ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଦେଶରେ ଥିବା ପ୍ରାକୃତିକ ସମ୍ପଦର ସିଏଜି ଅଡିଟ୍ ହେବ; ସୂଚନା ଦେଇଛନ୍ତି ସିଏଜି ଗିରିଶ ମୁର୍ମୁ

ଦେଶରେ ଥିବା ପ୍ରାକୃତିକ ସମ୍ପଦର ସିଏଜି ଅଡିଟ୍ ହେବ; ସୂଚନା ଦେଇଛନ୍ତି ସିଏଜି ଗିରିଶ ମୁର୍ମୁ

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ।

ଦେଶରେ ଥିବା ପ୍ରାକୃତିକ ସମ୍ପଦର ସିଏଜି ଅଡିଟ୍ ହେବ; ସୂଚନା ଦେଇଛନ୍ତି ସିଏଜି ଗିରିଶ ମୁର୍ମୁ
ଦେଶରେ ଥିବା ପ୍ରାକୃତିକ ସମ୍ପଦର ସିଏଜି ଅଡିଟ୍ ହେବ
  • News18 Odia
  • Last Updated: November 23, 2021, 5:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦେଶରେ ଥିବା ପ୍ରାକୃତିକ ସମ୍ପଦର ସିଏଜି ଅଡିଟ ହେବ। ଏ ନେଇ ସୂଚନା ଦେଇଛନ୍ତି ଦେଶର ମହା ଲେଖାକାର ତଥା ସିଏଜି ଗିରିଶ ମୁର୍ମୁ। ଖଣି ଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । କେଶରୀ ନଗରଠାରେ ନବନିର୍ମିତ କାର୍ଯ୍ୟାଳୟର ଉଦଘାଟନ ଅବସରରେ ଏହା କହିଛନ୍ତି ସେ। ଚାର୍ଟାଡ଼ ଆକାଉଣ୍ଟେଟ ଓ ପରିବେଶବିତ୍ ଏହାକୁ ସ୍ବାଗତ କରିଛନ୍ତି ।

ଏଣିକି ପ୍ରାକୃତିକ ସମ୍ପଦ ଓ ଲୋକାଲ ବଡିର ଅଡିଟ କରିବ ସିଏଜି । ଭୁବନେଶ୍ୱରରେ ପ୍ରିନ୍ସିପାଲ ଏଜିଙ୍କ ନୂଆ କାର୍ଯ୍ୟାଳୟ ଉଦଘାଟନ ଅବସରରେ ଏହି ସୂଚନା ଦେଇଛନ୍ତି ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ ।

ସିଏଜି କହିଥିଲେ, ‘‘ଖଣିଗୁଡ଼ିକରେ କେତେ ମୂଲ୍ୟର ପ୍ରାକୃତିକ ସମ୍ପଦ ରହିଛି, ଉତ୍ତୋଳନ ଲାଗି କେତେ ଟଙ୍କା ଖର୍ଚ୍ଚ ହେଉଛି, ଏହା ସରକାରଙ୍କୁ ଲାଭ ଦେଉଛି ନା ନାହିଁ, ସେସବୁର ଅଡିଟ କରିବ ସିଏଜି । ସେହିଭଳି ଲୋକାଲ ବଡିର ଅଡିଟ ମଧ୍ୟ କରିବ ସିଏଜି। ରାଜ୍ୟଗୁଡ଼ିକ ଲୋକଲ ବଡିର ଅଡିଟ୍ କରୁଛନ୍ତି । ଏଥିରେ ସିଏଜି ତାଙ୍କୁ ସବୁ ପ୍ରକାର ସାହାଯ୍ୟ କରିବ । ଫଳରେ ଲୋକାଲ ବଡିର ରିୟଲ ଟାଇମ ଅଡିଟ୍ ସମ୍ଭବ ହୋଇପାରିବ । ବିଭିନ୍ନ ଯୋଜନାରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ କୋଟି କୋଟି ଟଙ୍କା ଆବଣ୍ଟନ କରୁଛନ୍ତି । ଏହି ଅର୍ଥ କିଭଳି ଖର୍ଚ୍ଚ ହେଉଛି, ତାହାର ଅଡିଟ୍ ହେବ । ଏଥିରେ ରହୁଥିବା ତ୍ରୁଟିକୁ ଧରିବା ସହ ତାହାର ସୁଧାର ଲାଗି ସୁପାରିଶ କରିବ ସିଏଜି।’’

ସେହିପରି ଚାଟାର୍ଡ଼ ଆକାଉଣ୍ଟେଟ ରାଜୀବ ସାହୁ କହିଥିଲେ ଯେ ପ୍ରାକୃତିକ ସମ୍ପଦର ଅଡିଟ୍ ହୋଇ ଲୋକଲୋଚନକୁ ଆସିପାରିବ। ସୋସାଇଟିର ଜିନିଷକୁ ଠିକ୍‌ରେ ବିନିଯୋଗ ହେଉଛି ନା ନାହିଁ ଜଣାପଡ଼ିବ। ଅଡିଟ୍ ପ୍ରୋସେସରେ ପ୍ରାକୃତିକ ସମ୍ବଳର ମୂଲ୍ୟାୟନ, ଆକଳନ, ଯାଞ୍ଚ, ହୋଇପାରିବ। ବର୍ତ୍ତମାନ ପର୍ଯ୍ୟନ୍ତ ଅଡିଟର ସ୍ପୋକ ଲିମିଟେଡ଼ ଥିଲା ତାକୁ ଆହୁରି ବଢ଼ାଯିବ। ସୂଚନା ଲୋକଙ୍କ ପାଖକୁ ଆସିବ। ନୂଆ ନୂଆ ଟେକ୍ନୋଲୋଜି, ଇଣ୍ଟରନ୍ୟାସନାଲ ବେଷ୍ଟ ପ୍ରାକ୍ଟିସେସକୁ ଆଖି ଆଗରେ ରଖି ଏହି ଅଡିଟଟି କରାଯାଇପାରିବ। ଅଡିଟର ପରିଧି ସିଏଜିଙ୍କ ଅଧନରେ ଅଛି ସିଏଜି ଏହାକୁ ରେଗୁଲେଟ କରିବେ ସେହି ହିସାବରେ ରାଜ୍ୟମାନଙ୍କ ପାଇଁ ଗାଇଡ଼ଲାଇନ ଦେବେ। ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ ଏହାକୁ ସ୍ବାଗତ କରିବା ସହ କହିଛନ୍ତି ଅତି ସତର୍କତାର ସହିତ ଏକ୍ସ ପୋର୍ଟ ଓ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମତ ନେବା ଦରକାର। ଖଣି ଖନନ ଅବୈଗ୍ୟାନିକ ଉପାୟରେ ହେଉଛି। ଅନେକ କମ୍ପାନୀ ବେଆଇନ ଭାବରେ ଖଣିଲୁଟ କରୁଛନ୍ତି। ଅକ୍ସନରେ କ୍ବାଲିଟିକୁ କମାଇକି ଯେଉଁ ମାନେ ଖଣିର ମାନ ନିର୍ଦ୍ଧାରଣ କରନ୍ତି ତାଙ୍କ ସହିତ ସଲାସୁତୁରା କରି କମ୍ ରେଟରେ କମ୍ପାନୀ ନିଅନ୍ତି। ସରକାରଙ୍କ କ୍ଷତି ହୋଇଥାଏ କମ୍ପାନୀ ଲାଭ ପାଇଥାଏ। କ୍ବାଲିଟିକୁ କମେଇକି କମ୍ପାନୀ ମାଲେମାଲ ହେଉଛନ୍ତି। ଯାହା ବଡ଼ ଦୁର୍ନୀତି। କେଉଁ ପ୍ରାକୃତିକ ସମ୍ବଳ କେତେଦିନ ଭିତରେ ବିନିଯୋଗ ହେବ ତାହା ମଧ୍ୟ ନିର୍ଘଣ୍ଟ ହେବା ଦରକାର । ଭବିଷ୍ୟତ ପିଢ଼ି ପାଇଁ କଣ ରହିବ ଚିନ୍ତା କରାଯିବା ଦରକାର।ଏ। ନିଷ୍ପତ୍ତି ସ୍ବାଗତଯୋଗ୍ୟ।’’

ରାଜ୍ୟରୁ ବେଧଡକ ଲୁଟ ହେଉଥିଲା ପ୍ରାକୃତିକ ସମ୍ପଦ। ଲଘୁଖଣିଜାତ ଦ୍ରବ୍ୟ ହେଉ ଅବା ଖଣିଜ ସମ୍ପଦ ସବୁର ସିଏଜି ଅଡିଟ୍ ହେଲେ ପ୍ରାକୃତିକ ସମ୍ପଦର ହେଉଥିବା ସୁବିନିଯୋଗର ବାସ୍ତବ ଚିତ୍ର ଜଣାପଡ଼ିବ।
Published by: Lipina Das
First published: November 23, 2021, 5:13 PM IST