ମେ ୪ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦେଶର ପ୍ରଥମ ମହିଳା ବିଜନେସ ମେଳା

ଦୈନିକ ଏହି ମେଳା ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ମେଳାକୁ ଯିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ପ୍ରଥମ ଆୟୋଜନରେ ଏହି ମେଳାରେ ଖୋଲିବ ୧୦୦ରୁ ଉର୍ଦ୍ଧ୍ୱ ଷ୍ଟଲ।

ମେ ୪ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦେଶର ପ୍ରଥମ ମହିଳା ବିଜନେସ ମେଳା

ମେ ୪ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦେଶର ପ୍ରଥମ ମହିଳା ବିଜନେସ ମେଳା

  • Share this:
News18 Odia Digital

ଭୁବନେଶ୍ବର: ଆସନ୍ତା ମେ ୪ ତାରିଖରୁ ଭୁବନେଶ୍ୱର ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି ମହିଳା ବିଜନେସ୍ ମେଳା ୨୦୨୨। ମୋଟ ୫ ଦିନ ଧରି ହେବାକୁ ଥିବା ଏହି ବିଜନେସ ମେଳାକୁ ୪ ତାରିଖ ସନ୍ଧ୍ୟାରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ପ୍ରଥମ ବୋଲି କୁହାଯାଉଥିବା ଏହି ମହିଳା ବିଜନେସ ମେଳାରେ ଯୋଗ ଦେବେ ବଲିଉଡ କଳାକାର ଲାରା ଦତ୍ତା, ଅର୍ଜୁନ ରାମପାଲ। ଏଥି ସହିତ ଏହି କାର୍ଯ୍ୟକ୍ରମରେ ସଂଖ୍ୟାଧିକ ମହିଳା ଉଦ୍ୟୋଗୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଦୈନିକ ଏହି ମେଳା ଅପରାହ୍ନ ୨ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଖୋଲା ରହିବ। ମେଳାକୁ ଯିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ପ୍ରଥମ ଆୟୋଜନରେ ଏହି ମେଳାରେ ଖୋଲିବ ୧୦୦ରୁ ଉର୍ଦ୍ଧ୍ୱ ଷ୍ଟଲ। କିଣାବିକା ସହିତ ଯେଉଁମାନେ ଶିଳ୍ପଦ୍ୟୋଗୀ ହେବାକୁ ଆଗ୍ରହୀ ସେମାନେ ମଧ୍ୟ ଏକ୍ସପର୍ଟଙ୍କ ଠାରୁ ପରାମର୍ଶ ପାଇବେ ବୋଲି ଆୟୋଜକଙ୍କ ପକ୍ଷରୁ କୁହାଯାଇଛି।

ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ଗତ ୨୦୨୦ ଜାନୁୟାରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା ଇଣ୍ଡିଆନ ଚାମ୍ବର ଅଫ କମର୍ସର ଓମେନ୍ ଏଣ୍ଟରପ୍ରିନ୍ୟୁରସିପ୍ କାଉନ୍‌ସିଲ୍। ବିଗତ ସ୍ୱଳ୍ପ ସମୟ ମଧ୍ୟରେ ଶତାଧିକ ମହିଳା ସଦସ୍ୟ ସଂଖ୍ୟା ଏକ ମାଇଲଖୁଣ୍ଟ ଅତିକ୍ରମ କରିସାରିଛି ବୋଲି କୁହାଯାଇପାରେ। ଆଇ.ଡ଼ବ୍ଲୁ.ଇ.ସି. ଓଡ଼ିଶା, ଭାରତର ଏକ ସକ୍ରିୟ ମହିଳା ଉଦ୍ୟୋଗୀ ସଙ୍ଗଠନ।

ମେ ୪ରୁ ଭୁବନେଶ୍ୱରରେ ଆରମ୍ଭ ହେବ ଦେଶର ପ୍ରଥମ ମହିଳା ବିଜନେସ ମେଳା


ଆଇ.ଡ଼ବ୍ଲୁ.ଇ.ସି. ଓଡ଼ିଶାର ଅଭୂତପୂର୍ବ ସଫଳତା ପରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଭାରତର ଅନ୍ୟାନ୍ୟ ରାଜ୍ୟ ମାନଙ୍କର ମଧ୍ୟ ଏହାର ଶାଖା ଖୋଲିବା ସହ ଜାତୀୟ ସ୍ତରରେ ନ୍ୟାସନାଲ ଆଇ.ଡ଼ବ୍ଲୁ.ଇ.ସି. ଏକ ପାଞ୍ଚ ଦିନିଆ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ପ୍ରଥମ ଥର ପାଇଁ ମହିଳାଙ୍କ ବ୍ୟବସାୟ ମେଳା ପରି ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛି।

ଉକ୍ତ କାର୍ଯ୍ୟକ୍ରମରେ ଜନତା ମଇଦାନଠାରେ ଶତାଧିକ ମହିଳା ବ୍ୟବସାୟୀ ନିଜର ଷ୍ଟଲ ମାଧ୍ୟମରେ ନିଜ ବ୍ୟବସାୟକୁ ବୃଦ୍ଧି ତଥା ପ୍ରଚାର ପ୍ରସାର କରିବା ନିମନ୍ତେ ସୁଯୋଗ ପାଇବେ। ଏହାଛଡ଼ା ଅନ୍ୟାନ୍ୟ କନ୍‌ଫରେନ୍ସ, ସେମିନାର ୱାର୍କସପ୍‌, ଟକ୍ ସୋ, ନିବେଶକ କାର୍ଯ୍ୟକ୍ରମ, ଅତି କ୍ଷୁଦ୍ର କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗୀୟ ଯୋଜନା ଆର୍ଥିକ ଶିକ୍ଷା ତଥା ନାନା ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ କାର୍ଯ୍ୟକ୍ରମର ଯୋଜନା ରହିଛି।

ଉକ୍ତ କାର୍ଯ୍ୟକ୍ରମ ଓଡ଼ିଶାର ମହିଳା ଉଦ୍ୟୋଗୀମାନଙ୍କ ପ୍ରଚାର କରିବା ସହ ଆଗାମୀ ଦିନରେ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ମହିଳା, ଶିଶୁ ଓ ପରିବାରବର୍ଗଙ୍କ ପାଇଁ ଏକ ସ୍ୱତନ୍ତ୍ର ପ୍ରେରଣାଦାୟୀ ଉତ୍ସବ ଭାବେ ଅଭିହିତ ହେବ। ଉକ୍ତ କାର୍ଯ୍ୟକ୍ରମ ଜାତୀୟ ସ୍ତରରେ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ଅତିକ୍ଷୁଦ୍ର, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ, ଭାରତ ସରକାର, ଓଡ଼ିଶା ସରକାରଙ୍କ ଦ୍ୱାରା ନାନା ଖବର ପରିବେଶଷଣ ସଂସ୍ଥା ଦ୍ୱାରା ପ୍ରସାରିତ ହେବ।

ଉକ୍ତ କାର୍ଯ୍ୟକ୍ରମର ଉଦଯାପାନୀ ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଧ୍ୟକ୍ଷ, ଓଡ଼ିଶା ଦକ୍ଷତା ବୃଦ୍ଧି ଓ ମାଇଣ୍ଡ ଟ୍ରିର ପ୍ରତିଷ୍ଠାତା ସୁବ୍ରତ ବାଗଚୀ, ଲୋକସଭା ସଦସ୍ୟ, ପ୍ରତିଷ୍ଠାତା, କିଟ୍ ବିଶ୍ୱବିଦ୍ୟାଳୟ ଅଚ୍ୟୁତ ସାମନ୍ତ, ଲୋକସଭା ସଦସ୍ୟ, କଳିଙ୍ଗ କୁସୁମ ଫାଉଣ୍ଡସେନର ପ୍ରତିଷ୍ଠାତା ସୁଜିତ୍ କୁମାର , ଅଭିନେତ୍ରୀ ଲାରା ଦତ୍ତ, ଅଭିନେତା ଅର୍ଜୁନ ରାମପାଲ, ପ୍ରଯୋଜକ ତଥା ନିର୍ଦ୍ଦେଶକ ଇମତିଆଜ ଅଲ୍ଲି, ପ୍ରେରଣାଦାୟୀ କଥାକାର ଗୌରାଙ୍ଗ ଦାସ ପ୍ରଭୁ, ଲ୍ୟୁକ୍ କୌଟିଂହୋ ଓ ସମୀର ପୁରୋହିତଙ୍କ ପରି ଜୀବନଶୈଳୀ ପ୍ରଶିକ୍ଷକ ଓ ସେଲିବ୍ରିଟି ଫଟୋଗ୍ରାଫର ବିକ୍ରମ ବାୱା ଆଦି ଯୋଗ ଦେବେ।
Published by:Lipina Das
First published: