ମୁକ୍ତା ଯୋଜନାରେ ଖୋଳା ଯାଇଥିବା ପୋଖରୀରେ ଚଞ୍ଚକତା କରାଯାଇଥିବା ଅଭିଯୋଗ

ଢେଙ୍କାନାଳ ମ୍ୟୁନିସିପାଲିଟିର ଏକ ନମ୍ବର ୱ।ର୍ଡରେ ମୁକ୍ତା ଯୋଜନାରେ ୧୨ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଖୋଳା ଯାଇଥିବା ପୋଖରୀରେ ଚଞ୍ଚକତା କରାଯାଇଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏଥିରେ ପୌରପାଳିକାର କିଛି କର୍ମଚାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି।

ମୁକ୍ତା ଯୋଜନାରେ ଖୋଳା ଯାଇଥିବା ପୋଖରୀରେ ଚଞ୍ଚକତା କରାଯାଇଥିବା ଅଭିଯୋଗ

ମୁକ୍ତା ଯୋଜନାରେ ଖୋଳା ଯାଇଥିବା ପୋଖରୀରେ ଚଞ୍ଚକତା କରାଯାଇଥିବା ଅଭିଯୋଗ

  • Share this:
News18 Odia Digital

ଢେଙ୍କାନାଳ: ସହରାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନା ହାତକୁ ନିଆଯାଇଛି। ହେଲେ ଢେଙ୍କାନାଳ ଜିଲ୍ଲାରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ସହରର ଏକ ନମ୍ବର ୱାର୍ଡରେ ଏହି ଯୋଜନାରେ ୧୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଖୋଳା ଯାଇଥିବା ପୋଖରୀରେ ପାଣି ଟୋପାଏ ଦେଖିବାକୁ ମିଳୁନାହିଁ। ଜାଣିଶୁଣି ସରକାରୀ ଟଙ୍କା ଆତ୍ମସାତ କରିବା ଉର୍ଦ୍ଦେଶ୍ୟରେ ଏହା ଖୋଳା ଯାଇଥିବା ଅଭିଯୋଗ ହୋଇଛି।

ମେଘା ପାହାଡର ପାଦଦେଶରେ ଏହା ଖୋଳା ଯାଇଥିବା ବେଳେ ସହର ଠାରୁ ପ୍ରାୟ ୫୦ ଫୁଟ ଉଚ୍ଚତା ଲେବୁଲ ରହିଛି। ଯେଉଁଥି ପାଇଁ ବହୁ ଖୋଳା ହେବା ସତ୍ତ୍ବେ ମଧ୍ୟ ପାଣି ବାହାରୁନଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ସବୁଠାରୁ ବଡ଼ କଥା ହେଉଛି ପୋଖରୀ ଖୋଳା ଯାଇଥିବା ଆଖପାଖ ସ୍ଥାନରେ କୌଣସି ଜନବସତି ନଥିବା ବେଳେ କାହା ସ୍ୱାର୍ଥରେ ଲକ୍ଷ ଲକ୍ଷ ଟଙ୍କା ଏଥି ପାଇଁ ଖର୍ଚ୍ଚ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ଏକ ନମ୍ବର ୱାର୍ଡ ଶ୍ୟାମାଚରଣପୁର ବାସିନ୍ଦା।

"ପୋଖରୀଟି ପ୍ରାୟ ୨୦ ଫୁଟ ଖୋଳା ସରିବା ପରେ ବି ଏଯାଏଁ ପାଣି ବାହାରିବା ତ ଦୂରର କଥା ବରଂ ମାଟି ଫାଟି ଆଁ କଲାଣି। ଜାଣିଶୁଣି ପୌରପାଳିକାର କିଛି ଉପରିସ୍ଥ ଅଧିକାରୀ ଏଥିରେ ଚଞ୍ଚକତା କରିଛନ୍ତି। ବର୍ଷା ଋତୁ ଚାରି ମାସକୁ ଛାଡ଼ି ଦେଲେ ବର୍ଷର ଅନ୍ୟ ଦିନମାନଙ୍କରେ ଏଠି ପାଣି ରହିବାର ଆଶଙ୍କା ମଧ୍ୟ ନାହିଁ। ତେଣୁ ଏହାର ସଠିକ ତଦନ୍ତ କରାଯାଇ ସରକାରୀ ଅର୍ଥ ଆତ୍ମସାତ କରିବାକୁ ଉଦ୍ୟମକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି,’’ ଶ୍ୟାମାଚରଣପୁର ବିକାଶ ସଙ୍ଘର ସଦସ୍ୟ ସୁରେନ୍ଦ୍ରନାଥ ମିଶ୍ର।

ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଦର ତହସିଲରୁ ଜମି ଅଧିଗ୍ରହଣ କରାଯାଇ ଏଠାରେ ପୋଖରୀ ଖୋଳା ଯାଇଥିବା ବେଳେ ବର୍ଷା ଋତୁକୁ ବାଦ ଦେଲେ ଅନ୍ୟ ଦିନମାନଙ୍କରେ କିଭଳି ସେଠି ପାଣି ସୃଷ୍ଟି ହୋଇପାରିବ ସେ ନେଇ ଯନ୍ତ୍ରୀଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୌରପାଳିକା ନିର୍ବାହୀ ଅଧିକାରୀ ଅତନୁ ସାମନ୍ତ।

ନବ ନିର୍ବାଚିତ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ର କହିଛନ୍ତି ଏ ବାବଦରେ ଅବଗତ ଥିବା ବେଳେ ଖୋଳା ଯାଇଥିବା ପୋଖରୀ ନିକଟକୁ ନିଜେ ଗସ୍ତ କରି ଏହାର ସତ୍ୟାସତ୍ୟ ଅନୁସନ୍ଧାନ କରାଯିବ। ତାଙ୍କ ଦାୟିତ୍ୱ ଗ୍ରହଣ କରିବା ପୁର୍ବରୁ ଏହା କରାଯାଇଛି। ଖୁବ୍ ଶୀଘ୍ର ଏହାର ତଦନ୍ତ କରାଯିବା ପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ।
Published by:Lipina Das
First published: