ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜଧାନୀରେ ନିୟନ୍ତ୍ରଣକୁ ଆସିପାରୁନି କରୋନା ସଂକ୍ରମଣ; ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର

ରାଜଧାନୀରେ ନିୟନ୍ତ୍ରଣକୁ ଆସିପାରୁନି କରୋନା ସଂକ୍ରମଣ; ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର

କୋଭିଡ ସଂକ୍ରମଣକୁ ଦୃଷ୍ଟିରୁ ରାଜଧାନୀବାସୀଙ୍କୁ ସତର୍କ କରାଇଲା ଭୁବନେଶ୍ୱର ମହାନଗର ନିଗମ। ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛି ବି.ଏମ.ସି.।

ରାଜଧାନୀରେ ନିୟନ୍ତ୍ରଣକୁ ଆସିପାରୁନି କରୋନା ସଂକ୍ରମଣ; ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର
ରାଜଧାନୀରେ ନିୟନ୍ତ୍ରଣକୁ ଆସିପାରୁନି କରୋନା ସଂକ୍ରମଣ
  • News18 Odia
  • Last Updated: October 6, 2021, 3:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀରେ ନିୟନ୍ତ୍ରଣକୁ ଆସିପାରୁନି କୋଭିଡ। ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରେ କରୋନା ଗ୍ରାଫ ତଳ ମୁହାଁ ରହିଥିବା ବେଳେ ରାଜଧାନୀରେ କିନ୍ତୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୦୦ ପାର ହେଉଛି । ଯାହାକି ଚିନ୍ତାର ବିଷୟ ପାଲଟିଛି। କୋଭିଡ ଆରମ୍ଭରୁ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୧୩ ହଜାର ୪୮୮। ଏଥି ସହିତ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୯ ହଜାର ୯୦୦ ଲୋକ । ମଙ୍ଗଳବାର ଦିନ ୧୫୨ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ସେଥିରୁ କ୍ବାରେଣ୍ଟାଇନ କେସ ରହିଛି ୧୬ । ସେପଟେ ଶୀତ ଦିନ ଆଗରୁ ସଜାଗ ହେଲା ବି.ଏମ.ସି ।

ଜାରି କଲା ନୂଆ ଗାଇଡଲାଇନ। କୋଭିଡ ସଂକ୍ରମଣକୁ ଦୃଷ୍ଟିରୁ ରାଜଧାନୀବାସୀଙ୍କୁ ସତର୍କ କରାଇଲା ଭୁବନେଶ୍ୱର ମହାନଗର ନିଗମ। ବିବାହ, ବ୍ରତ ଓ ଶୁଦ୍ଧିକ୍ରିୟା ଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛି ବି.ଏମ.ସି. । ୫୦ ଲୋକରେ ହେବ ବିବାହ, ବ୍ରତଘର। ଶୁଦ୍ଧିକ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିଛି । ବ୍ୟବଧାନ ଦୂରତା ରହିବ ଛଅ ଫୁଟ।

ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରିବେ ଆୟୋଜକ । ସାମାଜିକ କାର୍ଯ୍ୟକ୍ରମରେ ପାନ, ଗୁଟ୍‌ଖା ଖାଇବା ଓ ଛେପ ପକାଇବା ନିଷେଧ । କାର୍ଯ୍ୟକ୍ରମରେ କୋଭିଡ କଟକଣା ମାନିବା ସମସ୍ତଙ୍କ ପାଇଁ ବାଧ୍ୟତାମୂଳ । କକଟକଣା ଉଲ୍ଲଂଘନ ପାଇଁ ଦାୟୀ ରହିବେ ଆୟୋଜକ ଓ ଘର ମାଲିକ । ସେପଟେ ବି.ଏମ.ସି.ର ଏହି କଟକଣାକୁ ନେଇ ବିଭିନ୍ନ ମହଲରୁ ଆସୁଛି ଭିନ୍ନ ଭିନ୍ନ ପ୍ରତିକ୍ରିୟା । ସ୍ବାସ୍ଥ୍ୟ କର୍ମୀ ଲକ୍ଷ୍ମୀ ବେହେରା ଏହାକୁ ସ୍ଵାଗତ କରିଥିବା ବେଳେ କୋଭିଡ ସଚେତକ ରାଜଧାନୀ ବାସିନ୍ଦା ଓ ଇଭେଣ୍ଟ ଅଧିକାରୀ ପ୍ରଶ୍ନ ଉଠାଇଛନ୍ତି।

ଜଣେ ରାଜଧାନୀ ବାସିନ୍ଦା କହିଛନ୍ତି ୫୦ ଜଣଙ୍କୁ ଅନୁମତି ମିଳିଛି, କିନ୍ତୁ ମଣ୍ଡପ ଗୁଡ଼ିକରେ ୫୦୦ ରୁ ଅଧିକ ଲୋକ ହେଉଛନ୍ତି। ଯାହା ପୂର୍ବ କଟକଣାରେ ଦେଖିବାକୁ ମିଳିଥିଲା । ସେତେବେଳେ ବି.ଏମ.ସି କୁଆଡେ ଯାଇଥିଲେ ।

ଏଭେଣ୍ଟ ମ୍ୟାନେଜର ରଞ୍ଜିତ ସାହୁ କହିଛନ୍ତି, "ପୂର୍ବରୁ ବେପାର ମାନ୍ଦା ଥିଲା। ଏବେ କଟକଣା ପରେ କେମିତି ଅନୁଷ୍ଠାନ ଚାଲିବ । ହାଟ ବଜାର ଗୁଡ଼ିକରେ ଗହଳି ହେଉଛି। ସେତେବେଳେ କଟକଣା କାହିଁକି ପାଳନ ହେଉନି।"
Published by: Lipina Das
First published: October 6, 2021, 3:48 PM IST