5ଟି ସ୍କୁଲ ରୂପାନ୍ତରୀକରଣ ନାମରେ ବ୍ୟାପକ ଦୁର୍ନୀତି; ଭିଜିଲାନ୍ସର ଦ୍ବାରସ୍ଥ ହେଲା ଜିଲ୍ଲା କଂଗ୍ରେସ

ଜଳେଶ୍ୱରରେ ୫ଟି ସ୍କୁଲ ରୂପାନ୍ତରୀକରଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଭିଜିଲାନ୍ସର ଦ୍ବାରସ୍ଥ ହୋଇଛି ଜିଲ୍ଲା କଂଗ୍ରେସ । ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀ ଓ ଠିକାଦାର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି l

5ଟି ସ୍କୁଲ ରୂପାନ୍ତରୀକରଣ ନାମରେ ବ୍ୟାପକ ଦୁର୍ନୀତି (ପ୍ରତୀକାତ୍ମକ ଛବି)

5ଟି ସ୍କୁଲ ରୂପାନ୍ତରୀକରଣ ନାମରେ ବ୍ୟାପକ ଦୁର୍ନୀତି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ବାଲେଶ୍ୱର: ଜଳେଶ୍ୱରରେ ୫ଟି ସ୍କୁଲ ରୂପାନ୍ତରୀକରଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ଭିଜିଲାନ୍ସର ଦ୍ବାରସ୍ଥ ହୋଇଛି ଜିଲ୍ଲା କଂଗ୍ରେସ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଓ ମ୍ୟୁନିସିପାଲଟି ଅଧୀନରେ ୨୦ଟି ସ୍କୁଲ ୫ଟିରେ ସାମିଲ କରାଯାଇ ସେ ଗୁଡ଼ିକର ରୂପାନ୍ତରୀକରଣ ହୋଇଥିଲା। ମାତ୍ର ସେଥିରେ ବ୍ୟାପକ ଦୁର୍ନୀତି ହେବାର ଅଭିଯୋଗ ଆସିଲା ପରେ ଜଳେଶ୍ୱର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ପ୍ରବକ୍ତା ଓ ଜଳେଶ୍ୱରର କଂଗ୍ରେସ ନେତା ଶ୍ରୀ ସୁଦର୍ଶନ ଦାସ ଏହାର ବିଧିବଦ୍ଧ ତଦନ୍ତ ସହିତ ଦୁର୍ନୀତିରେ ଲିପ୍ତ ସରକାରୀ କର୍ମଚାରୀ ଓ ଠିକାଦାର ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ l

ଅଭିଯୋଗ ଅନୁସାରେ ସ୍କୁଲ ରୂପlନ୍ତିକରଣରେ ୮ ଜଣ କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆ ଯାଇଛି ଓ ସେଥିରେ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟାକୁ ଅନୁସରଣ କରାଯାଉନାହିଁ l ସ୍କୁଲରେ ବ୍ୟବହୃତ ଟାଇଲ, ବେଞ୍ଚ, ଡେସ୍କ, ବ୍ଲlକ ବୋର୍ଡ ଇତ୍ୟାଦି ଅତ୍ୟନ୍ତ ନିମ୍ନ ମାନର। ଏଥିରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଛି ବୋଲି କଂଗ୍ରେସ କହିଛି।

ତେବେ ଭିଜିଲାନ୍ସ ଏଏସ୍ପି ମହେଶ୍ୱର ସେଠୀ ଏହି ସବୁ ଅଭିଯୋଗ ସମ୍ବଳିତ ଦାବି ପତ୍ର ଗ୍ରହଣ କରିବା ସହିତ ତାହା ଉପରେ ତଦନ୍ତ କରି ବିହିତ କାର୍ଯ୍ୟନୁଷ୍ଠାନ ନିଆ ଯିବବୋଲି ପ୍ରତିଶ୍ରୁତି ଦେଇଛନ୍ତି l କଂଗ୍ରେସର ଉକ୍ତ ଦଳ ମଧ୍ୟ ଜିଲ୍ଲାପାଳଙ୍କୁ ଭେଟି ଦାବି ପାତ୍ର ଦେବା ସହିତ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି l

"ବାଲେଶ୍ୱର କଂଗ୍ରେସ ପକ୍ଷରୁ ୫ଟି ରୂପାନ୍ତରୀକରଣରେ ଦୁର୍ନୀତି ସହିତ ପଞ୍ଚାୟତ ସମିତିରେ ବିଭିନ୍ନ ଦୁର୍ନୀତି ବିରୁଦ୍ଧରେ ଜଳେଶ୍ୱର କଂଗ୍ରେସ ପକ୍ଷରୁ ଆସନ୍ତା ଜୁଲାଇ ୧୧ ତାରିଖରେ ବ୍ଲକ ଘେରାଉ ସହିତ ଘଣ୍ଟ ନାଦ କାର୍ଯ୍ୟକ୍ରମର ଡାକରା ଦିଆ ଯାଇଛି l ଏହାକୁ ସଫଳ କରିବା ପାଇଁ କଂଗ୍ରେସ ନେତା ଶ୍ରୀ ସୁଦର୍ଶନ ଦାସ ନିବେଦନ କରିଛନ୍ତି l

ଜଳେଶ୍ୱର କଂଗ୍ରେସ ପକ୍ଷରୁ ବ୍ଲକ୍ ସଭାପତି ରାଜୀବ ପରିଡ଼ା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ହେମନ୍ତ ଗିରି, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର ପ୍ରମୁଖ ବାଲେଶ୍ଵର ସ୍ଥିତ ଭିଜିଲାନ୍ସ ଏସପି ଅଫିସ ଯାଇ ଭିଜିଲାନ୍ସ ବିଭାଗର ସହ ଆରକ୍ଷୀ ଅଧିକ୍ଷକ ମହେଶ୍ୱର ସେଠିଙ୍କୁ ଭେଟି ଏହାର ତଦନ୍ତ ପାଇଁ ଦାବି କରିଛନ୍ତି l
Published by:Soumya Das
First published: