ରାଜ୍ୟରେ କମୁଛି କରୋନା ପ୍ରକୋପ, ହେଲେ ଜଗତସିଂହପୁର ଓ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି

ପାଞ୍ଚ ଦିନ ବ୍ୟବଧାନରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨,୦୦୦ ହଜାର ତଳକୁ ଖସିଛି । କଟକ ଓ ଖୋର୍ଦ୍ଧା ସମେତ ଚାରୋଟି ଜିଲ୍ଲାରେ ଦୈନିକ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ରହୁଛି ।

ରାଜ୍ୟରେ କମୁଛି କରୋନା ପ୍ରକୋପ, ହେଲେ ଜଗତସିଂହପୁର ଓ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି
ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ଼ ନିୟମ ମାନିଲେ ମାସ ଶେଷ ବେଳକୁ ହଜାରେ ତଳେ ରହିବ ସଂକ୍ରମଣ । (ପ୍ରତୀକାତ୍ମକ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଦେଶରେ ୩୮ ହଜାରରୁ ଅଧିକ କରୋନାର ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ ଓଡ଼ିଶାରେ ସଂକ୍ରମଣ ସଂଖ୍ୟା କମିଛି । ପାଞ୍ଚ ଦିନର ବ୍ୟବଧାନରେ ପୁଣି ଥରେ ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ଦୁଇ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧,୬୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକ ଓ ଖୋର୍ଦ୍ଧା ସମେତ ଚାରୋଟି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଶହେ ଉପରେ ରହୁଛି । ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ କୋଭିଡ଼ ନିୟମ ମାନିଲେ ମାସ ଶେଷ ବେଳକୁ ହଜାରେ ତଳେ ରହିବ ସଂକ୍ରମଣ। ମୁମ୍ବାଇ କୋକିଳାବେନ ହସ୍ପିଟାଲ ଷ୍ଟଡି ରିପୋର୍ଟ ସମସ୍ତଙ୍କ ପାଇଁ ଆଣିଛି ଆଶ୍ବସ୍ତିକର ଖବର। କୋଭିଡ଼ ସଂକ୍ରମିତ ସୁସ୍ଥ ହେଲେ ଲଙ୍ଗସ୍ ବି ରିକଭରି କରିଯିବ।

ରାଜ୍ୟରେ ସଂକ୍ରମଣ କମିଲେ ବି ତିନିରୁ ଚାରି ଜିଲ୍ଲାରେ କମୁନି ସଂକ୍ରମଣ। ଗତ ୧୪ରେ ବାଲେଶ୍ବର ଜିଲ୍ଲାରେ ୧୬୮ ପଜିଟିଭ ଚିହ୍ନଟ ହୋଇଥିବାବେଳେ କଟକରେ ୩୨୩, ଜଗତସିଂହପୁରରେ ୬୭, ଯାଜପୁରରେ ୯୨ ଓ ଖୋର୍ଦ୍ଧାରେ ୪୫୮, ସଂକ୍ରମିତଙ୍କ ସଂଖ୍ୟା ରହିଥିଲା ।

ଗତ ୧୫ ତାରିଖ ବାଲେଶ୍ବରେ ୧୭୬, କଟକରେ ୩୧୯,ଜଗତସିଂହପୁରରେ ୯୭, ଯାଜପୁରରେ ୧୩୬ ଓ ଖୋର୍ଦ୍ଧାରେ ୪୪୬ ରୋଗୀ ଚିହ୍ନଟ ହୋଇଥିଲେ। ଏହାର ଗୋଟିଏ ଦିନ ପରେ ତଥା ୧୬ ତାରିଖରେ ବାଲେଶ୍ବରରେ ୧୬୧, କଟକରେ ୩୦୮,ଜଗତସିଂହପୁରରେ ୮୭,ଯାଜପୁରରେ ୧୭୫, ଖୋର୍ଦ୍ଧାରେ ୫୧୦ ମାମଲା ସାମ୍ନାକୁ ଆସିଥିଲା ।

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, "ରାଜ୍ୟରେ ବର୍ତ୍ତମାନ ସଂକ୍ରମଣର ଗ୍ରାଫ ତଳମୁହାଁ ହୋଇଛି । ଆମେ ଯାହା ଆକଳନ କରିଥିଲୁ ସେହି ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । କେସ ଲୋଡ଼, ଓ ସଂକ୍ରମଣ ହାରରେ ଉନ୍ନତି ଆସୁଛି । ରାଜ୍ୟର କିଛି ଜିଲ୍ଲାରେ ଏବେ ସ୍ଥିତି ପ୍ଲାଟୋ ଷ୍ଟେଜରେ ସଂକ୍ରମଣ ରହୁଛି । ଏଥିପାଇଁ ଆତଙ୍କିତ ହେବାର କିଛି ନାହିଁ।’’

୧୭ ତାରିଖରେ ବାଲେଶ୍ବରରେ ୧୫୦, କଟକରେ ୩୪୮, ଜଗତସିଂହପୁରରେ ୧୨୬, ଯାଜପୁରରେ ୧୨୪ ଓ ଖୋର୍ଦ୍ଧା ୪୮୩ ମାମଲା ରହିଥିଲା । ଆଉ ୧୮ ତାରିଖରେ ବାଲେଶ୍ବର ୮୩, କଟକ ୩୩୫ରେ, ଜଗତସିଂହପୁରରେ ୧୧୨, ଯାଜପୁର ୧୧୩ ଓ ଖୋର୍ଦ୍ଧାରେ ୨୩୦ ପଜିଟିଭ ଚିହ୍ନଟ ହୋଇଥିଲେ ।

ଡି.ଏମ. ଇ.ଟି ସିବିକେ ମହାନ୍ତି କହିଛନ୍ତି, ‘‘ଓଡ଼ିଶାରେ କରୋନାର ସ୍ଥିତି କମିକି ସ୍ଥିର ଅବସ୍ଥାରେ ରହିଛି। ଗତ କିଛି ଦିନ ଧରି ଏହି ଟ୍ରେଣ୍ଡ ଲାଗି ରହିଛି । ଅନ୍ୟ କିଛି ରାଜ୍ୟରେ ମଧ୍ୟ ଏହି ସମାନ ସ୍ଥିତି ଦେଖିବାକୁ ମିଳୁଛି । ଆଶା କରାଯାଉଛି ଯେ ଆଗକୁ ସଂକ୍ରମଣ କମାଇବା ପାଇଁ ସମସ୍ତଙ୍କୁ କୋଭିଡ଼ ନିୟମ ମାନିବାକୁ ପଡ଼ିବ। ତୃତୀୟ ଲହରରୁ ଆକଳନ କରାଯାଇଛି କିନ୍ତୁ ଆସିନାହିଁ । ଆମେ ବର୍ତ୍ତମାନ ଦ୍ବିତୀୟ ଲହରେ ଅଛୁ । ମାଦ୍ରାସ ଇନଷ୍ଟିଚ୍ୟୁଟ୍ ଯେଉଁ ଆର ଭ୍ୟାଲୁ କଥା କହୁଛି ତାହା ଗ୍ରାଉଣ୍ଡରେ ପ୍ରତିଫଳିତ ହେଉନାହିଁ । ’’

ଏହି ପାଞ୍ଚ ଦିନର ପରିସଂଖ୍ୟାନକୁ ଦେଖିଲେ ବାଲେଶ୍ବରରେ ସଂକ୍ରମଣ କମୁଥିବା ବେଳେ ଜଗତସିଂହପୁର ଓ ଯାଜପୁରରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି। ଖଟକ, ଭୁବନେଶ୍ୱରରେ ସଂକ୍ରମଣ ପ୍ରାୟତଃ ସ୍ଥିର ହୋଇ ରହିଛି।

ସ୍ବାସ୍ଥ୍ୟ ବିଶେଷଜ୍ଞ ନିରଜ ମିଶ୍ର କହିଛନ୍ତି, ‘‘ଲୋକେ କୋଭିଡ଼ ନିୟମ ମାନିଲେ ମାସ ଶେଷ ବେଳକୁ ହଜାରେ ତଳକୁ ଆସିବ ସଂକ୍ରମଣ ସଂଖ୍ୟା । ଅଗଷ୍ଟରୁ ଅକ୍ଟୋବର ଭିତରେ ଆସିପାରେ ତୄତୀୟ ଲହର । ଏଥିପାଇଁ ସତର୍କ ରହିବାକୁ ପଡ଼ିବ। ଯେଉଁ ଭୁଲ ପାଇଁ ଦ୍ବିତୀୟ ଲହର ଆସିଲା ସେହି ଭୁଲ ଯେମିତି ପୁଣି ଥରେ ନହୁଏ ତାହା ଉପରେ ଧ୍ୟାନ ଦେବାରୁ ପଡ଼ିବ । ବର୍ଷର ଶେଷ ଯାଏ ଆମକୁ ସତର୍କ ରହିବାକୁ ହେବ। ଏହାରି ଭିତରେ ଉତ୍ସାହ ଜନକ ଷ୍ଟଡି ରିପୋର୍ଟ ଆସିଛି । କରୋନାରେ ପୀଡ଼ିତ ହୋଇ ଅଧିକ ଦିନ ପଡ଼ି ରହିଲେ ଲଙ୍ଗସ୍ ସଂକ୍ରମିତ ହେଲେ ତାହା ଧିରେ ଧିରେ ନଷ୍ଟ ହୋଇଯାଏ ବୋଲି ଏହା ଭୁଲ ପ୍ରମାଣିତ ହୋଇଛି । ମୁମ୍ବାଇ କୋକିଳାବେନ ହସ୍ପିଟାଲର ଷ୍ଟଡି ରିପୋର୍ଟ ଅନୁସାରେ ଗୁରୁତର ରୋଗୀ ଯାହାଙ୍କ ଲଙ୍ଗସ୍ ଖରାପ ହୋଇଛି ସେମାନେ ସୁସ୍ଥ ହେବାର ୩ରୁ ୬ ସପ୍ତାହ ଭିତରେ ଲଙ୍ଗସ୍ ଭଲ ହେଉଛି। ଲଙ୍ଗସ୍ ସବୁଦିନ ପାଇଁ ଖରାପ ହେଉନି । ରୋଗୀ ସୁସ୍ଥ ହେବାପରେ ଲଙ୍ଗସ୍ ରିକଭରି କରୁଛି । ମାସ ମାସ ଧରି ଆଇସିୟୁ, ଭେଣ୍ଟିଲେଟରରେ ପଡ଼ିଥିବା ରୋଗୀଙ୍କ ଲଙ୍ଗସ୍ ଭଲ ହୋଇଯିବ । ରୋଗୀକୁ ବଞ୍ଚାଇ ରଖିଲେ ଲଙ୍ଗସ୍ ରିକଭର କରିଯିବ।’’

ରବିବାର ସୁଦ୍ଧା ରାଜ୍ୟରେ ୨୩୦୬ ଜଣ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଟିକାକରଣ ଉତ୍ସାହ ଜନକ ରହିଛି ।
Published by: Lipina Das
First published: July 19, 2021, 8:35 PM IST