ପୁଣି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ: ଆଜିଠୁ ଦେଖାଯିବ ଶୁକ୍ର ଓ ବୃହସ୍ପତି

୨ବର୍ଷ ପରେ ଶୁକ୍ର ଓ ବୃହସ୍ପତିର ମିଳନ। ୧ତାରିଖରେ ସବୁଠାରୁ ନିକଟତର ହେବ ଦୁଇ ଗ୍ରହ । ଖାଲି ଆଖିରେ ଦେଖିପାରିବେ ଆପଣ ।

ପୁଣି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ: ଆଜିଠୁ ଦେଖାଯିବ ଶୁକ୍ର ଓ ବୃହସ୍ପତି

ପୁଣି ଆକାଶରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ: ଆଜିଠୁ ଦେଖାଯିବ ଶୁକ୍ର ଓ ବୃହସ୍ପତି

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର: ଆକାଶରେ ଦୃଶ୍ୟମାନ ହେବ ଦୁଇ ଉଜ୍ଜ୍ୱଳ ଗ୍ରହ। ଖାଲି ଆଖିରେ ଦେଖିହେବ ଶୁକ୍ର ଓ ବୃହସ୍ପତି (Venus and Jupiter) ଦୁଇ ଗ୍ରହକୁ। ଆଜିଠାରୁ ମାର୍ଚ୍ଚ ୧ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଖାଲି ଆଖିରେ ଦେଖିପାରିବେ ସାଧାରଣ ଲୋକ । ଆଜି ଓ ଆସନ୍ତାକାଲି ଚନ୍ଦ୍ରର (moon) ଖୁବ୍ ନିକଟରେ ଦୃଶ୍ୟମାନ ହେବ । ମାର୍ଚ୍ଚ ୧ରେ ଶୁକ୍ର ବୃହସ୍ପତି ହେବ ନିକଟତର । ୨ ତାରିଖରୁ ପୁଣି ଲୁପ୍ତ ହେବେ ଦୁଇ ଗ୍ରହ ।

ମହାଜାଗତିକ ଦୃଶ୍ୟ ଦେଖିବା ପାଇଁ ପଠାଣି ସାମନ୍ତ ପ୍ଲାନେଟରୀୟମରେ (pathani samanta planetarium) ହେବ ସ୍ଵତନ୍ତ୍ର ବ୍ୟବସ୍ଥା ।  ଆଜିଠାରୁ ସବୁଦିନ ସଂନ୍ଧ୍ୟାରେ ପ୍ରାୟ ୧ଘଣ୍ଟା ଧରି ଦୁଇ ଉଜ୍ଜ୍ୱଳ ଗ୍ରହ ଶୁକ୍ର ଓ ବୃହସ୍ପତିକୁ ପଶ୍ଚିମ ଆକାଶରେ ଖାଲି ଆଖିରେ ଦେଖିହେବ । ସୂର୍ଯ୍ୟ ଅସ୍ତ ପରେ ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଚନ୍ଦ୍ର ପାଖରେ ଦୃଶ୍ୟମାନ ହେବେ ଏହି ଦୁଇ । ଚନ୍ଦ୍ରର ତଳେ ରହିବ ଶୁକ୍ର ଓ ଉପରେ ବୃହସ୍ପତି ।

କ୍ରମେ ଏହା ନିକଟତର ହୋଇ ମାର୍ଚ୍ଚ ୧ତାରିଖରେ ସବୁଠାରୁ ନିକଟରେ ରହିବେ। ସାଧାରଣତଃ ଆମକୁ ଖାଲି ଆଖିରେ ୫ଟି ଗ୍ରହ ଦେଖାଯାଏ। ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି। ପ୍ରାୟ ଅଢେଇ ବର୍ଷ ପରେ ଆଜିଠୁ ଶୁକ୍ର ଓ ବୃହସ୍ପତି ଦୃଶ୍ୟମାନ ହେବ। ପୃଥିବୀ ସୂର୍ଯ୍ୟ ଚାରିପାଖେ ୩୬୫ ଦିନ ବୁଲୁଥାଏ। ଶୁକ୍ରକୁ ବୁଲିବା ପାଇଁ ୨୮୭ ଦିନ ଲାଗିଥାଏ ଓ ବୃହସ୍ପତିକୁ ୧୧ ବର୍ଷ ଲାଗେ ସୂର୍ଯ୍ୟ ଚାରିପାଖରେ ବୁଲିବା ପାଇଁ । ପ୍ରତି ୨ବର୍ଷରେ ଏକ ସରଳରେଖାରେ ଆସନ୍ତି ଏହି ଦୁଇ ଗ୍ରହ । ମାର୍ଚ୍ଚ ୧ ତାରିଖରେ ପୃଥିବୀ ସହ ଦୁଇ ଗ୍ରହ ଶୁକ୍ର ଓ ବୃହସ୍ପତି ଏକ ସରଳରେଖାରେ ରହୁଥିବାରୁ ସବୁଠାରୁ ନିକଟତର ଦୃଶ୍ୟମାନ ହେବ।

ଏହି ଖବର ପଢ଼ନ୍ତୁ - http://ସୁଶାନ୍ତ ସିଂ ରାଜପୁତ କେସରେ ସିବିଆଇ କେସ୍ କଣ ହେଲା ? ରାଜସ୍ୱ ମନ୍ତ୍ରୀ ପ୍ରମିଳା

ଓଡ଼ିଶାର ସବୁ ସ୍ଥାନରେ ଏହା ଖାଲିରେ ଦେଖାଯିବ। ତେବେ ଏହାକୁ ଦେଖିବା ଓ ଏ ସମ୍ପର୍କରେ ବୁଝିବା ପାଇଁ ୨୮ ତାରିଖରୁ ଦୁଇ ଦିନ ପାଇଁ ପଠାଣି ସାମନ୍ତ ପ୍ଲାନେଟରୀୟମରେ ହେବ ସ୍ଵତନ୍ତ୍ର ବ୍ୟବସ୍ଥା। ସାଧାରଣ ଲୋକ ଚାହିଁଲେ ଏଠାକୁ ଆସି ଦୂରବିକ୍ଷଣ ଯନ୍ତ୍ର ସାହାଯ୍ୟରେ ଏହାକୁ ଦେଖି ପାରିବେ। ଭୁବନେଶ୍ୱରରେ ଆଲୋକ ଓ ଧୂଳି ପ୍ରଦୂଷଣ ପାଇଁ ଯଦିଓ ଆକାଶରେ ତାର ଦୃଶ୍ୟମାନ ହେଉନାହିଁ, କିନ୍ତୁ ଏହି ଦୁଇ ଗ୍ରହ ବେଶ୍ ଉଜ୍ଜ୍ୱଳ ହେଇଥିବାରୁ ଏହା ଖାଲି ଆଖିରେ ସ୍ପଷ୍ଟ ଭାବେ ଦେଖାଯିବ।
Published by:Soubhagya Mishra
First published: