News 18 Odia Digital
କଟକ: ସହରରୁ ନକଲି ଓ-୨ ଔଷଧ (O-2 Medicine) ରାକେଟ ଠାବ ହେବା ପରେ ଜାରି ରହିଛି ତନାଘନା । ଏହି କ୍ରମରେ କଟକ ପୁରୀଘାଟ ପୋଲିସ (purighat police) ଏହି ନକଲି ଔଷଧ ବିକ୍ରି କରୁଥିବା ବ୍ୟବସାୟୀ ବିଜୟ ଅଗ୍ରଓ୍ବାଲକୁ ଗିରଫ କରିଥିବା ବେଳେ ଏହି ରାକେଟରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ତାର ଛାନଭିନ୍ (investigation ) ମଧ୍ୟ ଆରମ୍ଭ କରିଛି ।
ବିଜୟଠାରୁ ପ୍ରାୟ ୨ ଲକ୍ଷ ଟଙ୍କା ମୂଲ୍ୟର ୧୨ ଶହ ଷ୍ଟିପ୍ ନକଲି ଔଷଧ ଜବତ କରାଯାଇଛି । ନକଲି ଔଷଧ କାରବାରରେ ଗିରଫ ହୋଇଥିବା ବିଜୟକୁ ପୁରୀଘାଟ ଥାନା ପୋଲିସ ଆଜି ତାର ଦୋକାନକୁ ନେଇଥିଲା । ସେଠାରେ ଆବଶ୍ୟକୀୟ ଜାଞ୍ଚ କାର୍ଯ୍ୟ ଶେଷ ହେବା ପରେ ପୋଲିସ ବିଜୟକୁ ପୁଣି ଥରେ ଥାନାକୁ ଫେରାଇ ଆଣିଛି । ତେବେ ବିଜୟର ଗିରଫଦାରୀ ପରେ ପ୍ରତିକ୍ରିୟାଶିଳ ହୋଇଛନ୍ତି ତାର ସହଯୋଗୀ ଏବଂ ଔଷଧ ବ୍ୟବସାୟୀ ସଂଘ ।
"ମୁଁ କିଛି ବେଆଇନ କାମ କରିନାହିଁ । ଔଷଧ ଗୁଡ଼ିକୁ ମୁଁ ଗ୍ରଡ ଲାଇସେନ୍ସ (license) ପାଇଥିବା ଡିଲରଙ୍କ ପାଖରୁ କିଣିଛି । ବିଲରେ କିଣିଛି ଏବଂ ବିଲରେ ମଧ୍ୟ ବିକିଛି" କହିଛି ଅଭିଯୁକ୍ତ ବ୍ୟବସାୟୀ ବିଜୟ ଅଗ୍ରଓ୍ବାଲ ।
ଓଡ଼ିଶା ବଜାରରେ ବିଭିନ୍ନ ବ୍ରାଣ୍ଡର ନକଲି ଔଷଧ ବିକ୍ରି ହେବା ନେଇ ଗତବର୍ଷ ସେପ୍ଟେମ୍ବର ମାସରେ ଖୋଳତାଡ ଆରମ୍ଭ କରିଥିଲା ଡ୍ରଗ କଣ୍ଟ୍ରୋଲ ବିଭାଗ । ସେହି କ୍ରମରେ ପୂର୍ବରୁ ନକଲି ଟେଲମା ଔଷଧ ଠାବ ହୋଇଥିବା ବେଳେ ଏବେ ନକଲି ଓ ୨ ଔଷଧ ଜବତ ହୋଇଛି । ଡ୍ରଗ କଣ୍ଟ୍ରୋଲ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତବାକ ଅଭିଯୁକ୍ତ ବିଜୟ ଅଗ୍ରଓ୍ବାଲ ପ୍ରାୟ ଏକ ବର୍ଷ ହେଲା ଏହି କାରବାରରେ ଲିପ୍ତ ରହିଛି । ଓଡ଼ିଶାରେ ଓ ୨ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ମେଡଲେ ଫାର୍ମାସୁଟିକାଲ୍ସର ପ୍ରଡକ୍ସନ ୟୁନିଟ ଥିବାବେଳେ ଅଭିଯୁକ୍ତ ବିଜୟ କିନ୍ତୁ ଦିଲ୍ଲୀ ଓ ମଧ୍ୟପ୍ରଦେଶରୁ ଓ ୨ ଔଷଧ ଆଣି ଓଡ଼ିଶାରେ ବିକ୍ରି କରୁଥିଲା ।
ଏହି ଖବର ପଢ଼ନ୍ତୁ -
http://ଇରାନରେ ହଜାରେ ଝିଅଙ୍କୁ ବିଷ ! ଝିଅଙ୍କୁ ଶିକ୍ଷାରୁ ବଞ୍ଚିତ କରିବାକୁ ହୀନ ଚକ୍ରାନ୍ତବିଶେଷ କରି ବିଭିନ୍ନ ଜିଲ୍ଲାରେ ଥିବା ୧୪ଟି ଡିଲରଙ୍କୁ ସେ ଏହି ନକଲି ଔଷଧ ବିକ୍ରି କରୁଥିଲା । ତେବେ ବିଜୟ ବିକ୍ରି କରୁଥିବା ଔଷଧ ଗୁଡ଼ିକର ନମୁନା ସଂଗ୍ରହ କରି ଏହାର ଜାଞ୍ଚ ପାଇଁ ଏହାର ନମୁନାକୁ ଉଭୟ ମେଡଲେ ଫାର୍ମାସୁଟିକାଲ୍ସ ଓ ଲ୍ୟାବକୁ ପଠାଯାଇଥିଲା । କିନ୍ତୁ ଉଭୟ ସ୍ଥାନରୁ ଏହା ନକଲି ବୋଲି ରିପୋର୍ଟ ମିଳିଥିଲା । ଯେତେବେଳେ ଧରା ପଡନ୍ତି ସେତେବେଳେ ବିଲରେ କିଣି ବିଲରେ ବିକ୍ରି ହେଇଛି ବୋଲି କୁହନ୍ତି । କିନ୍ତୁ ଔଷଧ କିଣିବା ସମୟରେ ଯାହାଙ୍କ ପାଖରୁ ଏହାକୁ କିଣାଯାଉଛି ବାସ୍ତବିକ ସେହି ବ୍ୟବସାୟୀମାନେ କମ୍ପାନୀର ଅଧିକୃତ ବ୍ୟବସାୟୀ ବା ନୁହେଁ ତାହା ଏମାନେ ଜାଞ୍ଚ କରୁନାହାଁନ୍ତି । ପୂର୍ବଥର ନକଲି ଔଷଧ କାରବାର ମାମଲାରେ ଏହି ସତ୍ୟ ହିଁ ସାମନାକୁ ଆସିଥିଲା କହିଛନ୍ତି ଏସିପି ଅମରେନ୍ଦ୍ର ପଣ୍ଡା ।
https://www.youtube.com/watch?v=j3_391-k9tw
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।