ନକଲି ଔଷଧ କାରବାର ମାମଲା; ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

ନକଲି ଔଷଧ କାରବାର ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କ ବାବଦରେ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସେହି ସୁରାକକୁ ଆଧାର କରି ରାକେଟର ଉତ୍ପତି ସ୍ଥଳ କୁହାଯାଉଥିବା ରାଜ୍ୟ ବାହରର ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଯାତ୍ରା କରିଛି ପୁରୀଘାଟ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ।

ନକଲି ଔଷଧ କାରବାର ମାମଲା; ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

ନକଲି ଔଷଧ କାରବାର ମାମଲା; ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା ପୋଲିସ ଟିମ

  • News18 Odia
  • Last Updated :
  • Cuttack, India
  • Share this:
News 18 Odia Digital

କଟକ: ନକଲି ତଥା ବିଶାକ୍ତ ଔଷଧ କାରବାର ପଛରେ ଥିବା ଏକ ବିରାଟ ରାକେଟକୁ ଠାବ କରିଛି ପୋଲିସ । ଅଡୁଆ ସୁତା ଭଳି ପରସ୍ପର ସହିତ ଛନ୍ଦି ହୋଇଥିବା ଏହି ରାକେଟର ଖିଅ ସନ୍ଧାନ କରିବା ଏବେ ପୋଲିସ ପାଇଁ ବଡ ଆହ୍ୱାନ ପାଲଟିଛି । ଏହି କ୍ରମରେ ନକଲି ଔଷଧ କାରବାର ପଛରେ ଥିବା ମାଷ୍ଟରମାଇଣ୍ଡମାନଙ୍କ ବାବଦରେ ପୋଲିସକୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ସୁରାକ । ସେହି ସୁରାକକୁ ଆଧାର କରି ରାକେଟର ଉତ୍ପତି ସ୍ଥଳ କୁହାଯାଉଥିବା ରାଜ୍ୟ ବାହରର ଏକ ନିର୍ଦ୍ଧିଷ୍ଟ ସ୍ଥାନକୁ ଯାତ୍ରା କରିଛି ପୁରୀଘାଟ ଥାନା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ । ବିଶେଷ କରି ଯେଉଁ ଲୋକ ବା ବ୍ୟବସାୟୀମାନେ ପ୍ରଚ୍ଛଦପଟରେ ରହି ଔଷଧ ନାଁରେ ବିଷ କାରବାର କରୁଥିଲେ ସେମାନଙ୍କୁ ଠାବ କରିବା ପୋଲିସର ପ୍ରାଥମିକତା ପାଲଟିଛି । ତେବେ ଏହି ମାମଲାର ତୃଣମୂଳ ସ୍ତରକୁ ଯାଇ ତଦନ୍ତ କରାଯାଉଥିବା କହିଛନ୍ତି କଟକ ଡିସିପି ।

"ଆମେ ଏହି କେସଟିକୁ ଅତି ଗମ୍ଭିରତାର ସହ ନେଇଛୁ । ଏହି ମାମଲାର ତଦନ୍ତର ପରିସମାପ୍ତି ମଧ୍ୟ ଆମେ ସଠିକ ଢଙ୍ଗରେ କରିବୁ । ଏପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଆମକୁ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି ଏବଂ ସେହି ପ୍ରମାଣକୁ ଆଧାର କରି ପୋଲିସ ଗୋଟିଏ ଟିମ ରାଜ୍ୟ ବାହାରକୁ ମଧ୍ୟ ଯାଇଛି" କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଏହି ନକଲି ତଥା ବିଶାକ୍ତ ଔଷଧ କାରବାରର ଚେର ରାଜ୍ୟ ଭିତରେ ଲମ୍ବି ଥିବାବେଳେ ଏହାର ମୂଳ ବାହାରରେ ରହିଥିବା ସ୍ପଷ୍ଟ ହୋଇଛି । ଫଳସ୍ୱରୂପ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ଆଜି ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜ୍ଜୁ କରାଯାଇଛି । ଟେଲମା ବ୍ରାଣ୍ଡ ବ୍ୟତୀତ ଅନ୍ୟ କେଉଁ କେଉଁ ବ୍ରାଣ୍ଡର ଔଷଧକୁ ନକଲି କରି ବିକ୍ରି କରାଯାଉଛି? ଏହି ରାକେର୍ଟ ପଛରେ କେଉଁମାନେ ସାମିଲ ଅଛନ୍ତି? ଦେଶର କେଉଁ କେଉଁ ସ୍ଥାନରୁ ଓଡ଼ିଶା ବଜାରକୁ ନକଲି ଔଷଧ ଚାଲଣ ହେଉଛି? ଏବଂ ଗିରଫ ଅଭିଯୁକ୍ତ ବିରୋଧରେ ଉପଯୁକ୍ତ ଧାରା ରୁଜ୍ଜୁ କରାଯାଇ ମାମଲା ଦାୟାର କରାଯାଉ ବୋଲି ମାମଲା କରାଯାଇଛି । ଏହି ମାମଲାରେ ସିବିଆଇ, ରାଜ୍ୟ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ସ୍ୱାସ୍ଥ୍ୟ ବିଭାଗ, କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଏବଂ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି । "ଏହି ବିଶାକ୍ତ ଔଷଧ କାରବାରର ଚେର ବିଭିନ୍ନ ରାଜ୍ୟକୁ ବ୍ୟାପିଛି । ତେବେ କମିଶନରେଟ ପୋଲିସ ପକ୍ଷେ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଠାବ କରିବା ସହଜ ସାଧ୍ୟ ହେବ ନାହିଁ । ସେଥିପାଇଁ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ" କହିଛନ୍ତି ଆବେଦନକାରୀଙ୍କ ଓକିଲ ଅଲୋକ ମହାପାତ୍ର ।

ଏହି ନକଲି ଔଷଧ କାରବାରରେ ପୋଲିସ କଟକର ଦୁଇ ଜଣ ଷ୍ଟକିଷ୍ଟଙ୍କୁ ପୂର୍ବରୁ ଗରିଫ କରି ସାରିଥିବା ବେଳେ ସେମାନଙ୍କ ଠାରୁ ପ୍ରାୟ ୩୫ ଲକ୍ଷ ଟଙ୍କାର ନକଲି ଔଷଧକୁ ଜବତ କରାଯାଇଛି । ତେବେ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ଅସାଧୁ ବ୍ୟବସାୟୀମାନେ ଏକ ରାକେଟ ଜରିଆରେ ଏହି ନକଲି ଔଷଧ କାରବାର ଚଳାଇଥିବା ଜାଣିବାକୁ ପାଇଛି ପୋଲିସ ।
Published by:Soubhagya Mishra
First published: