ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ବଢୁଛି ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ କୋଭିଡ଼ ସଂକ୍ରମଣ; ଏକ୍ସପର୍ଟ କହିଲେ ଅଧିକ ଯତ୍ନବାନ ହେବା ଉଚିତ୍

ରାଜ୍ୟରେ ବଢୁଛି ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ କୋଭିଡ଼ ସଂକ୍ରମଣ; ଏକ୍ସପର୍ଟ କହିଲେ ଅଧିକ ଯତ୍ନବାନ ହେବା ଉଚିତ୍

ଚିନ୍ତାଜନକ କଥା ହେଉଛି ପୂର୍ବ ତୁଳନାରେ ଏବେ ଏହି ସଂକ୍ରମଣ ହାର ବଢ଼ିବାରେ ଲାଗିଛି । ଯେତେବେଳେ କୋଭିଡ଼ର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଛି, ସେଭଳି ସମୟରେ ୧୮ ବର୍ଷରୁ କମ ବୟସର ସଂକ୍ରମିତଙ୍କ ସଂଖ୍ୟା ଏକ ବଡ଼ ଆହ୍ୱାନ ବୋଲି ଏକ୍ସପର୍ଟଙ୍କ ମତ ରଖିଛନ୍ତି ।

ରାଜ୍ୟରେ ବଢୁଛି ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ କୋଭିଡ଼ ସଂକ୍ରମଣ; ଏକ୍ସପର୍ଟ କହିଲେ  ଅଧିକ ଯତ୍ନବାନ ହେବା ଉଚିତ୍
ରାଜ୍ୟରେ ବଢୁଛି ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ କୋଭିଡ଼ ସଂକ୍ରମଣ
  • News18 Odia
  • Last Updated: September 13, 2021, 1:02 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଏବେ ଚିନ୍ତା ବଢ଼ାଉଛି ୧୮ ବର୍ଷରୁ କମ ଶିଶୁ ଓ କିଶୋରଙ୍କ କୋଭିଡ଼ ସଂକ୍ରମଣ । ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ଏବେ ସୁଦ୍ଧା ୧୦ ଲକ୍ଷ ୧୬ ହଜାର ୩୬୨ କୋଭିଡ଼ ସଂକ୍ରମିତ ହୋଇଥିବା ବେଳେ ସେ ଭିତରୁ କେବଳ ୦ ରୁ ୧୮ ବର୍ଷ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୮୬, ୦୩୮ ପହଞ୍ଚିଛି । ଚିନ୍ତାଜନକ କଥା ହେଉଛି ପୂର୍ବ ତୁଳନାରେ ଏବେ ଏହି ସଂକ୍ରମଣ ହାର ବଢ଼ିବାରେ ଲାଗିଛି ।

ଯେତେବେଳେ କୋଭିଡ଼ର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଛି, ସେଭଳି ସମୟରେ ୧୮ ବର୍ଷରୁ କମ ବୟସର ସଂକ୍ରମିତଙ୍କ ସଂଖ୍ୟା ଏକ ବଡ଼ ଆହ୍ୱାନ ବୋଲି ଏକ୍ସପର୍ଟଙ୍କ ମତ ରଖିଛନ୍ତି । ଏଥି ପାଇଁ ପୂର୍ବ ଅପେକ୍ଷା ଅଭିଭାବକମାନେ ଅଧିକ ଯତ୍ନବାନ ହେବା ଉଚିତ୍ ବୋଲି ଏକ୍ସପର୍ଟ କହିଛନ୍ତି ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ରାଜ୍ୟରେ ଏବେ କୋଭିଡ଼ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ଟପିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର କୋଭିଡ଼ ଡ଼ାସ ବୋର୍ଡ କହୁଛି, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨ । ସେ ଭିତରୁ ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧ ହଜାର ୨୩୪ । ଏ ପର୍ଯ୍ୟନ୍ତ କୋଭିଡ଼ର ମୃତ୍ୟୁ ସଂଖ୍ୟା ୮,୦୯୮ ।

ରାଜ୍ୟରେ ବଢୁଛି ୧୮ ବର୍ଷରୁ କମ୍ ଶିଶୁ ଓ କିଶୋରଙ୍କ କୋଭିଡ଼ ସଂକ୍ରମଣ


ସଂକ୍ରମିତଙ୍କ ଭିତରୁ ୧୯ ରୁ ୪୦ ବର୍ଷ ରୋଗୀଙ୍କ ସଂଖ୍ୟା ୫ ଲକ୍ଷ ୧୪ ହଜାର ୬୪୨ ରହିଛି । ସେଭଳି ୪୧ ରୁ ୬୦ ବର୍ଷ ବୟସର ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୭ ହଜାର ୩୯୯ । ୬୦ରୁ ଊର୍ଦ୍ଧ୍ୱ ବୟସ ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ୬୩୪ । ସବୁଠାରୁ ବଡ଼ କଥା ହେଲା ସେଭିତରେ ୦-୧୮ ବର୍ଷ ବୟସ ରୋଗୀଙ୍କ ସଂଖ୍ୟା ୮୬ ହଜାର ୩୮।

୧୮ ବର୍ଷରୁ କମ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବେ ଚିନ୍ତାର କାରଣ ପାଲଟିଛି । ସ୍ୱାସ୍ଥ୍ୟ ସେବା ବିଶେଷଜ୍ଞ ଡାକ୍ତର ଭାରତ କୁମାର ବେହେରାଙ୍କ ମତରେ, "ଗତ କିଛି ମାସ ଭିତରେ ରାଜ୍ୟରେ ସଂକ୍ରମଣ କମିଥିଲେ ବି ୧୮ ବର୍ଷରୁ କମ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି, ଯାହା ଚିନ୍ତାଜନକ । କୋଭିଡ଼ର ତୃତୀୟ ଲହର କଥା ଚର୍ଚ୍ଚାରେ ଥିବା ବେଳେ ଓ ୧୮ ବର୍ଷରୁ କମ୍ ରୋଗୀଙ୍କ ପାଇଁ କୋଭିଡ଼ ଟିକା ଉପଲବ୍ଧ ନ ଥିବା କାରଣରୁ ଏହି ସଂଖ୍ୟା ଅଧିକ ଚିନ୍ତାରେ ପକାଇଛି । ତେଣୁ ବର୍ତ୍ତମାନ ସମୟରେ ସବୁଠାରୁ ବଡ଼ ଆହ୍ଵାନ ହେଲା ନିଜେ ଓ ନିଜ ପରିବାରକୁ ସଂକ୍ରମଣରୁ ଦୂରେଇ ରଖିବା। "

ବରିଷ୍ଠ ଚିକିତ୍ସକ ଡାକ୍ତର ମନୋଜ ସାହୁଙ୍କ ମତରେ, ‘‘କୋଭିଡ କଟକଣା କୋହଳର ଅର୍ଥ ନୁହେଁ କୋଭିଡ ସଂକ୍ରମଣ କମିଗଲା । ଆମେ ବେଫିକର ହୋଇଯିବା । କିନ୍ତୁ ବାସ୍ତବ କଥା ହେଲା ସଂକ୍ରମଣ କାମିନାହିଁ କିମ୍ବା ବିପଦ କାମିନାହିଁ ବରଂ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପଡ଼ିବ। ବିଶେଷ ଭାବରେ ଅଭିଭାବକ ମାନେ ଅଧିକ ଯତ୍ନବାନ ହେବା ଦରକାର।"

ଭୁବନେଶ୍ୱର ସ୍ଥିତ ଜୀଵ ବିଜ୍ଞାନ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡ଼ଃ ସନ୍ଦୀପ ମିଶ୍ରଙ୍କ କହିଛନ୍ତି, ‘‘ଅସାବଧାନତା କାରଣରୁ ଆଗକୁ ଏହି ସ୍ଥିତି ବିଗିଡ଼ିପାରେ । ଅର୍ଥାତ୍ ୦ ରୁ ୧୮ବର୍ଷ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇପାରେ । କାରଣ ଅଭିଭାବକମାନଙ୍କ ଉଦାସିନତା ହିଁ ଏଭଳି ସ୍ଥିତିକୁ ଆମନ୍ତ୍ରଣ କରିପାରେ । ଅନେକ କ୍ଷେତ୍ରରେ ଏବେ ବି ଅଭିଭାବକମାନେ ନିଜ ପାଇଁ ଓ ନିଜ ପରିବାର ପାଇଁ କୋଭିଡ଼ ନେଇ ସେତେଟା ସଚେତନ ନୁହନ୍ତି । ଏହା ହିଁ ବଡ଼ ସମସ୍ୟା ସୃଷ୍ଟି କରିପାରେ।"

ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଇ ସରକାରୀ ଭାବେ କୋଭିଡ଼ କଟକଣାକୁ ଅନେକାଂଶରେ କୋହଳ କରାଯାଇଥିବା ବେଳେ ଏବେ ସମସ୍ୟା ବଢ଼ିବାରେ ଲାଗିଛି, ଯାହା ୧୮ ବର୍ଷରୁ କମ ଶିଶୁ ଓ କିଶୋରଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଅତିକମରେ ଖୁବ୍‌ଶୀଘ୍ର ୧୮ ବର୍ଷରୁ କମ୍ ରୋଗୀଙ୍କ ପାଇଁ କୋଭିଡ଼ ଟିକା ଉପଲବ୍ଧ ହେବା ପର୍ଯ୍ୟନ୍ତ ଆମକୁ ଧର୍ଯ୍ୟର ସ୍ଥିତିକୁ ମୁକାବିଲା କରିବାକୁ ହେବ ବୋଲି ବିଶେଷଜ୍ଞଙ୍କ ମତ ।
Published by: Lipina Das
First published: September 13, 2021, 1:02 PM IST