News18 Odia Digital
ଭୁବନେଶ୍ବର: ପୁଣି ଟେନସନ୍ ଦେଲାଣି କରୋନା। ସାରା ଦେଶରେ ବଢ଼ିବାରେ ଲାଗିଛି ସଂକ୍ରମଣ। ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୦ ପାର୍ କରିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ପୂରା ଦେଶରେ ୧୬,୯୦୦ ନୂଆ କରୋନା ମାମଲା ଚିହ୍ନଟ ହୋଇଥିଲା।
ସେପଟେ ସ୍ଥିତି ନିୟନ୍ତ୍ରଣ ପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର। ଜୁଲାଇ ୧୫ରୁ ୧୮ ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣାରେ ଦିଆଯିବ ପ୍ରିକସନ ବା ବୁଷ୍ଟର ଡୋଜ୍। ସରକାରୀ ଟିକାକରଣ କେନ୍ଦ୍ରରେ ଏହି ପ୍ରିକସନ ଡୋଜ୍ ଦିଆଯିବ। କେନ୍ଦ୍ର ସରକାରଙ୍କ ୭୫ ଦିନିଆ ସ୍ବତନ୍ତ୍ର ଅଭିଯାନରେ ମାଗଣା ଟିକା ମିଳିବ।
ଆଜାଦୀ କା ମହୋତ୍ସବ ଅବସରରେ ଏହି ବୁଷ୍ଟର ଡୋଜ୍ ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ସେପଟେ ରାଜ୍ୟରେ ଦୈନିକ ସଂକ୍ରମଣ ୮୦୦ ପାର୍। ଲଗାତର ୪ ଦିନ ୫୦୦ ଉପରେ ରହିବା ପରେ ବୁଧବାର ୭୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବିଶେଷ କରି ଖୋର୍ଦ୍ଧା ,ପୁରୀ, କଟକ ସୁନ୍ଦରଗଡ଼ରେ ସଂକ୍ରମଣ ହାର ବଢ଼ି ଚାଲିଛି। ଚତୁର୍ଥ ଲହରରେ ରାଜ୍ୟରେ ଜଣେ ବୟସ୍କ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।
ଯଦିଓ ଧୀର ଗତିରେ ସଂକ୍ରମଣ ବଢୁଛି ତେବେ ଲୋକ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ରଥଯାତ୍ରା ସାରି ଲୋକ ନିଜ ନିଜ ଅଞ୍ଚଳକୁ ଫେରିଥିବାରୁ, ସେ ଉପରେ ନଜର ରଖାଯାଇଛି। କିଛି ଦିନ ସମାନ୍ତରାଳ ସ୍ଥିତିରେ ରହିବା ପରେ ସଂକ୍ରମଣ ଖସିଯିବ। ଅଗଷ୍ଟ ଦ୍ବିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ସ୍ଥିତି ସ୍ବାଭାବିକ ହେବା ଆଶା କରାଯାଉଛି। କୋଭିଡ ନିୟମ ନ ମାନିଲେ, ସଂକ୍ରମଣରେ ବ୍ରେକ ଲଗାଯାଇ ପାରିବ ନାହିଁ ବୋଲି ଆଶଙ୍କା କରିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।
ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ୩୦୦ ଉପରେ ରହିଛି। ବିଏମସି ଅଞ୍ଚଳରେ କରୋନା ନିୟନ୍ତ୍ରଣ ଲାଗି ବିଭିନ୍ନ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କ ସହ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅନ୍ୟ ଷ୍ଟାଫଙ୍କ ପାଇଁ ମାସ୍କ କରାଯାଇଛି ବାଧ୍ୟତାମୂଳକ। ୧୨ ରୁ ୧୭ ବର୍ଷ ବୟସ୍କ ପିଲାଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଟିକା ଦେବାକୁ କୁହାଯାଇଛି।
ସେପଟେ ଡିସିପି କହିଛନ୍ତି ଯେ ପ୍ରଥମେ ଲୋକଙ୍କୁ ସଚେତନ କରାଯିବ, ନ ମାନିଲେ ଆକ୍ସନ ନିଆଯିବ ଭୁବନେଶ୍ଵର ମହାନଗର ନିଗମର ଡେପୁଟି ମେୟର ଶୁଭେନ୍ଦୁ ସାହୁ କହିଛନ୍ତି।
ଏବେ କଥା ହେଉଛି ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନିବା ହେଉଛି ଆମର କର୍ତ୍ତବ୍ୟ। ଯଦି ନିୟମ ମାନିବା ତେବେ ଏ ଲହରକୁ ବ୍ରେକ ଦେଇ ପାରିବା
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।