R&B ବିଭାଗରେ ବଡ଼ ଦୁର୍ନୀତି; ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା

ନିର୍ଦ୍ଦିଷ୍ଟ କିଛି କଣ୍ଟ୍ରାକ୍ଟରଙ୍କ ପ୍ରତି ଅହେତୁକ ଅନୁକମ୍ପା ସରକାରୀ ବାବୁଙ୍କର। ଆରଟିଆଇ ତଥ୍ୟରେ ଆସିଲା ସାଙ୍ଘାତିକ ସତ। ସରକାରୀ ଯୋଜନାରେ ବାଲେଶ୍ୱର ଜିଲ୍ଲାରେ ଜାରି ରହିଛି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ।

R&B ବିଭାଗରେ ବଡ଼ ଦୁର୍ନୀତି

R&B ବିଭାଗରେ ବଡ଼ ଦୁର୍ନୀତି

  • Share this:
News18 Odia Digital

ବାଲେଶ୍ବର: R&B ବିଭାଗରେ ବଡ଼ ଦୁର୍ନୀତି। ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା। ବଡ଼ ଆଲଟମେଣ୍ଟକୁ ବିଭାଜନ କରି କାର୍ଯ୍ୟାଦେଶ। ୨୦୨୦-୨୧ ଓ ୨୦୨୧-୨୨ରେ କୋଟି କୋଟି ଟଙ୍କାର କାମରେ ଅନିୟମିତତା ନେଇ RTI ତଥ୍ୟ। ବଡ଼ ବଡ଼ ପ୍ରକଳ୍ପକୁ ଭାଗ ଭାଗ କରି କାର୍ଯ୍ୟ ବଣ୍ଟନ।

ନିର୍ଦ୍ଦିଷ୍ଟ କିଛି କଣ୍ଟ୍ରାକ୍ଟରଙ୍କ ପ୍ରତି ଅହେତୁକ ଅନୁକମ୍ପା ସରକାରୀ ବାବୁଙ୍କର। ଆରଟିଆଇ ତଥ୍ୟରେ ଆସିଲା ସାଙ୍ଘାତିକ ସତ। ସରକାରୀ ଯୋଜନାରେ ବାଲେଶ୍ୱର ଜିଲ୍ଲାରେ ଜାରି ରହିଛି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ। ହେଲେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ଟେଣ୍ଡର କରି କାର୍ଯ୍ୟ କରିବା ବଦଳରେ ସ୍ଥାନୀୟ ଅଧିକାରୀ ପ୍ରକଳ୍ପର ଆଲଟମେଣ୍ଟକୁ ଛୋଟ ଛୋଟ ଭାଗରେ ବିଭାଜନ କରି କାର୍ଯ୍ୟ କରାଇଥିବା ଦେଖିବାକୁ ମିଳିଛି। ଏହା ଯୋଗୁଁ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ କରିବାର ମାନ କମିବା ସହ ଫ୍ଲସ ବିଲ୍ ମାଧ୍ୟମରେ ଅର୍ଥ ହଡ଼ପ କରାଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ରାସ୍ତା ଓ ଗୃହ ବିଭାଗ ନାମରେ।

୨୦-୨୧ ମସିହା ମିଳିଥିବା ଆରଟିଆଇ ତଥ୍ୟ ଅନୁସାରେ ବାଲେଶ୍ୱର ଜିଲ୍ଲା R&B ଅଧୀନରେ ଥିବା ରାଣୀତାଲ କୁପାରୀ ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତରଣ ଓ ରାସ୍ତାର ପୁନରୁଦ୍ଧର ଲାଗି ୧ କୋଟି ୭୪ ଲକ୍ଷ ୭୯ ହଜାର ୧ଶହ ଟଙ୍କା ଅଟକଳ କରାଯାଇଥିଲା। ହେଲେ ଏହାକୁ ଭାଗ ଭାଗ କରି କରି ୫ ଲକ୍ଷରୁ କମ୍ ଟଙ୍କା ଲେଖାଏଁ ୩୮ଟି ଛୋଟ ଛୋଟ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ରାସ୍ତା ଓ ଗୃହ ବିଭାଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଅନୁମୋଦନ କରାଇଥିବା ଜଣାପଡ଼ିଛି। ହେଲେ ଭଲକରି ଦେଖନ୍ତୁ ଓଡ଼ିଶା ପବ୍ଲିକ୍ କାର୍ଯ୍ୟ ବିଭାଗ କୋଡ୍ ଭଲ୍ୟୁମ୍ ୧ର ପାରା ୩.୫.୨୪କୁ ଯେଉଁଥିରେ ଲେଖାଯାଇଛି କେବଳ ୫ ଲକ୍ଷରୁ କମ ଟଙ୍କାର କାର୍ଯ୍ୟକୁ ସ୍ଥାନୀୟ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟଦେଶ ଦେଇପାରିବେ ସେ ପୁଣି ଜରୁରୀକାଳୀନ କାର୍ଯ୍ୟ ସମୟରେ। ହେଲେ ଏଠି ପ୍ରଶ୍ନ ଏହି ନିୟମକୁ କିପରି ଫୁ କରି ଦେଇଛନ୍ତି ବିଭାଗୀୟ ଯନ୍ତ୍ରୀ।

ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ବିଭାଗୀୟ ଅଧିକାରୀଙ୍କ ଅନୁକମ୍ପା


ଖାଲି ସେତିକି ନୁହେଁ ସେରଗଡ଼ ନୀଳଗିରି ଝରଣାଘାଟି ରୋଡ୍‌ର ୮୯ ଲକ୍ଷ ୯୮ ହଜାର ୨ ଶହ ୩୩୮ ଟଙ୍କାର ଅଟକଳକୁ ୨ଟି ଛୋଟ ଛୋଟ ପ୍ରକଳ୍ପ, ବାଲେଶ୍ବରମିତ୍ରପୁର-ବଲଞ୍ଚା ରୋଡ୍ ପାଇଁ ୧ କୋଟି ୫ ଲକ୍ଷ ୫୬ ହଜାର ୪ ଶହ ୨୬ ଟଙ୍କାର ଅଟକଳକୁ ୩୧ଟି ଛୋଟ ଛୋଟ ପ୍ରକଳ୍ପ, ଓଟି ରୋଡ୍-ସୁରଜ ହୋଟେଲ ରୋଡ୍‌ ପାଇଁ ୫୬ ଲକ୍ଷ ୧୬ ହତ୍ୟର ୫ ଶହ ୭୮ ଟଙ୍କାର ଅଟକଳକୁ ୧୨ଟି ଛୋଟ ଛୋଟ ପ୍ରକଳ୍ପ, ଗଡ଼ଗଡ଼ିଆ-ପୁରୁଣାବାଲେଶ୍ଵର ରୋଡ ପାଇଁ ୧ କୋଟି ୧୧ ଲକ୍ଷ ୧୬ ହଜାର ୯ ଶହ ୧୯ ଟଙ୍କାର ଅଟକଳକୁ ୨୩ଟି ଛୋଟ ଛୋଟ ପ୍ରକଳ୍ପ, ଚାନ୍ଦିପୁର ବାଇପାସ ରାସ୍ତା ପାଇଁ ୩୫ ଲକ୍ଷ ୧୩ ହଜାର ୬ ଶହ ୬୮ ଟଙ୍କାର ଅଟକଳକୁ ୭ଟି ଛୋଟ ଛୋଟ ପ୍ରକଳ୍ପ ସହ ବାଲେଶ୍ୱର କଲେକ୍ଟେରିଏଟ୍ ଅଫିସ ରାସ୍ତା ପାଇଁ ୪୨ ଲକ୍ଷ ୨୪ ହଜାର ୭ ଶହ ୪୩୩ ଟଙ୍କାର ଅଟକଳକୁ ବିଦ୍ୟୁତ୍ ଖୁଣ୍ଟ ସ୍ଥାନାନ୍ତରଣ ପାଇଁ ୯ଟି ଛୋଟ ଛୋଟ ପ୍ରକଳ୍ପ ଭଳି କୋଟି କୋଟି ଟଙ୍କାର ପ୍ରକଳ୍ପକୁ ଭାଗ କରାଯାଇ ଠିକାଦାରମାନଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ଆଉ ବଡ଼ କଥା ହେଲା ଏସବୁ କିଛି ନିର୍ଦ୍ଦିଷ୍ଟ କଣ୍ଟ୍ରାକ୍ଟରଙ୍କୁ ପ୍ରଦାନ କରାଯାଇଥିବା ତଥ୍ୟ ମଧ୍ୟ ଆମ ହାତରେ ଲାଗିଛି। ଯାହାକୁ ନେଇ ବିଭାଗୀୟ ଯନ୍ତ୍ରୀଙ୍କ କାର୍ଯ୍ୟ ଉପରେ ଲାଗିଛି ବଡ଼ ପ୍ରଶ୍ନ। ଏନେଇ ସ୍ୱର ଉଠାଇଛନ୍ତି ଦୁର୍ନୀତି ବିରୋଧରେ ଆମେ ସଙ୍ଗଠନ ।

ଆରଟିଆଇ ଆକ୍ଟିଭିଷ୍ଟ ଅନ୍ତର୍ଜାମି ପ୍ରଧାନ କହିଛନ୍ତି, ‘‘ବଡ଼ ବଡ଼ ପ୍ରକଳ୍ପ ଭାଗ ଭାଗ କରି ବା ଖଣ୍ଡ ଖଣ୍ଡ କରି ଅନୁମୋଦନ କରିବା ସମ୍ପୂର୍ଣ୍ଣ ବେଆଇନ। ଏପରି କରିବା ଅଧିକାର କେବଳ ରାଜ୍ୟ ସରକାରଙ୍କର କୌଣସି ଅଧିକାରୀଙ୍କ ଅଧିକାର ନୁଁହେ। ଏଠାରୁ ସ୍ପଷ୍ଟ ଦେଖାଯାଉଛି ଭୁଲ ହୋଇଛି ଆଉ ଏନେଇ ଭିଜିଲାନ୍ସ ବିଭାଗ, ମୁଖ୍ୟମନ୍ତ୍ରୀ ଓଡ଼ିଶା ସମସ୍ତଙ୍କୁ ଜଣାଯାଇଛି।"

ଏହାକୁ ନେଇ ଦୁର୍ନୀତି ବିରୋଧରେ ଆମେ ସଙ୍ଗଠନ ପକ୍ଷରୁ ଓଡ଼ିଶାର ପବ୍ଲିକ୍ କାର୍ଯ୍ୟ ବିଭାଗ କୋଡ୍ ୧ ନିୟମକୁ ଉଲ୍ଲଂଘନ କରାଯାଥିବା ସହିତ ବିଲ୍ ମାଧ୍ୟମରେ ଅସାଧୁ ଅଧିକାରୀମାନେ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ଅଣାଯାଇଛି। ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପତ୍ରରେ ଜଣାଇଛନ୍ତି ସଙ୍ଗଠନର ସଭାପତି।

ବିଭାଗୀୟ ଯନ୍ତ୍ରୀ ରାମଚନ୍ଦ୍ର ସେଠି କୌଣସି ପ୍ରତିକ୍ରିୟା ଦେବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି।

ସୁରେଶ ଚନ୍ଦ୍ର ଦଳାଇ କେନ୍ଦ୍ରାଞ୍ଚଳ ରାଜସ୍ୱ ଅଧିକାରୀ କହିଛନ୍ତି, ‘‘ଏପରି ହୋଇଥିବା ନେଇ ମୋ ନଜରକୁ ଆସିନି ଯଦି ଏପରି ହୋଇଥାଏ ଓ ମୋ ନିକଟକୁ ଅଭିଯୋଗ ଆସେ ତେବେ ମୁଁ ଏହାର ବିଧିବଦ୍ଧ ତଦନ୍ତ କରିବି।’’

କଥା ହେଉଛି ଆର୍ଟିଆଇ ମାଧ୍ୟମରେ ଯେଉଁ ତଥ୍ୟ ମିଳିଛି ତାହା ତ ସ୍ପଷ୍ଟ ଦେଖାଯାଉଛି ନିୟମ ଉଲ୍ଲଂଘନ ହେଉଛି। ଖାଲି ବର୍ଷ ୨୦-୨୧ ନୁଁହେ ୨୨-୨୨ର ତଥ୍ୟକୁ ଦେଖିଲେ ସମାନ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି।
Published by:Lipina Das
First published: