Corona in Bhubaneswar: ଦୈନିକ ସଂକ୍ରମଣକୁ ଦେଖି ଏମିତି କହିଲେ କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ

ଏକ ହଜାର ସଂକ୍ରମିତ ସଂଖ୍ୟା ଟପିଯିବା ଯୋଗୁ ରାଜଧାନୀବାସୀଙ୍କ ଚିନ୍ତାରେ ଆସିଯାଇଛନ୍ତି। ଆଖି ଆଗରେ ଏମିତି ପୂଳା ପୂଳା କେସ୍ ଚିହ୍ନଟ ହେବା ସହ ଏହି ସଂଖ୍ୟାରେ ବ୍ରେକ ଲାଗି ପାରୁନି। ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି।

 ଦୈନିକ ସଂକ୍ରମଣକୁ ଦେଖି ଏମିତି କହିଲେ କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ

ଦୈନିକ ସଂକ୍ରମଣକୁ ଦେଖି ଏମିତି କହିଲେ କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ

  • Share this:
News18 Odia Digital

ଭୁବନେଶ୍ବର: ରାଜଧାନୀରେ ଵେକାବୁ ହେଲାଣି କରୋନା ପ୍ରକୋପ। କାହିଁକି ଏଠାରେ ନିୟନ୍ତ୍ରଣକୁ ଆସିପାରୁନି କୋଭିଡ? ଦୈନିକ ସଂକ୍ରମଣ ହାର ଏଠାରେ କାହିଁକି ଅଧିକ? ଭୁବନେଶ୍ୱର ମହାନଗର ନିଗମ ଓ କମିଶନରେଟ ପୋଲିସର ମିଳିତ ଅପରେସନ କ'ଣ କାମ କରୁନି କି ଲୋକ ଅମାନିଆ? ବେପରୁଆ ପାଇଁ ବଢୁଛି କି କୋଭିଡ ? ଏମିତି ଅନେକ ପ୍ରଶ୍ନ ଏବେ ରାଜଧାନୀବାସୀଙ୍କ ମନରେ ଉଙ୍କି ମାରୁଛି।

ଗତ ୯ ତାରିଖରେ ରାଜଧାନୀର ପଜିଟିଭ କେସ୍ ୫୭୪ ଥିଲା । ସେହିପରି ଲୋକାଲ କଣ୍ଟାକ୍ଟ କେସ ୫୧୧ ଥିଲା। ୧୦ ତାରିଖ ମୋଟ ସଂକ୍ରମିତ ସଂଖ୍ୟା ୬୧୯ ଓ ଲୋକାଲ କଣ୍ଟାକ୍ଟ କେସ୍ ୫୬୮ ରହିଥିବା ବେଳେ ୧୧ ତାରିଖରେ କୋଭିଡ ପଜିଟିଭିଙ୍କ ସଂଖ୍ୟା ଥିଲା ୭୧୦, ଲୋକାଲ କଣ୍ଟାକ୍ଟ କେସ୍ ଥିଲା ୬୮୫। ୧୨ ତାରିଖରେ ୮୦୩ ସଂକ୍ରମିତ ଥିବା ବେଳେ ୧୩ ତାରିଖରେ ଏକ ହଜାର ଟପିଯାଇଥିଲା। ଏଭଳି ହେଉଛି ସ୍ମାର୍ଟ ସିଟିର କୋଭିଡ ଗ୍ରାଫ୍।

ଯାହାକି ସମସ୍ତଙ୍କୁ ବିପଦକୁ ଟାଣି ଆଣିଛି। ଏକ ହଜାର ସଂକ୍ରମିତ ସଂଖ୍ୟା ଟପିଯିବା ଯୋଗୁ ରାଜଧାନୀବାସୀଙ୍କ ଚିନ୍ତାରେ ଆସିଯାଇଛନ୍ତି। ଆଖି ଆଗରେ ଏମିତି ପୂଳା ପୂଳା କେସ୍ ଚିହ୍ନଟ ହେବା ସହ ଏହି ସଂଖ୍ୟାରେ ବ୍ରେକ ଲାଗି ପାରୁନି। ଯାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ରାଜଧାନୀ ଏକ ଫ୍ଲୋଟିଂ ଜୋନ, ପ୍ରଶାସନ କଡ଼ା ନଜର ରଖିବା ସହ ଲୋକ ସତର୍କ ରହିବା ଉଚିତ୍ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଡାକ୍ତର ସୋନାଲି ସ୍ୱାଇଁ କହିଛନ୍ତି" ଏଭଳି ସଂକ୍ରମଣ ପାଇଁ ଲୋକ ହିଁ ଦାୟୀ। । କାରଣ ଏହା ତୃତୀୟ ଲହର। ଏଥିପାଇଁ ଲୋକ ସତର୍କ ହେବା ଉଚିତ୍। ହେଲେ ଏବେ ବି ହାଟ ବଜାରରେ ଗହଳି ହେଉଛି। ଲୋକ ବେଫିକର ଓ ବିନ୍ଦାସ ବୁଲାବୁଲି କରୁଛନ୍ତି। ସାମାଜିକ ଦୂରତା ନାହିଁ କି ମୁହଁରେ ମାସ୍କ ନାହିଁ।"

ସେପଟେ ରାଜଧାନୀବାସୀଙ୍କୁ ସତର୍କ କରାଇ ଦେଇଛନ୍ତି କ୍ୟାପିଟାଲ ହସପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ। ସେ କହିଛନ୍ତି, "ଆଗକୁ ସ୍ଥିତି ବିଗିଡ଼ିବା ପୂର୍ବରୁ ସଚେତନ ରହିବା ଉଚିତ୍। ସରକାରଙ୍କ ନିର୍ଦ୍ଦେଶକୁ ମାନିବାକୁ ପଡ଼ିବ। ସାମାଜିକ ଦୂରତା, ମାସ୍କ ଓ ସନିଟାଇଜେସନ ଉପରେ ଗୁରୁତ୍ବ ଦେଲେ ଆମେ କୋଭିଡ ଠାରୁ ରକ୍ଷା ପାଇପାରିବା। ଏବେ ଟିକେ ସତର୍କ ରହିଲେ ଆଗକୁ ଭଲ ଭାବରେ ବଞ୍ଚିବା ପାରିବା।"

ଶେଷରେ କୋଭିଡ ସଚେତକଙ୍କ କହିବା କଥା ହେଉଛି ଜୋନ ସ୍ତରୀୟ ମିଟିଂ ସରିଛି। ଯେଉଁମାନେ କୋଭିଡ ସଚେତକ ଭାବରେ କାମ କରୁଥିଲେ ସେମାନେ ଖୁବ୍ ଶୀଘ୍ର ଫିଲ୍ଡକୁ ବାହାରିବା ସହ ନିଜ ନିଜ ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବେ। ଦୈନିକ ସଂକ୍ରମଣକୁ ଯଦି ୩୦ ଜିଲ୍ଲା ଭିତ୍ତିରେ ହିସାବକୁ ନିଆଯାଏ ତେବେ ସମସ୍ତଙ୍କୁ ପଛରେ ପକାଇଦେବ ରାଜଧାନୀ। ଯାହାକି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିଦିନ ଆସୁଥିବା କୋଭିଡ ରିପୋର୍ଟ ସ୍ପଷ୍ଟ କରୁଛି। ଯଦି ଲୋକ ଅମାନିଆ ହେବେ ତେବେ ଆଗକୁ ନିହାତି ପରିସ୍ଥିତି ବିଗିଡି ଯିବ।
Published by:Lipina Das
First published:
)}