୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟକୁ ନେଇ କାଉଣ୍ଟଡାଉନ ଆରମ୍ଭ

ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଳ୍ପ ସହିତ ବିଶେଷ କରି ୨୦୨୨ ସୁ‌ଦ୍ଧା କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କରିଥିବା ଯୋଜନା କେତେ ଫଳପ୍ରଦ ହୋଇଛି ଅଥବା ଏଥର ବଜେଟରେ ସେମାନଙ୍କୁ କେତେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ରହିଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟକୁ ନେଇ କାଉଣ୍ଟଡାଉନ ଆରମ୍ଭ

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଆଗତ ହେବାକୁ ଥିବା କେନ୍ଦ୍ରୀୟ ବଜେଟକୁ ନେଇ କାଉଣ୍ଟଡାଉନ ଆରମ୍ଭ

  • Share this:
News18 Odia Digital

ଭୁବନେଶ୍ବର: ଫେବୃଆରୀ ପହିଲାରେ ଆଗତ ହେବାକୁ ଯାଉଛି ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ। ବିଭିନ୍ନ ଦୃଷ୍ଟିକୋଣରୁ ଏଥରର ଏହି କେନ୍ଦ୍ରୀୟ ବଜେଟ ଅନେକ ଗୁରୁତ୍ୱ ରଖୁଛି। ବିଶେଷ କରି ସାରା ବିଶ୍ୱ କୋଭିଡ଼ କବଳିତ ଥିବା ବେଳେ ଗତ ଦୁଇ ବର୍ଷ ଧରି ଆମ ଦେଶ ମଧ୍ୟ କୋଭିଡ଼ ମହାମାରୀକୁ ମୁକାବିଲ କରିବା ପାଇଁ ଉଦ୍ୟମ କରି ଆସୁଛି।

ପୂର୍ବ ବର୍ଷ ଭଳି ଏଥର ମଧ୍ୟ କୋଭିଡ଼ ମହାମାରୀକୁ ନେଇ କେନ୍ଦ୍ର ସରକାରଙ୍କ ଆଗରେ ରହିଛି ଅନେକ ଚାଲେଞ୍ଜ। ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ରହିଛି ଅନେକ ଆହ୍ବାନ। ଏଥର କେନ୍ଦ୍ର ବଜେଟରେ କେଉଁ ଦିଗକୁ ପ୍ରାଥମିକତା ଦେବେ ସରକାର, କେଉଁ କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଆକଳନ ଓ ଅନୁଶୀଳନ।

ପ୍ରାୟ ବର୍ଷାଧିକ କାଳ କୋଭିଡ଼ ମହାମାରୀ ସହିତ ସମ୍ମୁଖ ଯୁଦ୍ଧରେ ଅବତିର୍ଣ୍ଣ ହୋଇଥିବା ଭାରତ ଯେତେବେଳେ ୨୦୨୧-୨୨ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବା ଆରମ୍ଭ କରିଥିଲେ ତାହା ଉପରେ ଥିଲା ସାରା ଦେଶର ନଜର।

କୋଭିଡ଼ ମହାମାରୀ କାରଣରୁ ଲୋକଙ୍କ ଜୀବନ ସହିତ ଜୀବିକା ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା । ବାରମ୍ବାର ଲକଡାଉନ ଓ ସଟଡାଉନ କାରଣରୁ ଦେଶର ଅର୍ଥନୀତି ଏକ ପ୍ରକାର ଦୋହଲି ଯାଇଥିଲା। ଜୀବନ ପାଇଁ ଅନେକ ଜୀବିକା ମଧ୍ୟ ହରାଇ ବସିଛନ୍ତି। ଏଭଳି ସମୟରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପ୍ରାଥମିକତା ଥିଲା ଏକ ସମତୁଲ କେନ୍ଦ୍ରୀୟ ବଜେଟ ଉପସ୍ଥାପନା କରିବା। ସେହି ଧାରାରେ ମଧ୍ୟ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିବାକୁ ଯାଉଥିବା ବେଳେ ସରକାରଙ୍କ ଆଗରେ ଅନେକ ଚାଲେଞ୍ଜ ରହିଛି।

ସ୍ୱାସ୍ଥ୍ୟ, ଶିକ୍ଷା ଓ ଶିଳ୍ପ ସହିତ ବିଶେଷ କରି ୨୦୨୨ ସୁ‌ଦ୍ଧା କେନ୍ଦ୍ର ସରକାର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କରିଥିବା ଯୋଜନା କେତେ ଫଳପ୍ରଦ ହୋଇଛି ଅଥବା ଏଥର ବଜେଟରେ ତାଙ୍କୁ କେତେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ରହିଛି ତାହା ଉପରେ ରହିଛି ସମସ୍ତଙ୍କ ନଜର।

ସୂଚନା ଅନୁସାରେ, ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟରେ ମୋଟ ୩୪ ଲକ୍ଷ ୮୩ ହଜାର ୨୩୬ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଥିଲା। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏଥିରେ ଥିଲା ୪ ଲକ୍ଷ କୋଟିରୁ ଅଧିକ ବ୍ୟୟବରାଦ ୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ବଜେଟରେ ମୋଟ ୩୦ ଲକ୍ଷ ୪୨ ହଜାର ୨୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା।

୨୦୨୦ ମସିହା ମାର୍ଚ୍ଚ ଶେଷ ଭାଗରୁ ସାରା ଭାରତ କୋଭିଡ଼ ମହାମାରୀର ସାମ୍ନା କରି ଆସୁଥିବା ବେଳେ ଏବେ ବି ଦେଶରେ ମହାମାରୀ ବିରୋଧରେ ଯୁଦ୍ଧ ଲାଗି ରହିଛି । ସେ କାରଣରୁ ୧୪୦ କୋଟିରୁ ଅଧିକ ଲୋକଙ୍କ ମାଗଣା ଟିକାକରଣ କାର୍ଯ୍ୟ ଜାରି ରହିଛି।

ଏସବୁ ଭିତରେ କେନ୍ଦ୍ର ସରକାରଙ୍କ ପାଇଁ ରହିଛି ଅନେକ ଚାଲେଞ୍ଜ। ବରିଷ୍ଠ ଅର୍ଥନୀତିଜ୍ଞ ପ୍ରଭାସ ମିଶ୍ରଙ୍କ ସୂଚନା ଅନୁସାରେ, ଆବଶ୍ୟକତାକୁ ଉପଲବ୍ଧ କରି ଗତ କେନ୍ଦ୍ରୀୟ ବଜେଟରେ ସ୍ୱାସ୍ଥ୍ୟ,ଶିକ୍ଷା ଓ କ୍ଷୁଦ୍ର ଶିଳ୍ପର ଅଗ୍ରଗତି ପାଇଁ କେନ୍ଦ୍ର ସରକାରଙ୍କୁ ପ୍ରାଥମିକତା ଦେବାକୁ ପଡ଼ିଥିଲା । ସ୍ଥିତିରେ ସାମାନ୍ୟ ସୁଧାର ଆସିଥିଲେ ବି ସ୍ଥିତି ଏବେ ମଧ୍ୟ ଚିନ୍ତାଜନକ। ଏଭଳି ସ୍ଥିତିରେ ଏଥର କେନ୍ଦ୍ରୀୟ ବଜେଟରେ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ସୁଦୃଢ଼ ପାଇଁ ସରକାରଙ୍କ ରହିପାରେ ପ୍ରାଥମିକତା । ସେହିଭଳି ପ୍ରାୟ ୨ ବର୍ଷ ଧରି କୋଭିଡ଼ କାରଣରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶିକ୍ଷା ଉପରେ ରହିପାରେ ସରକାରଙ୍କ ବିଶେଷ ଗୁରୁତ୍ୱ। କୋଭିଡ଼ କାରଣରୁ ଜୀବିକା ହରାଇ ବସିଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ମିଳିପାରେ ଅଧିକ କେନ୍ଦ୍ରୀୟ ପ୍ରୋତ୍ସାହନ।

ଅର୍ଥନୀତିଜ୍ଞ ସ୍ପଷ୍ଟ କରିଛନ୍ତି ଯେ ଏକାଧିକ କ୍ଷେତ୍ର ପାଇଁ ବ୍ୟୟବରାଦ ସହିତ ବଜେଟରେ ଆୟ ବୃଦ୍ଧି ଉପରେ ରହିପାରେ ସରକାରଙ୍କ ପ୍ରାଥମିକତା। ବିଶେଷ କରି ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଥର ସନ୍ତୁଳିତ ବଜେଟ ପାଇଁ ଗୁରୁତ୍ୱ ଦେଇ ପାରନ୍ତି କେନ୍ଦ୍ର ସରକାର। ଏଥର ବଜେଟରେ ପୂର୍ବ ଥର ଭଳି ଷ୍ଟାର୍ଟଅପ୍ ଓ ଏମଏସଏମଇ କ୍ଷେତ୍ର ପାଇଁ ମଧ୍ୟ ବିଶେଷ ବ୍ୟୟବରାଦ ହୋଇପାରେ।

ଆର୍ଥିକ ଅନଗ୍ରସର ଓ ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ବଜେଟରେ ପ୍ରତି ଥର ବିଶେଷ ବ୍ୟବସ୍ଥା ହୋଇ ଆସୁଥିବା ବେଳେ ଏଥର ମଧ୍ୟମ ଶ୍ରେଣୀର ଲୋକଙ୍କ ପାଇଁ ସରକାର ଉତ୍ସାହିତ କଲା ଭଳି ଉଦ୍ୟମ କରି ପାରନ୍ତି ବୋଲି ମତ ଦେଇଛନ୍ତି ବୁଦ୍ଧିଜୀବୀ ବଂଶୀଧର ବାରିକ।

ସେହିପରି ୟୁସିସିଆଇ ସଭାପତି ଡ଼ଃ. ବ୍ରହ୍ମା ମିଶ୍ର କହିଛନ୍ତି ଯେ ଶିଳ୍ପର ପ୍ରଗତି ପାଇଁ ସରକାର ଅନେକ ଯୋଜନା କରୁଥିଲେ ମଧ୍ୟ ତାହା ବାସ୍ତବରେ ପ୍ରକୃତ ହିତାଧିକାରୀଙ୍କୁ ଉପକୃତ କରୁନାହିଁ। ତେଣୁ ସେ ଦିଗରେ ବଜେଟରେ ପ୍ରତିଫଳିତ ହେବ ବୋଲି ଆଶା କରାଯାଇ ପାରେ।

ଏଥର ବଜେଟରେ ଆୟ ବୃଦ୍ଧି ଉପରେ ସରକାର ଗୁରୁତ୍ୱ ରଖୁଥିବା ଆଶା କରାଯାଉଥିବା ବେଳେ ମଧ୍ୟ ଏହା ଯେଭଳି ଲୋକଙ୍କୁ ନ ବାଧେ ତାହା ଉପରେ ସରକାର ଗୁରୁତ୍ୱ ଦେଇ ପାରନ୍ତି। ଏହା ବ୍ୟତୀତ ଆୟକର ସୀମା ମଧ୍ୟ ସାମାନ୍ୟ ବୃଦ୍ଧି ପାଇପାରେ ବୋଲି ଏଥର ଆଶା କରାଯାଇପାରେ।
Published by:Lipina Das
First published: