ଧାମନଗର ଉପନିର୍ବାଚନ; ୧୨ ରାଉଣ୍ଡ ସୁଦ୍ଧା ୬୨୧୪ ଭୋଟରେ ଆଗୁଆ ବିଜେପି

ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ।

  • News18 Odia
  • | November 06, 2022, 14:56 IST
    facebookTwitterLinkedin
    LAST UPDATED A MONTH AGO

    AUTO-REFRESH

    HIGHLIGHTS

    17:39 (IST)

    ଗଣତି ଶେଷ। ୯୮୮୧ ଖଣ୍ଡ ଭୋଟରେ ସୂର୍ଯ୍ୟବଂଶୀ ବିଜୟୀ। ପୋଷ୍ଟାଲ୍ ବ୍ୟାଲଟ ଫଳାଫଳ ଆସିଲେ ସଂଖ୍ୟା ବଢିପାରେ।


    17:22 (IST)

    ୧୮ ରାଉଣ୍ଡରେ ବିଜେପି ଲିଡ । ମୋଟ ୯୭୪୨ ଭୋଟରେ ସୂର୍ଯ୍ୟବଂଶୀ ସୂରଜ ଆଗୁଆ।


    17:1 (IST)

     ୧୭ ରାଉଣ୍ଡ ସୁଦ୍ଧା ବିଜେପି ମୋଟ ୮୮୨୫ ଭୋଟରେ ଆଗୁଆ।


    17:2 (IST)

     ୧୭ ରାଉଣ୍ଡ ସୁଦ୍ଧା ବିଜେପି ମୋଟ ୮୮୨୫ ଭୋଟରେ ଆଗୁଆ।


    16:40 (IST)

    ଧାମନଗର ଉପନିର୍ବାଚନ; ୧୬ ରାଉଣ୍ଡ ସୁଦ୍ଧା ମୋଟ ୩୦୯ ଭୋଟରେ ସୂର୍ଯ୍ୟବଂଶୀ ସୂରଜ ଆଗୁଆ ।


    16:9 (IST)

    ଧାମନଗର ଉପନିର୍ବାଚନ; ୧୫ ରାଉଣ୍ଡ ସୁଦ୍ଧା ମୋଟ ୭୬୬୩ ଖଣ୍ଡ ଭୋଟରେ ବିଜେପି ଆଗୁଆ।


    15:40 (IST)

    ଧାମନଗର ଉପନିର୍ବାଚନ; ୧୪ ରାଉଣ୍ଡ ସୁଦ୍ଧା ବିଜେପି ୭୬୬୧ ଭୋଟରେ ଆଗୁଆ


    15:39 (IST)

    ଧାମନଗର ଉପନିର୍ବାଚନ; ୧୪ ରାଉଣ୍ଡ ସୁଦ୍ଧା ବିଜେପି ୭୬୬୧ ଭୋଟରେ ଆଗୁଆ


    15:6 (IST)

    ଧାମନଗର ଉପନିର୍ବାଚନ;  ୧୩ ରାଉଣ୍ଡ ସୁଦ୍ଧା ବିଜେପି ୬୭୫୫ ଭୋଟରେ ଆଗୁଆ


    14:36 (IST)

    ଧାମନଗର ଉପନିର୍ବାଚନ; ୧୨ ରାଉଣ୍ଡ ସୁଦ୍ଧା ୬୨୧୪ ଭୋଟରେ ଆଗୁଆ  ବିଜେପି


    News18 Odia Digital

    ଭୁବନେଶ୍ୱର: ଇଭିଏମ ଭିତରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ। ଧାମନଗର ଉପନିର୍ବାଚନ ଫଳାଫଳ ଲାଗି ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି।

    ଭଦ୍ରକ ସଂସ୍କୃତି ଭବନରେ ଭୋଟ୍ ଗଣତି ପାଇଁ ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି ପାଇଁ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଛି। ୧୮ଟି ରାଉଣ୍ଡରେ ହେବ ଭୋଟ୍ ଗଣତି। ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି ଆରମ୍ଭ ହେବ। ଭୋଟ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ ସୁରକ୍ଷାବଳ ଓ ରାଜ୍ୟ ପୁଲିସ ନିୟୋଜିତ ହୋଇଛନ୍ତି। ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ଇଭିଏମ ରଖାଯାଇଛି। ୧୮ ରାଉଣ୍ଡ ପରେ VVPAT Machine Random Counting ହେବ। ଏହାକୁ ପରିଚାଳନା ପାଇଁ ଜଣେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ରହିବେ। କାଉଣ୍ଟିଙ୍ଗ ପାଇଁ ପ୍ରତି ଟେବୁଲରେ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଟ ସୁପରଭାଇଜର ଓ ଜଣେ ମାଇକ୍ରୋ ଅବଜରଭର ରହିବେ।



    ସାଧାରଣ ଲୋକ ସିଧାସଳଖ ଫଳାଫଳ ଜାଣିବା ପାଇଁ ନିର୍ବାଚନ ଆୟୋଗ ୱେବସାଇଟ୍ results.eci.gov.in ଲଗ୍ ଇନ୍ କରି ପାରିବେ। ବରଗଡ଼ ଜିଲ୍ଲାର ପଦମପୁର ବିଧାନସଭା ଆସନରେ ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ତାରିଖ ଘୋଷାଣ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ। ପଦମପୁର ଉପନିର୍ବାଚନ ପାଇଁ ନଭେମ୍ବର ୫ ତାରିଖ ଶନିବାରଠାରୁ ସମଗ୍ର ବରଗଡ ଜିଲ୍ଲାରେ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି।