ରାଜ୍ୟରେ ନିଶା ପାଇଁ କଫ୍ ସିରପ୍ ବ୍ୟବହାର ହେଉଛି; ଅହମଦାବାଦରୁ କଟକ ଯାଏଁ ଲମ୍ବିଛି ଚେର
ଏହି କଫ୍ ସିରପଗୁଡ଼ିକର ୧୦୦ ମି.ଲି. ବୋତଲର ଦାମ୍ ୧୧୦ ଟଙ୍କା ହୋଇଥିବା ବେଳେ ଏହାକୁ ୧୪୦ ଟଙ୍କାରେ ବିକ୍ରି କରାଯାଉଥିଲା । ଅଧିକ ନିଶା ପାଇଁ ସେଥିରେ ‘ନାଇଟ-୧୦’ ନାମକ ଏକ ପ୍ରତିବନ୍ଧିତ ନିଶା ବଟିକା ମିଶା ଯାଉଥିବା ଜଣାପଡ଼ିଛି ।

ଜବତ ହୋଇଥିବା କଫ୍ ସିରପ୍ ସହ ଗିରଫ ଦୁଇ ବ୍ୟକ୍ତି
- News18 Odia
- Last Updated: November 1, 2020, 9:49 PM IST
କଟକ: ବ୍ରାଉନ ସୁଗାର କାରବାରକୁ ନେଇ କିଛି ଦିନ ହେଲା ଜୋରଦାର ଧରପକଡ଼ ଚାଲିଥିବାରୁ ନିଶା ବେପାରୀମାନେ ବ୍ରାଉନ ସୁଗାର ଭଳି ଦାମୀ ନିଶା କାରବାର ଛାଡ଼ି ଏବେ ‘‘ଶସ୍ତା ନିଶା’’ର କାରବାର ଆରମ୍ଭ କରିଦେଇଛନ୍ତି । କାଶ ଔଷଧ ବା କଫ୍ ସିରପ୍ ଏହି ଶସ୍ତା ନିଶା ଦ୍ରବ୍ୟ ଭାବେ ବ୍ୟବହାର ହେଉଛି ଓ ଏହାର ଚୋରା ଚାଲାଣ ଚାଲିଛି । କଟକ ମର୍କତନଗର ପୋଲିସ ଏମିତି ଏକ ବେଆଇନ କଫ୍ ସିରପ୍ କାରବାରର ପର୍ଦ୍ଦାଫାଶ କରିଛି ।
ଚୌଦ୍ବାର ଅଞ୍ଚଳରେ ଚଢ଼ାଉ କରି ପୋଲିସ ବିଭିନ୍ନ କମ୍ପାନୀ ଦ୍ବାରା ପ୍ରସ୍ତୁତ କଫ୍ ସିରପର ୧୦୦ ମି.ଲି. ବିଶିଷ୍ଟ ୩,୧୯୯ଟି ବୋତଲ୍ ଜବତ କରିଛି । ଏହାର କି ବଜାର ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ । ଏହି ବେଆଇନ କାରବାର କରିବା ଅଭିଯୋଗରେ ଚୌଦ୍ବାର ଦୁର୍ଗାବଜାର ବାସିନ୍ଦା କୁଳମଣି ମିଶ୍ର ଓ ତଳବଜାର ବାସିନ୍ଦା ଦିଲ୍ଲୀପ ସାହୁ ଗିରଫ ହୋଇଛନ୍ତି ।
ଏହା ବି ପଢ଼ନ୍ତୁ | ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ମର୍କତନଗର ଥାନାଧିକାରୀ ପ୍ରଦୀପ୍ତ ନାୟକ
ଏହି କଫ୍ ସିରପଗୁଡ଼ିକର ପ୍ରତି ୧୦୦ ମି.ଲି. ବୋତଲର ଦାମ୍ ୧୧୦ ଟଙ୍କା ହୋଇଥିବା ବେଳେ ଏଗୁଡ଼ିକୁ ୧୪୦ ଟଙ୍କାରେ ବିକ୍ରି କରାଯାଉଥିଲା ଓ ଅଧିକ ନିଶା ପାଇଁ ଏଥିରେ ‘ନାଇଟ-୧୦’ ନାମକ ଏକ ପ୍ରତିବନ୍ଧିତ ନିଶା ବଟିକା ମିଶା ଯାଉଥିଲା ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି । ବିଶେଷ କରି କଲେଜ ପଢୁଆ ଯୁବକ ଥିଲେ ଏହି କଫ୍ ସିରପର ପ୍ରମୁଖ ଗ୍ରାହକ । ଦିଲ୍ଲୀପ ଠାରୁ ମାଲ୍ ଆଣି ସେଗୁଡ଼ିକୁ କୁଳମଣି କଟକ ସହରରେ ବିକ୍ରି କରୁଥିବା କଥା ଗଣମାଧ୍ୟମ ଆଗରେ ସେ ସ୍ୱୀକାର କରିଛି । କୁଳମଣି ଭଳି ଆଉ ଅନେକ ଲୋକ ତା’ ଠାରୁ ମାଲ୍ ନେଇ କଟକର ଗ୍ରାମାଞ୍ଚଳରେ ବିକ୍ରି କରୁଥିବା କଥା ବି ପ୍ରକାଶ କରିଛି ଦିଲ୍ଳୀପ ।
ଏହା ବି ପଢ଼ନ୍ତୁ | କି ସାହସ! ରାସ୍ତାରେ ମୋବାଇଲ୍ ଛଡ଼ାଳିଙ୍କ ସହ ଲଢ଼ି ଝିଅଟି ଜଣକୁ ଧରିଲା; ଦେଖନ୍ତୁ VIDEO
‘‘ଲୋକେ ଆଣି ମୋତେ ଦେକାନରେ ଦେଇଯାଆନ୍ତି । ମୁଁ ତାକୁ ଦୋକାନରେ ରଖି ଗୋଟିଏ ଗୋଟିଏ କରି ବିକେ । କୁଳମଣି ମୋ’ ପାଖରୁ ଜିନିଷ ନିଏ । ଥରକେ ୨୦-୨୫ଟା ଲୋଖାଏଁ ନିଏ,’’ କହିଛି ଏହି କାରବାରର କଥିତ ମୁଖ୍ୟ କାର୍ପଟଦାର ଦିଲୀପ ସାହୁ ।
ଅଭିଯୁକ୍ତ କୁଳମଣି ମିଶ୍ର କହିଛି, ‘‘ମୁଁ ଦିଲ୍ଲୀପ ବାବୁଙ୍କ ଠାରୁ ଜିନିଷ ଆଣେ । ମୁଁ ଦୁଇ ମାସ ହେଲା ଏହି କାରବାର କରୁଛି । ମୋ’ ଠାରୁ ଖୁଣ୍ଟୁଣି ଓ ବାଳି ଅଞ୍ଚଳର ୫-୭ ଜଣ ପିଲା ଏହାକୁ ନିଅନ୍ତି । ଏକା ଥରେ ୧୫ଟା ଲୋଖାଁଏ ବୋତଲ୍ ଦୁଇ ଥର ନେଇଛି । ଦୁଇ ଦିନ ଭିତରେ ସବୁ ବିକ୍ରି ହୋଇଯାଏ ।’’
ହେଲେ ଦିଲ୍ଲୀପକୁ କେଉଁମାନେ ଏହି କଫ୍ ସିରପ୍ ଦିଅନ୍ତି? କୁଳମଣି କଟକର ସିଡିଏରେ କାହା ପାଖକୁ ଏଗୁଡ଼ିକୁ ବିକ୍ରି କରିବା ପାଇଁ ଆସୁଥିଲା? ଏ ବାବଦରେ ଦୁହିଁଙ୍କ ପାଖରେ କିଛି ଉତ୍ତର ନ ଥିଲା । ମିଳିଥିବା ସୂଚନା ମୁତାବକ ଏହି କଫ୍ ସିରପ୍ ନିଶା କାରବାର ପଛରେ ଏକ ବଡ଼ ରାକେଟ କାମ କରୁଛି । ଏହି ଚାକେଟର ଚେର ଅହମଦାବାଦ ଠାରୁ ଓଡ଼ିଶାର ବିଭିନ୍ନ ସ୍ଥାନକୁ ଲମ୍ବିଛି । ଦିଲ୍ଲୀପ ସାହୁ ଭଳି ଅନେକ ଲୋକଙ୍କ ପାଖରେ ନିଶା କାରବାର ଉଦ୍ଦେଶ୍ୟରେ ବିପୁଳ ପରିମାଣର କଫ୍ ସିରପ୍ ମହଜୁତ ରହିଛି । କୁଳମଣି ଭଳି ଶହ ଶହ ସେଲ୍ସମ୍ୟାନ ଏହି କାରବାରରେ ଲିପ୍ତ ଅଛନ୍ତି ବୋଲି ପୋଲିସ ଅନୁସନ୍ଧାନରୁ ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | କୁକୁରକୁ ରଙ୍ଗ ଲଗେଇ ବାଘ ବନେଇଦେଲେ; ‘ମିନି ଟାଇଗର’କୁ ଦେଖି ପଶୁ ପ୍ରେମୀ ନାରାଜ ହେଲେ
‘‘ଶନିବାର ରାତିରେ ଆମକୁ ଗୋଟିଏ ଖବର ମିଳିଲା ଯେ ଗୋଟିଏ ବାଇକରେ ଜଣେ ଲୋକ ବେଆଇନ ଭାବେ କଫ୍ ସିରପ୍ ବିକ୍ରି କରିବା ପାଇଁ ନରାଜ ଆଡ଼କୁ ଆସୁଛି । ଆମେ ତାକୁ ପିଛା କରି ଧରିବା ପରେ ସେ ନିଜ ନାଁ କୁଳମଣି ମିଶ୍ର ବୋଲି କହିଲା । ତା’ ପାଖରୁ କିଛି କଫ୍ ସିରପ୍ ଓ ନାଇଟ-୧୦ ନିଶା ବଟିକା ମିଳିଲା । ତାକୁ ପଚରାଉଚରା କରିବାରୁ ସେ ଦିଲ୍ଲୀପ ସାହୁର ନାଁ କହିଲା । ଆମେ ଦିଲ୍ଲୀପର ଘରେ ଚଢ଼ାଉ କରିବା ପରେ ସେ ପାଇଖାନାରେ ଲୁଚାଇ ରଖିଥିବା ବିଭିନ୍ନ କମ୍ପାନୀର ୩,୧୯୯ଟା କଫ୍ ସିରପ୍ ବୋତଲ୍ ଜବତ କରିଛୁ,’’ କହିଛନ୍ତି ମର୍କତନଗର ଥାନାଧିକାରୀ ପ୍ରଦୀପ୍ତ ନାୟକ ।
କଫ୍ ସିରପର ଏହି କାରବାର ପଛରେ ଏକ ବଡ଼ ରାକେଟ କାମ କରୁଥିବା ଜଣା ପଡ଼ୁଥିବାର ତା’ର ତଦନ୍ତ ଆରମ୍ଭ କରିଛି ପୋଲିସ। ଜବତ ହୋଇଥିବା କଫ୍ ସିରପ ତିଆରି କରୁଥିବା କମ୍ପାନୀଗୁଡ଼ିକରୁ ବି ପୋଲିସ୍ କଇଫତ ତଲବ କରିବ ବୋଲି କହିଛନ୍ତି ନାୟକ ।