ଦେଶର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ୍ ‘ଟ୍ରେଣ୍ଡସ୍’ ଏବେ ଚାନ୍ଦବାଲି ସହରରେ

ଟ୍ରେଣ୍ଡସ ହିଁ ବାସ୍ତବରେ ଭାରତରେ ଫ୍ୟାସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚାଇଛି। ମେଟ୍ରୋ ଠାରୁ ଆରମ୍ଭ କରି ମିନି-ମେଟ୍ରୋ, ଟାଏର-୧ ଓ ଟାଏର-୨ ସହର ଓ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଗ୍ରାହକଙ୍କ ସହିତ ସମ୍ପର୍କ ମଜବୁତ କରିଛି।

ଦେଶର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ୍ ‘ଟ୍ରେଣ୍ଡସ୍’ ଏବେ ଚାନ୍ଦବାଲି ସହରରେ

ଦେଶର ସର୍ବବୃହତ୍ ଫ୍ୟାସନ ଡେଷ୍ଟିନେସନ୍ ‘ଟ୍ରେଣ୍ଡସ୍’ ଏବେ ଚାନ୍ଦବାଲି ସହରରେ

  • News18 Odia
  • Last Updated :
  • Bhadrak | Odisha (Orissa) | Reliance Complex
  • Share this:
News18 Odia Digital

ଭଦ୍ରକ/ଭୁବନେଶ୍ୱର: ଦେଶର ସର୍ବବୃହତ୍ ଓ ଦ୍ରୁତ ଅଭିବୃଦ୍ଧି ହାସଲକାରୀ ରିଲାଏନ୍ସ ରିଟେଲର ପୋଷାକ ଓ ଆସେସୋରିଜ୍ ସ୍ପେସାଲିଟି ଚେନ୍ ଟ୍ରେଣ୍ଡ୍‌ସର ନୂଆ ଷ୍ଟୋର ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ସହରରେ ଖୋଲିଥିବା କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।

ଟ୍ରେଣ୍ଡସ ହିଁ ବାସ୍ତବରେ ଭାରତରେ ଫ୍ୟାସନକୁ ସବୁବର୍ଗର ଲୋକଙ୍କ ପାଖରେ ପହଞ୍ଚାଇଛି। ମେଟ୍ରୋ ଠାରୁ ଆରମ୍ଭ କରି ମିନି-ମେଟ୍ରୋ, ଟାଏର-୧ ଓ ଟାଏର-୨ ସହର ଓ ଅନ୍ୟାନ୍ୟ ସ୍ଥାନର ଗ୍ରାହକଙ୍କ ନିକଟରେ ପହଞ୍ଚାଇ ଗ୍ରାହକଙ୍କ ସହିତ ସମ୍ପର୍କ ମଜବୁତ କରିଛି। ଏଥିସହିତ ଭାରତର ଲୋକପ୍ରିୟ ଫ୍ୟାସନ ସ୍ଥଳୀରେ ପରିଣତ ହୋଇଛି।

ଚାନ୍ଦବାଲି ସ୍ଥିତ ଟ୍ରେଣ୍ଡସ ଷ୍ଟୋରର ଆଧୁନିକତାର ସ୍ପର୍ଶ ରହିଛି। ଏଥିସହିତ ଗ୍ରାହକଙ୍କ ପାଇଁ ମନଲୋଭା ପରିବେଶ ବି ରହିଛି। ଏଠାରେ ଆକର୍ଷଣୀୟ ରେଞ୍ଜର ଉତ୍ତମମାନର ଫ୍ୟାସନ ସାମଗ୍ରୀ ରଖାଯାଇଛି। ସ୍ଥାନୀୟ ଅଞ୍ଚଳର ଗ୍ରାହକଙ୍କ ଆବଶ୍ୟକତା ଓ ପକେଟକୁ ସୁହାଇବା ଭଳି ସୁଲଭ ମୂଲ୍ୟରେ ସାମଗ୍ରୀ ବିକ୍ରିର ବ୍ୟବସ୍ଥା ହୋଇଛି।

ଗ୍ରାହକମାନେ ଯେଭଳି ସେମାନେ ଖର୍ଚ୍ଚ କରୁଥିବା ଟଙ୍କାର ସର୍ବାଧିକ ମୂଲ୍ୟ ପାଇପାରିବେ ତାହାକୁ ଧ୍ୟାନ ଦିଆଯାଇଛି। ସହରର ଗ୍ରାହକମାନେ ଏଠାରୁ ଅପଡେଟ୍ ଫ୍ୟାସନରେ ମହିଳା, ପୁରୁଷ ଓ ପିଲାମାନଙ୍କ ପାଇଁ ରହିଥିବା ପୋଷାକ ବର୍ଗରେ ବିଭିନ୍ନ ସ୍ୱତନ୍ତ୍ର ପୋଷାକ ଓ ଫ୍ୟାସନ ଆସେସୋରିଜ ଶାନଦାର ମୂଲ୍ୟରେ ପାଇପାରିବେ।

ଚାନ୍ଦବାଲିରେ ଖୋଲିଥିବା ଏହି ୫୫୦୦ ବର୍ଗଫୁଟ ପରିମିତ ପ୍ରଥମ ଟ୍ରେଣ୍ଡସ ଷ୍ଟୋରରେ ଶ୍ରେଷ୍ଠ ଫ୍ୟାସନ ଓ ସୁଲଭ ମୂଲ୍ୟ ସହିତ ପ୍ରାରମ୍ଭିକ ଅଫର ଭାବେ ଗ୍ରାହକମାନଙ୍କ ପାଇଁ ଅନେକ ଆକର୍ଷଣୀୟ ଅଫର ରହିଛି। ଯେପରିକି କେତେକ ନିର୍ଦ୍ଦିଷ୍ଟ ସାମଗ୍ରୀ ବର୍ଗରେ ୩୪୯୯ ଟଙ୍କାର ସାମଗ୍ରୀ କିଣିଲେ ଆଉ ୩୪୯୯ ଟଙ୍କା ମୂଲ୍ୟର ସାମଗ୍ରୀ ମାଗଣା ପାଇପାରିବେ। କେବଳ ସେତିକି ନୁହେଁ, ୨୯୯୯ ଟଙ୍କାର କ୍ରୟ ଉପରେ ୩୦୦୦ ଟଙ୍କା ମୂଲ୍ୟର ରିହାତି କୁପନ ସମ୍ପୂର୍ଣ୍ଣ ମାଗଣାରେ ପାଇପାରିବେ।

ତେଣୁ ଚାନ୍ଦବାଲିରେ ଖୋଲିଥିବା ସ୍ୱତନ୍ତ୍ର ଟ୍ରେଣ୍ଡସ ଷ୍ଟୋରକୁ ଗ୍ରାହକମାନେ ଆସି ଫ୍ୟାସନ ସାମଗ୍ରୀ ସପିଂର ଅନୁଭୂତି ଓ ଆନନ୍ଦ ନେଇପାରିବେ।
Published by:Lipina Das
First published: