ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ରାଜ୍ୟରେ ଯୁବପିଢ଼ିଙ୍କ ଯୋଗୁଁ ବଢୁଛି କରୋନା ସଂକ୍ରମଣ; ୫ ଲକ୍ଷରୁ ଅଧିକ ଲୋକ କରୋନା କବଳରେ

ରାଜ୍ୟରେ ଯୁବପିଢ଼ିଙ୍କ ଯୋଗୁଁ ବଢୁଛି କରୋନା ସଂକ୍ରମଣ; ୫ ଲକ୍ଷରୁ ଅଧିକ ଲୋକ କରୋନା କବଳରେ

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା କରୋନା ଗ୍ରାଫ କହୁଛି, ରାଜ୍ୟର ଯୁବପିଢ଼ିଙ୍କ ସଂକ୍ରମଣ ସବୁଠୁ ଚିନ୍ତାର କାରଣ ପାଲଟିଛି । ଯେଉଁଥିରେ ବିଶେଷ କରି ୧୯-୪୦ ବର୍ଷର ଲୋକେ ସାମିଲ ଅଛନ୍ତି ।

ରାଜ୍ୟରେ ଯୁବପିଢ଼ିଙ୍କ ଯୋଗୁଁ ବଢୁଛି କରୋନା ସଂକ୍ରମଣ; ୫ ଲକ୍ଷରୁ ଅଧିକ ଲୋକ କରୋନା କବଳରେ
ରାଜ୍ୟରେ ଯୁବପିଢ଼ିଙ୍କ ଯୋଗୁଁ ବଢୁଛି କରୋନା ସଂକ୍ରମଣ
  • News18 Odia
  • Last Updated: October 18, 2021, 3:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ବେଳ ଥାଉ ଥାଉ ସାବଧାନ ହୋଇଯାଅ। କଟକଣାକୁ ବାଟବଣା କରି ବିପଦକୁ ଡ଼ାକିବା ଉପରେ ରୋକ୍ ଲଗାନ୍ତୁ ଯୁବପିଢ଼ି। ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାର ସ୍ଥିତି ଯାହା, ଯଦି ସବୁ ଜିଲ୍ଲାରେ ଏଭଳି ଦେଖିବାକୁ ମିଳିବ ତେବେ ସ୍ଥିତି ସଙ୍ଗୀନ ହୋଇପାରେ। ଜିଲାୱାରି କୋଭିଡ ରିପୋର୍ଟକୁ ନେଇ ଚିନ୍ତା ପ୍ରକଟ କରିବା ସହ ସତର୍କ ଓ ସଚେତନ ରହିବାକୁ ଆର.ଏମ.ଆର.ସି. ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା କରୋନା ଗ୍ରାଫ କହୁଛି, ରାଜ୍ୟର ଯୁବପିଢ଼ିଙ୍କ ସଂକ୍ରମଣ ସବୁଠୁ ଚିନ୍ତାର କାରଣ ପାଲଟିଛି । ଯେଉଁଥିରେ ୧୯-୪୦ ବର୍ଷର ଲୋକେ ବିଶେଷ ଅଛନ୍ତି। ଏହି ବର୍ଗରେ ୫ ଲକ୍ଷ ୨୭ ହଜାର ୬୯୯ ଲୋକ ସଂକ୍ରମିତ ହୋଇଥିବା ବେଳେ, ୦-୧୮ ବର୍ଷ ଭିତରେ ୮୮ ହଜାର ୫୯୩, ୪୧-୬୦ ବର୍ଷ ଭିତରେ ୩ ଲକ୍ଷ ୧୯ ହଜାର ୭୫୯ ଓ ୯୮ ହଜାର ୨୨୫ ଜଣ ଓ ୬୦ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷ କରୋନା ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ଭିତରେ ୬୪ ପ୍ରତିଶତ ପୁରୁଷ ରହିଥିବା ବେଳେ ମହିଳା ସଂଖ୍ୟା ୩୬ ପ୍ରତିଶତ ରହିଛି । ସବୁଠୁ ଯୁବ ପୀଢ଼ି ହିଁ ଅଧିକ ସଂକ୍ରମିତ ହୋଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି ।

ହଲ, ମଲ୍, ରେଷ୍ଟୁରାଣ୍ଟ ସହ ବହୁ ରଙ୍ଗୀନ କାର୍ଯ୍ୟକ୍ରମରେ ଯୁବ ପିଢ଼ି ସାମିଲ ହେଉଛନ୍ତି। କୋଭିଡ କଟକଣାକୁ ଅମାନ୍ୟ କରିବାରୁ ଆଜି ଏଭଳି ଅବସ୍ଥା ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ଚୌଧୁରୀ। ଗତ ତିନି ଦିନ ମଧ୍ୟରେ ରାଜ୍ୟରେ ୧,୩୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶନିବାରରେ ୩୫୮ ରାଜ୍ୟରୁ ଚିହ୍ନଟ ହୋଇଥିବା ବେଳେ ଯାହାର ଟପିଆର ବା ଟେଷ୍ଟ ପଜେଟିଭ ରିପୋର୍ଟ ରହିଛି ୦.୬୭ ପ୍ରତିଶତ ଥିଲା । ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ କେବଳ ଖୋର୍ଦ୍ଧାରେ ରହିଛି ୫୨ ପ୍ରତିଶତ।

ରାଜ୍ୟରେ ଆଜି ଯାଏ ୧୦ ଲକ୍ଷ ୩୪ ହଜାର ସଂକ୍ରମିତ ପାର ହୋଇଥିବା ବେଳେ ୮,୨୮୨ ଜଣ ମୃତ୍ୟୁ ବରଣ କରିଛନ୍ତି । ଯଦି ଲୋକ ସଚେତନ ନ ରହିବେ ତେବେ ସ୍ଥିତି ବିଗିଡ଼ି ପାରେ। ସେପଟେ କରୋନା ସଚେତକ ଓ ରାଜଧାନୀ ବାସିନ୍ଦା ପ୍ରଶାସନ ଉପରେ ଦୋଷ ଲଦୁଛନ୍ତି।

କୋଭିଡ ନିୟମକୁ ପ୍ରଶାସନ କଡ଼ାକଡ଼ି ଲାଗୁ କରିବା ସହ ସଚେତନତାକୁ ବ୍ୟାପକ କରିବା ଉଚିତ୍। ଗୋଟିଏ ପଟେ ସ୍ବାସ୍ଥ୍ୟ ବିଭାଗ କହିଛି ପାର୍ବଣର ପ୍ରଭାବ ୭-୧୦ ପରେ ପରିଲିଖିତ ହେବ। ଯଦି ପ୍ରକୃତରେ ପ୍ରଭାବ ପଡ଼େ ବା ସଂକ୍ରମିତ ଚିହ୍ନିତ ହୁଅନ୍ତି ତେବେ ଯୁବ ପିଢ଼ି ହିଁ ଅଧିକ ଚିହ୍ନଟ ହେବେ।
Published by: Lipina Das
First published: October 18, 2021, 3:41 PM IST