Coronavirus: ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍

ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁରେ ଲାଗୁନି ବିରାମ। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ରେ ୨୨ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ଗତ କିଛି ଦିନ ଧରି ମୃତ୍ୟୁ କ୍ଷେତ୍ରରେ ଏଭଳି ସଂଖ୍ୟା ଦେଖିବାକୁ ମିଳୁଛି।

ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍

ରାଜ୍ୟରେ ଦୈନିକ ସଂକ୍ରମଣ କମୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍

  • Share this:
News18 Odia Digital

ଭୁବନେଶ୍ବର: କରୋନା ଦୈନିକ ସଂକ୍ରମଣ କମୁଥିଲେ ବି ମୃତ୍ୟୁରେ ଲାଗୁନି ବ୍ରେକ। ଗତ ୨୪ ଘଣ୍ଟା ମଧ୍ୟରେ ୧,୭୧୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ଆସନ୍ତା ମାସ ମଧ୍ୟରେ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ସେପଟେ ଭୁବନେଶ୍ୱର ମହାନଗର ନିଗମ କୋଭିଡ଼ ପାଇଁ ଉଦିଷ୍ଟ ଶଯ୍ୟା ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆଗାମୀ ମାସ ମଧ୍ୟରେ ଆମ ରାଜ୍ୟ ଭଲ ସ୍ଥିତିରେ ପହଞ୍ଚିପାରିବ। ଏବେ ରାଜ୍ୟରେ କୋଭିଡ ରୋଗୀଙ୍କ ହସ୍ପିଟାଲଲାଇଜେସନ ସଂଖ୍ୟା ୮ ରୁ ୯ ପ୍ରତିସତକୁ ଖସି ଆସିଛି। ତୃତୀୟ ଲହର ବେଳେ ଆମ ରାଜ୍ୟରେ ୧୫ % ଶିଶୁ ସଂକ୍ରମିତ ହେବେ ବୋଲି ଆକଳନ କରାଯାଇଥିଲା। ହେଲେ କିଛି ଦିନ ପାଇଁ ଏହା ୧୦ ରୁ ୨୮ %କୁ ବୃଦ୍ଧି ପାଇଥିଲା । ମହାମାରୀ ଅନୁସାରେ ସଂକ୍ରମଣ ବଢ଼ିବ କମିବ। ଏହା ଏକ ବାୟୁଜନୀତ ରୋଗ, ତେଣୁ ଆମେ ସମସ୍ତେ ନିୟମ ମାନିବା ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେପଟେ ସ୍କୁଲ ଖୋଲିଲାଣି, ତେଣୁ ଅଭିଭାବମାନଙ୍କ ଦାୟିତ୍ୱ ଲକ୍ଷଣ ଆସିଲେ ଟେଷ୍ଟ କରନ୍ତୁ। ଆମେ ଭିଡ଼କୁ ଯିବା ନାହିଁ। ଚତୁର୍ଥ ଲହର ଏବେ ଆସିବା କହି ହେବ ନାହିଁ। ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନେ କେଉଁ ଭାରିଆଣ୍ଟରେ ମୃତ୍ୟୁ ବରଣ କରିଛନ୍ତି ତାହା ଜେନମ ସିକ୍ଵେନସିଂ କଲେ ଜଣା ପଡ଼ିବ। ମୃତ୍ୟୁ ଲୋକଙ୍କ ମଧ୍ୟରେ ସିଙ୍ଗଲ ଡୋଜ, ଡବଲ ଡୋଜ ଓ କିଛି ଟିକା ନେଇ ନଥିବା ଲୋକ ବି ସାମିଲ ଅଛନ୍ତି ବୋଲି କହିଛନ୍ତି ବିଜୟ ମହାପାତ୍ର।

ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁରେ ଲାଗୁନି ବିରାମ। ସ୍ବାସ୍ଥ୍ୟ ବିଭାଗ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ରେ ୨୨ଜଣଙ୍କ ମୃତ୍ୟୁ ରିପୋର୍ଟ ହୋଇଛି। ଗତ କିଛି ଦିନ ଧରି ମୃତ୍ୟୁ କ୍ଷେତ୍ରରେ ଏଭଳି ସଂଖ୍ୟା ଦେଖିବାକୁ ମିଳୁଛି। ସେପଟେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛି ବି.ଏମ.ସି.। ବିଭିନ୍ନ କୋଭିଡ ହସ୍ପିଟାଲରେ ବର୍ତ୍ତମାନ କେବଳ ଚିକିତ୍ସିତ ହେଉଛନ୍ତି ୨୩୦ ଜଣ ସଂକ୍ରମିତ।

ମାର୍ଚ୍ଚ ପହିଲାରୁ ବନ୍ଦ ହେବ ହାଇଟେକ୍ କୋଭିଡ ହସ୍ପିଟାଲ। ନୂଆ ରୋଗୀଙ୍କୁ ଭର୍ତ୍ତି ନକରିବାକୁ ନିର୍ଦ୍ଦେଶ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଫେବୃଆରୀ ଶେଷ ପର୍ଯ୍ୟନ୍ତ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୬୫, କିମ୍ସ ହସ୍ପିଟାଲରେ ୧୫୦, ସମ୍ ହସ୍ପିଟାଲରେ ୨୫୦ ଶଯ୍ୟା ରହିବ। ତେବେ ପଟିଆ ଓ ଡୁମଡୁମାରେ ଥିବା ଉଭୟ କୋଭିଡ କେୟାର ସେଣ୍ଟର ପୂର୍ବ ଭଳି ଚାଲୁ ରହିବ। ଆଗକୁ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି ବୋଲି କହିଛନ୍ତି କମିଶନର ତଥା କୋଭିଡ ନୋଡାଲ ଅଧିକାରୀ ଶୁଭେନ୍ଦୁ କୁମାର ସାହୁ।

ମୃତ୍ୟ ସଂଖ୍ୟ ନେଇ ସ୍ବାସ୍ଥ୍ୟ ବିଭାଗର କହିବା କଥା ଯେଉଁ ମାନଙ୍କ ମୃତ୍ୟୁ ହେଉଛି ସେମାନେ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ଥିଲେ। ଆଇସିୟୁରେ ଥିବା ରୋଗୀଙ୍କ ମନରୁ ୫୫ ରୁ ୬୦ ପ୍ରତିଶତ ରୋଗୀଙ୍କ ମୃତ୍ୟୁ ହେଵାର ସମ୍ଭାବନା ଥିବାବେଳେ ଭେଣ୍ଟିଲେଟରରେ ଥିବା ରୋଗୀମଧ୍ୟରୁ ୭୫ ପ୍ରତିଶତ ମୃତ୍ୟୁ ସମ୍ଭାବନା ରହିଛି।
Published by:Lipina Das
First published: