ବାଲେଶ୍ୱର ଓ ତିର୍ତ୍ତୋଲ Bypoll: ଖୋଲିବ EVMର ସିଲ୍; ସକାଳ ୮ଟାରୁ ଗଣତି ଆରମ୍ଭ ହେବ

ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନର ସୁରକ୍ଷିତ ଓ ନିରପେକ୍ଷ ଭୋଟ୍ ଗଣତି ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଉଭୟ ବିଜେଡି ଓ ବିଜେପି ଦୁଇଟି ଯାକ ଆସନରେ ଜିତିବେ ବୋଲି ଆଶା ପ୍ରକାଶ କରିଛନ୍ତି ।

ବାଲେଶ୍ୱର ଓ ତିର୍ତ୍ତୋଲ Bypoll: ଖୋଲିବ EVMର ସିଲ୍; ସକାଳ ୮ଟାରୁ ଗଣତି ଆରମ୍ଭ ହେବ
ଉପନିର୍ବାଚନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ତୁମୁଳ ସଙ୍ଘର୍ଷ ହୋଇଥିଲା ।
  • News18 Odia
  • Last Updated: November 9, 2020, 9:50 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର/ ଜଗତସିଂହପୁର: ମଙ୍ଗଳବାର ଦିନ ବାଲେଶ୍ବର ଓ ତିର୍ତ୍ତୋଲ ବିଧାନ ସଭା ଆସନ ଲାଗି ହେବ ଭୋଟ୍‌ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ କରାଯିବ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହେବା ପରେ ୮ଟା ୩୦ରୁ EVM ଭୋଟ ଗଣତି କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି କହିଛନ୍ତି ।

କୋଭିଡ ଦୃଷ୍ଟିରୁ ଗୋଟିଏ ଗଣତି ରୁମରେ ୧୪ଟି ଟେବୁଲ ବଦଳରେ ୭ଟି ଟେବୁଲ ରହିବ । ତିନିଟି କାଉଣ୍ଟିଂ ହଲ ବ୍ୟବସ୍ଥା କରାଯାଇଛି । ଦୁଇଟି ହଲରେ ଇଭିଏମ ଓ ଅନ୍ୟ ହଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ବାଲେଶ୍ଵର ପାଇଁ ତିନି ଜଣ ARO ଓ ତିର୍ତ୍ତୋଲ ପାଇଁ ଦୁଇ ଜଣ ARO ରହିବେ । ଭୋଟ ଗଣତି ପରେ ପାଞ୍ଚଟି VVPAT ଗଣନା ହେବ। ମତଗଣନା କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଏହା ବି ପଢ଼ନ୍ତୁ Watch VIDEO: କୋଭିଡ-୧୯ରେ ମୃତ୍ୟୁ ପୂର୍ବରୁ କହିଗଲେ ଆମେରିକୀୟ ମହିଳା: ‘ମାସ୍କ ପିନ୍ଧନ୍ତୁ

ମଙ୍ଗଳବାର ଦିନ ଆସିବ ବାଲେଶ୍ବର ଓ ତିର୍ତ୍ତୋଲ ଉପନିର୍ବାଚନ ଫଳାଫଳ । ସେଥି ପାଇଁ ସରିଛି ସବୁ ପ୍ରସ୍ତୁତି । ପ୍ରାର୍ଥୀଙ୍କ ଛାତି ଏବେ ଧଡ଼ ଧଡ଼ ।  କାରଣ ତିନି ତାରିଖରେ ବନ୍ଦ ହୋଇଥିବା EVMର ଖୋଲିବ ସିଲ୍ । ବାଲେଶ୍ବରରେ ଭୋଟ ଗଣତି ପାଇଁ ସରିଛି ପ୍ରସ୍ତୁତି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ହେବ ଗଣତି । ସେଥିପାଇଁ ପ୍ରଥମେ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ପରେ ରାଜ୍ୟ ସଶସ୍ତ୍ର ବାହିନୀ ଏବଂ ଶହେ ମିଟର ଦୂରରେ ପହରା ଦେଉଛି ପୋଲିସ ।

ବାଲେଶ୍ୱରର ଭୋଟ୍ ଗଣତି କେନ୍ଦ୍ର ବାହାରର ଏକ ଦୃଶ୍ୟ


ବାଲେଶ୍ୱରରେ ଜିଲ୍ଲାପାଳଙ୍କ ଅପିସରେ ଦୁଇଟି ସ୍ବତନ୍ତ୍ର ହଲରେ ୧୪ଟି ଟେବୁଲରେ ହେବ ଭୋଟ ଗଣନା । ପ୍ରାୟ ୧,୬୦୦ ପୋଷ୍ଟାଲ ବ୍ୟାଲଟ ଗଣନା ପାଇଁ ଅନ୍ୟ ଗୋଟିଏ ହଲରେ ବ୍ୟବସ୍ଥା ହୋଇଛି । ଭୋଟ ଗଣତି ପାଇଁ ନିୟୋଜିତ ହୋଇଛନ୍ତି ୧୨୦ ଜଣ ଷ୍ଟାଫ୍ । ୬୦ ଜଣ ମାଇକ୍ରୋ ଅବଜରଭର ଓ ଆସିଷ୍ଟାଣ୍ଟ ଅବଜରଭର ବି ରହିବେ । ଛଅ ଜଣ ପ୍ରାର୍ଥୀଙ୍କ ସମେତ ୧୪ ଜଣ ଲେଖାଏଁ କାଉଣ୍ଟିଂ ଏଜେଣ୍ଟ ଭିତରକୁ ଯାଇପାରିବେ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି ।

ଏହା ବି ପଢ଼ନ୍ତୁ | ଅନୁପ ଜଲୋଟା ହନି ସିଂଙ୍କୁ ଟକ୍କର ଦେଲେ, ଜସଲିନଙ୍କ ସହ ନୂଆ ଅବତାରରେ ଦେଖାଦେଲେ

କେବଳ ରିଟର୍ଣ୍ଣିଂ ଅଫିସର ଓ ଅବଜରଭର ମୋବାଇଲ ଫୋନ୍‌ ଗଣତି କେନ୍ଦ୍ର ଭିତରକୁ ନେଇପାରିବେ । ଗଣମାଧ୍ୟମ ପ୍ରତିନିଧି ଓ କିଛି ସରକାରୀ କର୍ମଚାରୀଙ୍କ ପାଇଁ ପାସ୍ ବ୍ୟବସ୍ଥା କରାଯାଇଛି । ଆଉ ଲୋକେ ରେଜଲ୍ଟ ଜାଣିବା ପାଇଁ କ୍ୟାମ୍ପସ ବାହାରେ ମାଇକ୍‌ ଲଗାଯାଇଛି । ବାଲେଶ୍ବର ଉପନିର୍ବାଚନରେ ମୋଟ ପ୍ରାର୍ଥୀ ଛଅ ଜଣ ଥିବା ବେଳେ ଭୋଟର ଥିଲେ ୨ ଲକ୍ଷ ୨୬ ହଜାର ୫୮୨ ଜଣ । ବାଲେଶ୍ୱରରେ ୭୦.୬୯ ପ୍ରତିଶତ ଭୋଟ ପଡ଼ିଥିଲା ।

‘‘ମୁଖ୍ୟ ମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର ଓ ବାଲେଶ୍ୱରର ଦାୟିତ୍ୱ ନେବା କହିବା ପରେ ଏକପାଖିଆ ନିର୍ବାଚନ ହୋଇଥିଲା । ବିଜେଡି ସମର୍ଥନରେ ଅଧିକ ଭୋଟ ପଡ଼ିଛି,’’ କହିଛନ୍ତି ବାଲେଶ୍ୱରର ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ । କିଛିଦିନ ତଳେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ବିବାଦିତ ଏକ ଅଡିଓ ଭାଇରଲ ହେବା ପରେ ଦଳ ଉପରେ ତା’ର କୌଣସି ପ୍ରଭାବ ପଡିଥିବା ଆଶଙ୍କାକୁ ସେ ଅସ୍ବୀକାର କରିଛନ୍ତି ।

ଏହା ବି ପଢ଼ନ୍ତୁ | ‘‘ପାକିସ୍ତାନ ଚୀନ୍ ସହ କେଉଁ ଦିନ ଭାରତ ଯୁଦ୍ଧ କରିବ ତାହା ମୋଦୀ ଠିକ୍ କରିସାରିଛନ୍ତି,’’ କହିଲେ UP BJP ଅଧ୍ୟକ୍ଷ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଲୋକେ ଯେମିତି ୨୦୧୯ରେ ସ୍ବର୍ଗତ ବିଧାୟକ ମଦନମୋହନଙ୍କୁ ଆଶିର୍ବାଦ କରିଥିଲେ ଠିକ୍‌ ସେମିତି ଏ ଥର ଉପନିର୍ବାଚନରେ ତାଙ୍କ ପୁଅ ବିଜେପି ପ୍ରର୍ଥୀ ମାନସ ଦତ୍ତଙ୍କୁ ମଧ୍ୟ ସମର୍ଥନ ଦେଇଛନ୍ତି । ‘‘ତେଣୁ ମଙ୍ଗଳବାର ବିଜେପି ବିଜୟ ବାନା ଉଡ଼ାଇବା ନିଶ୍ଚିତ । ଦଳୀୟ ଆକଳନ ଅନୁସାରେ ବିଜେପିର ପ୍ରଦର୍ଶନ ଭଲ ହେବା ସହିତ ବଡ଼ ମାର୍ଜିନରେ ବିଜୟୀ ହେବେ ମାନସ ଦତ୍ତ,’’ କହିଛନ୍ତି ଷଢ଼ଙ୍ଗୀ ।

ତିର୍ତ୍ତୋଲ ଉପନିର୍ବାଚନର ଭୋଟ ଗଣତି ଜଗତସିଂହପୁରର ଏସଭିଏମ କଲେଜ ପରିସରରେ ହେବ । ଇଭିଏମ ଗଣତି ପାଇଁ ଦୁଇଟି ହଲ୍ କରାଯାଇଥିବା ବେଳେ ସେଥିରେ ସାତଟି ଲେଖାଏ ଟେବୁଲ ରହିଛି । ପୋଷ୍ଟାଲ ବ୍ୟାଲଟ୍‌ ଗଣତି ପାଇଁ ଗୋଟିଏ ହଲ୍ କରାଯାଇଛି । ଗଣତିରେ ୨୨ ଜଣ କାଉଣ୍ଟିଂ ସୁପରଭାଇଜର ଓ ୨୨ ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଥିବା ବେଳେ ୨୪ ଜଣ ମାଇକ୍ରୋ ଅବଜରଭର ରହିବେ । ଅନ୍ୟ ୮୦ ଜଣ କର୍ମଚାରୀ କାଉଣ୍ଟିଂରେ ସହାୟତା କରିବେ।



ତିର୍ତ୍ତୋଲରେ ପ୍ରାୟ ୨୭ ରାଉଣ୍ଡରେ ଗଣତି ହେବ । କାଉଣ୍ଟିଂ ବେଳେ ସମସ୍ତ କୋଭିଡ ନିୟମ ପାଳନ କରାଯିବ । ତିର୍ତ୍ତୋଲର ନିର୍ବାଚନୀ ମଇଦାନରେ ମୋଟ ନଅ ଜଣ ପ୍ରାର୍ଥୀ ଥିବା ମୋଟ ଭୋଟର ଥିଲେ ୨ ଲକ୍ଷ ୩୯ ହଜାର । ସେଠାରେ ୬୯.୬୬ ପ୍ରତିଶତ ଭୋଟ ପଡିଥିଲା ।
Published by: Anand Shankar Thankur Das
First published: November 9, 2020, 9:50 PM IST
corona virus btn
corona virus btn
Loading