀ ଜିଲ୍ଲା ଏସ୍‌ପିଙ୍କ ଅଫିସ୍‌ରେ ପହଞ୍ଚି ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପରାମର୍ଶ ଅନୁସାରେ ବ୍ୟାଙ୍କକୁ ଯାଇ ଆକାଉଣ୍ଟର ଡିଟେନ୍ସ ଆଣିବା ପାଇଁ ବ୍ୟାଙ୍କକୁ ଆସିଥିଲେ। ସେଭିଂ ଆକାଉଣ୍ଟରେ ଥିବା୨ ଲକ୍ଷ ୪୫ ହଜାର ଟଙ୍କାକୁ ମଧ୍ୟ ସାଇବର ଠକ୍ ଅଳ୍ପ ସମୟ ପୂର୍ବରୁ ୩ ଥରରେ ଲୁଟି ନେଇଥିବା ଜଣାପଡ଼ିଥିଲା।

ବ୍ୟାଙ୍କ କର୍ମଚାରୀଙ୍କ ମନ ମୁଖ କାର୍ଯ୍ୟ ଯୋଗୁ ତାଙ୍କର ଟଙ୍କା ଲୁଟ୍ ହୋଇଥିବା ଜତୋଷ୍ଣ ଅଭିଯୋଗ କରିଛନ୍ତି। ନିଜର ଜମି ବିକ୍ରି କରି ଏଫ୍‌ଡି କରିଥିବା ଟଙ୍କା ହରାଇ ଉଭୟ ସେମାନେ ଏକ ପ୍ରକାର ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି । ଟଙ୍କା ଫେରି ନ ପାଇଲେ ବ୍ୟାଙ୍କ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇ କହିଛନ୍ତି ମହିଳା।

ଏ ସମ୍ପର୍କରେ ବାଲେଶ୍ବର ଇଣ୍ଡସଇଣ୍ଡ ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ଇନ୍ଦ୍ରନୀଲ୍ ଦତ୍ତ କହିଛନ୍ତି, ସାଇବର କ୍ରାଇମ୍ ତଦନ୍ତ ପାଇଁ ବ୍ୟାଙ୍କକୁ ନିର୍ଦ୍ଦେଶ ଆସିଛି। ସମସ୍ତ ପ୍ରକାର ସହଯୋଗ କରୁଛୁ ତଦନ୍ତ ପରେ ଜଣାପଡ଼ିବ ବୋଲି ସେ ପ୍ରକାଶ କରିଛନ୍ତି।

ସୁଧାଂଶୁ ଶେଖର ମିଶ୍ର ଏସପି ବାଲେଶ୍ୱର କହିଛନ୍ତି ବାଲେଶ୍ୱର ଜିଲ୍ଲାରେ ବୁଧବାର ସାଇବର ଥାନା କାର୍ଯ୍ୟକାରୀ ହୋଇଛି। ଏଥିରେ ଆଇଟି ଆକ୍ଟ , ୪୨୦ ଆଦି ଆକ୍ଟରେ ମାମଲା ତଦନ୍ତ ହେବ। ନୀଳଗିରି ମହିଳାଙ୍କ ଘଟଣା ନେଇ ମଧ୍ୟ ଅଭିଯୋଗ ମୂଳେ ତଦନ୍ତ ହେବ।
Published by:Lipina Das
First published:
)}