ଜାଲ ନିଯୁକ୍ତି ପତ୍ର ଦେଇ ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିଲେ ବ୍ରହ୍ମପୁରର ଦମ୍ପତି

ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଲାଇନରେ କ୍ରିଷ୍ଣାସାଇ ଗ୍ରୁପ ପ୍ରାଇଭେଟ୍‌ ଲିମିଟେଡ଼ ନାମକ ଏକ ସଂସ୍ଥା ଉପରେ ଚଢ଼ାଉ କରିଥିଲା ଗୋଷାଣୀନୂଆଗାଁ ଥାନା ପୋଲିସ। ଚଢ଼ାଉ ପରେ ସଂସ୍ଥାର ପରିଚାଳକ କୃଷ୍ଣଚନ୍ଦ୍ର ସେଠୀ ଓ ସିମ୍ପଲ ସେଠୀଙ୍କୁ ପୋଲିସ ଗିରଫ କରିଛି।

 ଜାଲ ନିଯୁକ୍ତି ପତ୍ର ଦେଇ ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟେଲେ ବ୍ରହ୍ମପୁରର ଦମ୍ପତି

ଜାଲ ନିଯୁକ୍ତି ପତ୍ର ଦେଇ ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟେଲେ ବ୍ରହ୍ମପୁରର ଦମ୍ପତି

  • Share this:
News18 Odia Digital

ବ୍ରହ୍ମପୁର: ପୁଣି ଚର୍ଚ୍ଚାରେ ବ୍ରହ୍ମପୁରର ବ୍ରହ୍ମାନଗର। ଏଥର ତପସ୍ବିନୀ ଓ ସୁମିତ ପାରିବାରିକ ମାମଲାକୁ ନେଇ ନୁହେଁ ବରଂ ଜାଲ ନିଯୁକ୍ତିପତ୍ର ଦେଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଚର୍ଚ୍ଚାକୁ ଆସିଛି । ବେକାର ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ନାମୀଦାମୀ କମ୍ପାନୀରେ ନିଯୁକ୍ତି ଦେବା ନାମରେ ଜାଲ ନିଯୁକ୍ତିପତ୍ର ଦେଇଥିବା ନେଇ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପାଇବା ପରେ ବ୍ରହ୍ମପୁର ବ୍ରହ୍ମାନଗର ଦ୍ବିତୀୟ ଲାଇନରେ କ୍ରିଷ୍ଣାସାଇ ଗ୍ରୁପ ପ୍ରାଇଭେଟ୍‌ ଲିମିଟେଡ଼ ନାମକ ଏକ ସଂସ୍ଥା ଉପରେ ଚଢ଼ାଉ କରିଥିଲା ଗୋଷାଣୀନୂଆଗାଁ ଥାନା ପୋଲିସ। ଚଢ଼ାଉ ପରେ ସଂସ୍ଥାର ପରିଚାଳକ କୃଷ୍ଣଚନ୍ଦ୍ର ସେଠୀ ଓ ସିମ୍ପଲ ସେଠୀଙ୍କୁ ପୋଲିସ ଗିରଫ କରିଛି। ଏହାସହ ସଂସ୍ଥାରୁ ୧୩ଟି କମ୍ପ୍ୟୁଟର, ୮ଟି ବ୍ୟାଙ୍କ ଖାତା ବିଭିନ୍ନ ପଦର ନକଲି ପରିଚୟପତ୍ର ସହ ଅନ୍ୟ କିଛି ସାମଗ୍ରୀ ଜବତ କରି ତଦନ୍ତ ଜାରି ରଖିଛି ବ୍ରହ୍ମପୁର ପୋଲିସ।

ବେକାର ଯୁବକ ଯୁବତୀଙ୍କୁ ଲକ୍ଷାଧିକ ଟଙ୍କା ନେଇ ଜାଲ ନିଯୁକ୍ତିପତ୍ର ଦେଇ ଠକେଇ ଘଟଣାରେ ଏକ ଦମ୍ପତିକୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ପୋଲିସ। ବ୍ରହ୍ମପୁର ବାପୁଜୀନଗର ତୃତୀୟ ଲାଇନର କୃଷ୍ଣଚନ୍ଦ୍ର ସେଠୀ ଓ ତାଙ୍କ ସ୍ତ୍ରୀ ସିମ୍ପଲ ସେଠୀ ବ୍ରହ୍ମାନଗର ଦ୍ବିତୀୟ ଲାଇନରେ କ୍ରିଷ୍ଣାସାଇ ଗ୍ରୁପ ପ୍ରାଇଭେଟ ଲିମିଟେଡ଼ ନାମକ ଏକ ସଂସ୍ଥା ଖୋଲିଥିଲେ।
ଗଞ୍ଜାମ ସମେତ ଆଖପାଖ ଜିଲ୍ଲାର ବେକାର ଯୁବକ ଯୁବତୀଙ୍କୁ ଚାକିରି ଦେବାକୁ ପ୍ରତିଶୃତି ଦେଉଥିଲେ। ବେକାର ଯୁବକ ଓ ଯୁବତୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇ ରାଜସ୍ଥାନର ନିର୍ମାଣକାରୀ ସଂସ୍ଥା ଭୱରିଆଁ ଇନଫ୍ରା ପ୍ରୋଜେକ୍ଟସନ ଲିମିଟେଡ଼ ଓ ଟାଟା ପାୱାର ଭଳି ବଡ଼ କମ୍ପାନୀରେ ଏରିଆ ମ୍ୟାନେଜର, ସୁପରଭାଇଜର ଭଳି ବିଭିନ୍ନ ପଦରେ ଚାକିରି ଦେବାକୁ ଚୁକ୍ତି କରୁଥିଲେ। ଚୁକ୍ତି କରିଥିବା ଯୁବକ ଯୁବତୀଙ୍କୁ ବିଭିନ୍ନ କମ୍ପାନୀର ଲୋଗେ ଓ ଠିକଣା ଥିବା ନକଲି ନିଯୁକ୍ତିପତ୍ର ଓ ପରିଚୟ ପତ୍ର ଦେଇଥିଲେ ଏହି ଦମ୍ପତି। ଯୁବକ ଯୁବତୀମାନେ ଦମ୍ପତିଙ୍କ ଠାରୁ ପାଇଥିବା ପରିଚୟପତ୍ର ଓ ନିଯୁକ୍ତିପତ୍ର ଧରି ଚାକିରି କରିବାକୁ ଗଲାପରେ ଏହା ତାଙ୍କ କମ୍ପାନୀ ପକ୍ଷରୁ ପ୍ରଦାନ କରାଯାଇନାହିଁ ବୋଲି ଭୱରିଆଁ କମ୍ପାନୀ କର୍ତ୍ତୃପକ୍ଷ ଜଣାଇଥିଲେ। ଫଳରେ ସମ୍ପୃକ୍ତ ଚାକିରି ଆଶୟୀମାନେ ଠକେଇର ଶୀକାର ହୋଇଥିବା ଜାଣିବାକୁ ପାଇଥିଲେ।

ଜାଲ ନିଯୁକ୍ତିପତ୍ର ଦେଇ ଠକେଇ ଘଟଣାରେ ଏକ ଦମ୍ପତିକୁ ଗିରଫ କରିଛି ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ


‘‘ନକଲି ନିଯୁକ୍ତିପତ୍ର ଦେଇ କମ୍ପାନୀକୁ ବଦନାମ କରୁଥିବା ଅଭିଯୋଗ ନେଇ ଭୱରିଆଁ କମ୍ପାନୀର ସହକାରୀ ପରିଚାଳକ ବିଜୟ କୁମାର ଠାକୁର ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ସମ୍ପୃକ୍ତ ସଂସ୍ଥା ଉପରେ ଚଢ଼ାଉ କରି ଯାଞ୍ଚ କରିବା ସହିତ ଦମ୍ପତିକୁ ଗିରଫ କରିଥିଲା। ଏହା ସହିତ ସଂସ୍ଥାରୁ ୧୩ଟି କମ୍ପ୍ୟୁଟର, ୮ଟି ବ୍ୟାଙ୍କ ଖାତା, ନକଲି ପରିଚୟ ପତ୍ର ଓ ନିଯୁକ୍ତି ପତ୍ର ସମେତ ଅନ୍ୟ ସାମଗ୍ରୀ ଜବତ କରିଛି। ଠକେଇ ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ପରବର୍ତ୍ତୀ ସମୟରେ ଦମ୍ପତ୍ତିକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚୁରା କରାଯିବ,’’ କହିଛନ୍ତି ବ୍ରହ୍ମପୁର ଏସପି ପୀନାକ ମିଶ୍ର।

ସେହିପରି ବ୍ରହ୍ମପୁର ବାସିନ୍ଦା ସଚିନ ପଣ୍ଡା କହିଛନ୍ତି, ‘‘ବର୍ତ୍ତମାନ ସମୟରେ ୱେବ୍ ପୋର୍ଟାଲ୍‌ ମାଧ୍ୟମରେ ଅଥବା ଅନ୍ୟନ୍ୟ ସାମାଜିକ ଗଣମାଧ୍ୟମରେ ଜରିଆରେ ଏଭଳି ଟଙ୍କା ମାଧ୍ୟମରେ ନିଯୁକ୍ତି କରାଇ ଦେବା ଭଳି ବିଜ୍ଞାପନ ଆସୁଛି। ବେକାର ଯୁବକ ଯୁବତୀମାନେ ଏହି ବିଜ୍ଞାପନକୁ ଦେଖି ଚାକିରି ଲୋଭରେ ଲକ୍ଷାଧିକ ଟଙ୍କା ଦେଉଛନ୍ତି। କିନ୍ତୁ ପରବର୍ତ୍ତୀ ସମୟରେ ଚାକିରି ମିଳୁନାହିଁ କି ଦେଇଥିବା ଟଙ୍କା ମଧ୍ୟ ଫେରି ପାଉନାହାଁନ୍ତି। ପରବର୍ତ୍ତୀ ସମୟରେ ପୋଲିସ ପାଖରେ ପହଞ୍ଚି ନିଜର ଅଭିଯୋଗ ଜଣାଉଛନ୍ତି । ତେଣୁ ଯେକୌଣସି ବିଜ୍ଞାପନକୁ ଦେଖି ଚାକିରି ଆଶାରେ ଟଙ୍କା ପ୍ରଦାନ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ପ୍ରଥମରେ ସମ୍ପୃକ୍ତ ସଂସ୍ଥା ଟିକିନିଖି ବିଷୟ ଉପରେ ଜାଣିବା ପରେ ପରବର୍ତ୍ତୀ ପଦକ୍ଷେପ ନେବା ଆବଶ୍ୟକ। କେବଳ ଯେ ଦମ୍ପତି ହିଁ ଏହି ସଂସ୍ଥା ଦ୍ବାରା ଯୁବକତ ଯୁବତୀଙ୍କୁ ଠକୁଛନ୍ତି ତାହା ନୁହେଁ ଏଭଳି ଅନେକ ସଂସ୍ଥା ସହରରେ ମାତିଛନ୍ତି ଅନେକ ଅଭିଯୋଗ ଶୁଣିବାକୁ ମିଳିସାରିଛି ।’’

ସହରରେ ରହିଥିବା ଏଭଳି ଠକେଇ ସଂସ୍ଥା ଉପରେ ଚଢ଼ାଉ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ। ଏହା ବ୍ୟତୀତ ଗୋଷାଣୀ ନୂଆଗାଁ ଥାନା ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ସହରର ଯୁବକମାନେ ସ୍ବାଗତ କରିଥିବା ବେଳେ ବେକାର ଯୁବକ ଯୁବତୀମାନେ କିଭଳି ଭାବେ ଏଭଳି ଠକାମୀରୁ ବଞ୍ଚିତ ହୋଇପାରିବେ ସେ ନେଇ ଜିଲ୍ଲା ପ୍ରଶାସନ ହେଉ ଅଥବା ଜିଲ୍ଲା ପୋଲିସ କିଛି ସଚେତନତା ମୂଳକ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ଶକ୍ତି ରଞ୍ଜନ।

ଗତ ବର୍ଷ ମାର୍ଚ୍ଚ ମାସରେ ବ୍ରହ୍ମପୁରରେ ଥିବା ମାକ୍ସଅସ ଆଉଟସୋସିଂ ପ୍ରାଇଭେଟ୍‌ ଲିମିଟେଡ଼ ନାମକ ଏକ କମ୍ପାନୀ ଅନେକ ଯୁବକ ଯୁବତୀଙ୍କୁ ଚାକିରି କରାଇଦେବା ନାମର ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗରେ କମ୍ପାନୀର ମାଲିକ ଗିରଫ ହୋଇଥିଲେ। ବର୍ଷ ନ ପୁରୁଣୁ ଆଉ ଏକ ସଂସ୍ଥାକୁ ପୋଲିସ ଠାବ କରିବା ସହିତ ଚଢ଼ାଉ କରିଥିବା ବେଳେ ଏଭଳି ଅନେକ ସଂସ୍ଥା ସହରରେ ଠକେଇ କରୁଥିବା ବେଳେ ତଦନ୍ତ କରି ସମସ୍ତ ଠକେଇ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରେ ଦାବି ହୋଇଛି।
Published by:Lipina Das
First published: