ବସ୍ତି ପିଲାଙ୍କ ସହ ଧୁମଧାମରେ ରଜ ପାଳିଲେ ୬ ନମ୍ବର ୱାର୍ଡର କର୍ପୋରେଟର ପ୍ରିତିନନ୍ଦା ରାଉତରାୟ

ବୁଧବାର ୬ ନମ୍ବର ୱାର୍ଡର କର୍ପୋରେଟର ପ୍ରିତିନନ୍ଦା ରାଉତରାୟ ନିଜ ଅଞ୍ଚଳର ବସ୍ତି ପିଲାଙ୍କୁ ସାଥିରେ ନେଇ ରଜ ମନାଇଥିଲେ।

ବସ୍ତି ପିଲାଙ୍କ ସହ ଧୁମଧାମରେ ରଜ ପାଳିଲେ ୬ ନମ୍ବର ୱାର୍ଡର କର୍ପୋରେଟର ପ୍ରିତିନନ୍ଦା ରାଉତରାୟ

ବସ୍ତି ପିଲାଙ୍କ ସହ ଧୁମଧାମରେ ରଜ ପାଳିଲେ ୬ ନମ୍ବର ୱାର୍ଡର କର୍ପୋରେଟର ପ୍ରିତିନନ୍ଦା ରାଉତରାୟ

  • Share this:
News18 Odia Digital

ଭୁବନେଶ୍ବର: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ରଜ ଉତ୍ସବ। ରାଜ୍ୟ ସଂଗ୍ରହାଳୟ ପକ୍ଷରୁ ଆୟୋଜିତ ଏହି ରଜ ଉତ୍ସବ ଧୁମଧାମରେ ପାଳିତ ହୋଇଛି। ରଜ ପାଳିଚନ୍ତି ବସ୍ତି ପିଲା। ସହର ଭିତରେ ରହି, ବସ୍ତିରେ ଜୀବନ କାଟୁଥିବା ଛୁଆମାନେ ଟିଭି ଓ ପେପରରେ ଅନ୍ୟମାନେ କିଭଳି ରଜ ମନାଉଛନ୍ତି ସେମାନେ କେବଳ ଦେଖନ୍ତି। କିନ୍ତୁ ଯାଇ ପରିନଥନ୍ତି ଯେଉଁଠି ଦର୍ଶନୀୟ ସ୍ଥାନ। ଏକାଠି ମଉଜ କରିପାରନ୍ତି ନାହିଁ।

ହେଲେ ବୁଧବାର ୬ ନମ୍ବର ୱାର୍ଡର କର୍ପୋରେଟର ପ୍ରିତିନନ୍ଦା ରାଉତରାୟ ନିଜ ଅଞ୍ଚଳର ବସ୍ତି ପିଲାଙ୍କୁ ସାଥିରେ ନେଇ ରଜ ମନାଇଥିଲେ। କଂକ୍ରିଟ ସହରରେ ଏମାନଙ୍କର ଜନ୍ମ। ସହରରେ ଏମାନେ ରୁହନ୍ତି। ସହରୀ ପାଣିପାଗରେ ପଢ଼ନ୍ତି ଓ ବଢ଼ନ୍ତି ମଧ୍ୟ। ହେଲେ ସହରୀ ସଭ୍ୟତା ଭିତରେ ରହୁଥିବା ହାଇଫାଇ ଜୀବନ ଶୈଳୀ ଓ ଜୀବିକା ଠାରୁ ଏମାନେ ବହୁ ଦୂରରେ।

ରଜ ଆସିଥିବାରୁ ବସ୍ତିରେ ଖେଳିବା ବ୍ୟତୀତ ଆଉ କିଛି ନୂଆ ଜିନିଷ ଜାଣିବା ଓ ଦେଖିବା ପାଇଁ ଯଦିଓ ଇଚ୍ଛା କିନ୍ତୁ ସେଭଳି ସୁଯୋଗ ସମ୍ବଳ ଅଭାବରୁ ସମ୍ଭବ ହୁଏନାହିଁ। ଏଭଳି ସ୍ଥିତିରେ ବସ୍ତିର ଛୁଆଙ୍କୁ ସହଯୋଗର ହାତ ବଢ଼ାଇଥିଲେ ୬ ନମ୍ବର ୱାର୍ଡର କର୍ପୋରେଟର ପ୍ରିତିନନ୍ଦା ରାଉତରାୟ।

ବସ୍ତିରେ ରହୁଥିବା ଛୋଟ ଛୋଟ ଛୁଆଙ୍କୁ ବସରେ ସାଥିରେ ନେଇ ଆସିଥିଲେ ରାଜ୍ୟ ସଂଗ୍ରହାଳୟକୁ। ସେଠାରେ ରଜ ପାଳିବା ସହ ପିଲାମାନେ ମ୍ୟୁଜିୟମ ବୁଲି ଦେଖିଥିଲେ। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ହୋଇଛି ରଜ ଉତ୍ସବ। ଛୋଟ ଛୋଟ ପିଲାଙ୍କ ପାଇଁ ଦୋଳି ବନ୍ଧାଜିବା ସହିତ ପ୍ଲେ ଗ୍ରାଉଣ୍ଡର ଖେଳି ମଜା ଉଠାଇଥିଲେ। ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ହୋଇଥିଲା। ରଜ ପାନ ସହ ପିଠା ବି ମହଜୁଦ ଥିଲା। କିଛି ଅତିଥିଙ୍କ ଗହଣରେ ସମ୍ବଲପୁରୀ ନାଚର ତଳେ ତାଳେ ରଜ ଉତ୍ସବ ଆରମ୍ଭ ହୋଇଥିଲା।

ରାଜ୍ୟ ବାହାର ଓ ଭିତରୁ ଆସିଥିଲେ ଦର୍ଶକ। ଯିଏ ବି ଆସିଥିଲେ କିଛି ସମୟ ଦୋଳିରେ ବସି ମଜା ନେଇଥିଲେ। ବର୍ଷକର ଏହା ଏକ ନିଆରା ପର୍ବ। ୨ ବର୍ଷ ହେବ କୋଭିଡ ଯୋଗୁ ବନ୍ଦ ଥିଲା ଏହି ପର୍ବ। ଏବେ କଟକଣା ହଟିଥିବାରୁ ଲୋକ ଖୁସି। ରାଜଧାନୀରେ ଗାଁର ଝଲକ। ପିଠାପଣାର ସମ୍ଭାର ଖୋଲିଛି ସ୍ମାର୍ଟ ସିଟିରେ। ଦୋଳି ସାଙ୍ଗକୁ ସେଲ୍ଫି। ସେଲ୍ଫି ପାଇଁ ଚାଲିଛି ପ୍ରତିଯୋଗିତା। ଛୋଟ ରୁ ବଡ଼ ଯିଏ ପାରିଲା ସେଲ୍ଫି ଜୋନରେ ସେଲ୍ଫି ନେବାରେ ବ୍ୟସ୍ତ।

ଏଠାରେ କିଏ ସେଲ୍ଫି ନେଇଥିଲା ତ ଆଉ କିଏ ଫଟୋ। ପରିବାର ସହ କିଏ ଆସିଥିଲେ ତ ଆଉ କିଏ ବନ୍ଧୁମାନଙ୍କ ସହିତ ଯେଉଁମାନେ ଭିନ୍ନ ଭିନ୍ନ ଲୁ ରେ ନେଉଥିଲେ ସେଲ୍ଫି। ଓଟିଡ଼ିସି ପକ୍ଷରୁ ପାନ୍ଥନିବାସରେ ରଜ ପାନ ସାଙ୍ଗକୁ ବିକ୍ରି ହେଉଛି ପିଠା। ଭେରାଇଟ ପ୍ରକାର ପିଠା ପାଇଁ ଲୋକଙ୍କ ଭିଡ଼ ଲାଗିଛି ପାନ୍ଥନିବାସରେ। ରାଜଧାନୀ ଉପକଣ୍ଠରେ ଥିବା ପାତ୍ରପଡ଼ା ରଜକୁ କେବଳ ରାଜଧାନୀ ନୁହେଁ ଓଡ଼ିଶାର ବହୁ ସ୍ଥାନରୁ ଲୋକ ଆସି ରଜ ପାଳନ କରିଥାନ୍ତି। ଚଳିତ ବର୍ଷ ଏଠାରେ ୧୫୦ ଦୋଳି ଲାଗିଛି। କେବଳ ଦୋଳିରେ ପିଲା ଝୁଲୁ ନାହାଁନ୍ତି ପୁଚି, ଶଙ୍ଖ ପଙ୍ଖା, ମ୍ୟୁଜିକ ଚେୟାର, ଡ୍ୟାନ୍ସ ଓ ତାସ ଖେଳ ବି ହେଉଛି। ସନ୍ଧ୍ୟାରେ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Published by:Lipina Das
First published: