ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନ ଦେଲେ କଟକ ୪୧ ନମ୍ବର ୱାର୍ଡର କର୍ପୋରେଟର

ଜନପ୍ରତିନିଧିଙ୍କ ମହାନତା। ନିଜ ହାତରେ ସଫେଇ କର୍ମଚାରୀଙ୍କ ପାଦ ଧୋଇ ଚପଲ ପିନ୍ଧାଇଲେ। ନିଜ ୱାର୍ଡକୁ ସଫା ରଖୁଥିବା ସଫେଇ କର୍ମଚାରୀଙ୍କୁ ଏଭଳି ସମ୍ମାନ ପ୍ରଦାନକୁ ଭୁୟସୀ ପ୍ରଶଂସା କରିଛନ୍ତି ଅଞ୍ଚଳବାସୀ।

ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନ ଦେଲେ କଟକ ୪୧ ନମ୍ବର ୱାର୍ଡର କର୍ପୋରେଟର

ସଫେଇ କର୍ମଚାରୀଙ୍କ ପାଦ ଧୋଇ ସମ୍ମାନ ଦେଲେ କଟକ ୪୧ ନମ୍ବର ୱାର୍ଡର କର୍ପୋରେଟର

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

କଟକ: ନିଜ ହାତରେ ପାଦ ଧୋଇ ଦେଉଛନ୍ତି ସଫେଇ କର୍ମଚାରୀଙ୍କର। ପରେ ଚପଲ ପିନ୍ଧାଇ ନମସ୍କାର ବି କରୁଛନ୍ତି ସେମାନଙ୍କୁ।। ଏ ଦୃଶ୍ୟଟି ହେଉଛି କଟକ ମହାନଗର ନିଗମ ୪୧ ନମ୍ବର ୱାର୍ଡର। ଯିଏ ଏହି ମହାନତା ଦେଖାଇଛନ୍ତି ସେ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର କର୍ପୋରେଟର ସ୍ଵର୍ଣପ୍ରଭା ପସାୟତ।

ନୂଆ କରି ଏଥର କଂଗ୍ରେସରୁ ନିର୍ବାଚିତ ହୋଇଛନ୍ତି ସିଏମସିକୁ। କର୍ପୋରେଟରଙ୍କ କହିବା କଥା ଆମ ୱାର୍ଡକୁ ସଫା ସୁତୁରା ରଖୁଥିବା ଏହି କର୍ମଚାରୀଙ୍କ ରହିଛି ଅନେକ ଅବଦାନ। ସେମାନଙ୍କ ପାଇଁ ମୋତେ ଅଞ୍ଚଳବାସୀ ଭଲ ପାଉଛନ୍ତି। ତେଣୁ ସେମାନେ ଏହି ସମ୍ମାନ ପାଇବାକୁ ଯୋଗ୍ୟ।

କର୍ପୋରେଟର ସ୍ଵର୍ଣପ୍ରଭା ପସାୟତ କହିଛନ୍ତି, ‘‘ମୁଁ କୌଣସି ଲୋକ ଦେଖାଣିଆ ଏଭଳି କାମ କରିନାହିଁ। ମୋ ନଜରରେ କେହି ଛୋଟ ବଡ଼ ନୁହଁନ୍ତି। ପୂର୍ବରୁ ମଧ୍ୟ ମୁଁ ସେମାନଙ୍କୁ ଭଲ ପାଉଥିଲି। ଏଭଳି କାର୍ଯ୍ୟ ପାଇଁ ମୋ ସ୍ୱାମୀଙ୍କର ରହିଛି ଅନେକ ସହଯୋଗ। ଆଗକୁ ସଫେଇ କର୍ମଚାରୀଙ୍କ ସୁଖ ଦୁଃଖରେ ରହିବି ଓ ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ସିଏମସି ବୈଠକରେ ଦାବି ଉପସ୍ଥାପନ କରିବି।’’

କର୍ପୋରେଟରଙ୍କ ଏଭଳି କାମକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ଅଞ୍ଚଳବାସୀଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀ ସମସ୍ତେ ଏବେ ପ୍ରଶଂସା କରିଛନ୍ତି ତାଙ୍କୁ। ଅଞ୍ଚଳରେ ୨୦ ବର୍ଷ ଧରି ସଫେଇ କାମ କରୁଥିବା କର୍ମଚାରୀ ଦଶରଥ କହିଛନ୍ତି ଯେ ଆଗରୁ କେତେ କର୍ପୋରେଟର ଗଲେଣି କେହି କିନ୍ତୁ ଏଭଳି ସମ୍ମାନ ଦେଇ ନଥିଲେ। ସ୍ଥାନୀୟ ଜନସାଧାରଣ ବି ଭୂୟସୀ ପ୍ରଶଂସା କରିଛନ୍ତି କର୍ପୋରେଟରଙ୍କୁ। କହିଛନ୍ତି ଯେ ଏଭଳି କରିବା ଦ୍ୱାର ସଫେଇ କର୍ମଚାରୀଙ୍କ ମନୋବଳ ବୃଦ୍ଧି ହେବା।
Published by:Lipina Das
First published: