ରାଜ୍ୟରେ ଦୁର୍ନୀତି ଚରମ ସୀମାରେ; ସିବିଆଇ.. ଇଡି ତଦନ୍ତ ଆବଶ୍ୟକ.. ବିରୋଧୀଦଳ ନେତା

ଗତକାଲି କେନ୍ଦ୍ରମନ୍ତ୍ରୀ ସିବିଆଇ ଛାଟ ଡର ଦେଖାଇଥିବା ବେଳେ ଆଜି ବିରୋଧୀଦଳ ନେତା କହିଛନ୍ତି ରାଜ୍ୟରେ ଦୁର୍ନୀତି ଚରମ ସୀମାରେ । ସିବିଆଇ, ଇଡି ତଦନ୍ତ ହେବା ଆବଶ୍ୟକ ।

ରାଜ୍ୟରେ ଦୁର୍ନୀତି ଚରମ ସୀମାରେ; ସିବିଆଇ.. ଇଡି ତଦନ୍ତ ଆବଶ୍ୟକ.. ବିରୋଧୀଦଳ ନେତା

ରାଜ୍ୟରେ ଦୁର୍ନୀତି ଚରମ ସୀମାରେ; ସିବିଆଇ.. ଇଡି ତଦନ୍ତ ଆବଶ୍ୟକ.. ବିରୋଧୀଦଳ ନେତା

  • News18 Odia
  • Last Updated :
  • Share this:
News 18 Odia Digital

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ହେବକି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ପଶ୍ଚିମବଙ୍ଗ ,ଦିଲ୍ଲୀ ଆଦି ରାଜ୍ୟରେ ଖୋଳତାଡ଼ ଚାଲିଥିବା ବେଳେ ଓଡ଼ିଶାରେ ପଞ୍ଝା ମାରିବ କି ସିବିଆଇ, ଇଡି । ଗତକାଲି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ବୟାନ ପରେ ଆଜି ବି ବିରୋଧୀଦଳ ନେତାଙ୍କ ବୟାନ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି ।

ବିରୋଧୀ ଦଳ ନେତା କହିଛନ୍ତି ରାଜ୍ୟରେ ଦୁର୍ନୀତି ଚରମ ସୀମାରେ । ସିବିଆଇ ,ଇଡି ତଦନ୍ତ ହେବା ଆବଶ୍ୟକ। ଏହି  ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ବିଜେଡି କହିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖପାତ୍ର ନ ହୋଇ ରାଜ୍ୟର ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ । କଂଗ୍ରେସ କହିଛି ଯେଉଁଠି ଆବଶ୍ୟକ ସେଠି ସିବିଆଇକୁ ବ୍ୟବହାର କରୁଛି ବିଜେପି ।

ଗତକାଲି କେନ୍ଦ୍ରମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ କହିଥିଲେ ସିବିଆଇ , ଇଡି ରେଡ୍ ହେବ । ୨୦୨୪ ରେ ବିଜେଡି ସଫା ହୋଇଯିବ। କେନ୍ଦ୍ରମନ୍ତ୍ରୀଙ୍କ ଏହି ବୟାନ ଏବେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି କରିଛି । ଆଗକୁ ସକ୍ରିୟ ହେବ କି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ?  ନା ବିଜେଡିକୁ ଡରାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଗତ କିଛି ଦିନ ହେବ ପଶ୍ଚିମବଙ୍ଗ ,ଦିଲ୍ଲୀ , ମହାରାଷ୍ଟ୍ର, ବିହାର ପରି ରାଜ୍ୟରେ ସିବିଆଇ, ଇଡି ଖୋଳତାଡ଼ ଆରମ୍ଭ କରିଛି । ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ମହୋଲ୍ ଦେଖିବାକୁ ମିଳିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ରାଜନୀତି ତେଜିଛି । କେନ୍ଦ୍ରମନ୍ତ୍ରୀଙ୍କ ଘନ ଘନ ଗସ୍ତ ଜାରି ରହିଥିବା ବେଳେ ବିଜେଡି ବି ନିର୍ବାଚନ ପାଇ ପ୍ରସ୍ତୁତି ଆରମ୍ଭ କରିଛି । ତେବେ ପ୍ରଶ୍ନ ଉଠୁଛି ମନ୍ତ୍ରୀ କହୁ କହୁ ଏପରି କହିଛନ୍ତି ନା କିଛି ବାସ୍ନା ପାଇଛନ୍ତି । ଗତକାଲି କେନ୍ଦ୍ରମନ୍ତ୍ରୀଙ୍କ ଏହି ବାୟାନ ପରେ ଆଜି ବିରୋଧୀଦଳ ନେତା ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଜୟନାରାୟଣ ମିଶ୍ର କହିଛନ୍ତି ରାଜ୍ୟରେ ଦୁର୍ନୀତି ଚରମ ସୀମାରେ । ସବୁ କ୍ଷେତ୍ରରେ ଦୁର୍ନୀତି ହେଉଛି । ତେଣୁ ଖୋଳତାଡ଼ ହେବାର ଆବଶ୍ୟକତା ରହିଛି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, କେନ୍ଦ୍ରମନ୍ତ୍ରୀ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମୁଖପାତ୍ର ନ ହୋଇ ରାଜ୍ୟର ବିକାଶ ପ୍ରତି ଧ୍ୟାନ ଦେବା ଆବଶ୍ୟକ । ଏପରି କହି କେନ୍ଦ୍ରମନ୍ତ୍ରୀ ନିଜକୁ ନ୍ୟୁନ କରୁଛନ୍ତି । ବିଜେଡି - ବିଜେପି ଆରୋପ କେବଳ ଲୋକଦେଖାଣିଆ ବୋଲି କହିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେଉଁଠି ବିଜେପିର ଆବଶ୍ୟକ ପଡୁଛି ସେଠାରେ ସକ୍ରିୟ ହେଉଛି କେନ୍ଦ୍ରୀୟ ତଦନ୍ତ କରୀ ସଂସ୍ଥା । ଆଗକୁ ବି ଦେଖିବାକୁ ମିଳିବ ଏହାର ପ୍ରତିଫଳନ ।
Published by:Soubhagya Mishra
First published: