ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଟେନସନ୍ ବଢ଼ାଇଛି କରୋନାର ଦ୍ବିତୀୟ ଡୋଜ୍; ଏ ପର୍ଯ୍ୟନ୍ତ ୩୨ ଲକ୍ଷ ହିତାଧିକାରୀ ନେଇନାହାଁନ୍ତି ଟିକା

ଟେନସନ୍ ବଢ଼ାଇଛି କରୋନାର ଦ୍ବିତୀୟ ଡୋଜ୍; ଏ ପର୍ଯ୍ୟନ୍ତ ୩୨ ଲକ୍ଷ ହିତାଧିକାରୀ ନେଇନାହାଁନ୍ତି ଟିକା

କରୋନାର ପ୍ରଥମ ଡୋଜ ଅପେକ୍ଷା ଦୈନିକ ଦ୍ଵିତୀୟ ଡୋଜ ଟିକାକରଣ ପ୍ରତିଶତ ବଢ଼ିଥିଲେ ବି ସମୟ ଅବଧି ମଧ୍ୟରେ ଦ୍ୱିତୀୟ ଡୋଜ ନେଇ ନାହାଁନ୍ତି ୩୨ ଲକ୍ଷ ହିତାଧିକାରୀ।

ଟେନସନ୍ ବଢ଼ାଇଛି କରୋନାର ଦ୍ବିତୀୟ ଡୋଜ୍; ଏ ପର୍ଯ୍ୟନ୍ତ  ୩୨ ଲକ୍ଷ ହିତାଧିକାରୀ ନେଇନାହାଁନ୍ତି ଟିକା
ଟେନସନ୍ ବଢ଼ାଇଛି କରୋନାର ଦ୍ବିତୀୟ ଡୋଜ୍
  • News18 Odia
  • Last Updated: November 11, 2021, 3:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣକୁ ଆସିବାରେ ଲାଗିଛି । ଦୈନିକ ନୂଆ ସଂକ୍ରମଣ ମାମଲା କମିବାରେ ଲାଗିଛି। ଅଧିକାଂଶ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ ରହୁଥିବା ବେଳେ ପ୍ରାୟ ଜିଲ୍ଲାରେ ଏକ ଅଙ୍କ ତଳକୁ ଖସି ଆସିଛି ସଂକ୍ରମଣ। ତଥାପି ସ୍ଥିତି ଉପରେ ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ଆଗକୁ ତୃତୀୟ ଲହର ସମ୍ଭାବନା ଥିବାରୁ ସ୍ୱାସ୍ଥ୍ୟ ବିଭାଗ ସଚେତନ ରହିଛି। ଟେଷ୍ଟି ବି ପୂର୍ବ ଭଳି ଜାରି ରହିଛି। ଯେକୌଣସି ସ୍ଥିତିର ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଥିବା କହି ଆସୁଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ।

ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତି କରିଛନ୍ତି ସୁରକ୍ଷା ବ୍ୟବସ୍ଥା । ଏହି କ୍ରମରେ ସରକାରୀ ଓ ସରକାରଙ୍କ ଦ୍ୱାରା ପରିଚାଳିତ କୋଭିଡ ହସ୍ପିଟାଲରେ ନିୟୋଜିତ ମାନବ ସମ୍ବଳଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି।

ସମସ୍ତ ଜିଲ୍ଲାପାଳ ଓ ମୁନିସିପାଲିଟି କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅବଗତ କରିଛି। କରୋନା ମୁକାବିଲା ପାଇଁ ଟିକାକରଣକୁ ତ୍ୱରାନ୍ୱିତ କରିଛି ସ୍ୱାସ୍ଥ୍ୟ ବିଭାଗ। ଦୈନିକ ୨ ଲକ୍ଷରୁ ୩ ଲକ୍ଷ ଟିକାକରଣ ଜାରି ରହିଛି।

ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ବ୍ୟକ୍ତିଙ୍କୁ ପ୍ରଥମ ଡୋଜ ଟିକାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ଯୋଜନା କରିଛି। ହେଲେ ସମୟ ହୋଇଥିଲେ ବି ଲୋକ ଦିତୀୟ ଡୋଜ ନ ନେବା ସ୍ୱାସ୍ଥ୍ୟ ବିଭାଗ ପାଇଁ ସମସ୍ୟା ବଢ଼ାଇ ଦେଇଛି ।

ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, "ଡିସେମ୍ବର ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ଶେଷ ନେଇ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୯୪ ଲକ୍ଷ ଡୋଜ ଟିକାକରଣ ହୋଇଥିବା ବେଳେ ପ୍ରଥମ ଡୋଜ ନେଇଛନ୍ତି ୨ କୋଟି ୬୫ ଲକ୍ଷ ଲୋକ । ଯାହାକି ପ୍ରାୟ ୮୨ ପ୍ରତିଶତ । ଉଭୟ ଡୋଜ ନେଇଛନ୍ତି ୧ କୋଟି ୨୯ ଲକ୍ଷ ହିତାଧିକାରୀ। ବର୍ତ୍ତମାନ ସୁଦ୍ଧା ୩୨ ଲକ୍ଷ ଦିତୀୟ ଡୋଜ ନେବା ସମୟ ହୋଇଥିଲେ ବି ସେମାନେ ଟିକା ନେଇ ନଥିବାରୁ ପ୍ରାଥମିକତା ଭିତ୍ତିରେ ସେମାନଙ୍କୁ ଟିକାକରଣ ପାଇଁ ପ୍ରୟାସ ଜାରି ରହିଛି ।’’

ଗତ କିଛି ଦିନ ହେବ ଦୈନିକ ପ୍ରଥମ ଡୋଜ ଅପେକ୍ଷା ଦିତୀୟ ଡୋଜ ଟିକାକରଣ ପ୍ରତିଶତ ବଢ଼ିଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ। ବର୍ତ୍ତମାନ ରାଜ୍ୟରେ ୩୮ ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଗ୍ରାମାଞ୍ଚଳରେ ଟିକାକରଣ କେନ୍ଦ୍ର ବଢ଼ାଯାଇ ଟିକାକରଣ ତ୍ବରାନ୍ବିତ ପାଇଁ ସ୍ୱାସ୍ଥ୍ୟ ବିଭାଗ ଯୋଜନା କରିଛି। ତେଣୁ ଅଧିକ ଜନସଂଖ୍ୟା ଥିବା ଗାଁରେ ଟିକାକରଣ କେନ୍ଦ୍ର କରାଯିବ ବୋଲି ସେ କହିଛନ୍ତି।।

ସେହିପରି କରୋନା ବିରୋଧୀ ଲଢ଼େଇରେ ବଟିକା ସାମିଲ ହୋଇଛି। ୟୋରୋପୀୟ ଦେଶରେ ବଟିକା ବ୍ୟବହାର ହେଲାଣି। ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "କରୋନା ପାଇଁ ବିଶ୍ୱର ପ୍ରଥମ ବଟିକା ମୋଲନୁପିରାଭିର ବାହାରିଛି। ଏ ବଟିକା ବ୍ୟବହାର ଦ୍ଵାରା ୫୦ ପ୍ରତିଶତ କେସ୍ କମୁଛି। ଯାହାକୁ କି ୟୁରୋପୀୟ ଦେଶରେ ବ୍ୟବହାର କରାଯାଉଛି। ହେଲେ ଏହାକୁ ଭାରତରେ ବ୍ୟବହାର ପାଇଁ ଏ ପର୍ଯ୍ୟନ୍ତ ଅନୁମତି ମିଳିନାହିଁ । ତେବେ ଡିସିଜିଆଙ୍କ ଅନୁପତି ପରେ ହିଁ ଏ ବଟିକାକୁ ଆମେ ବ୍ୟବହାର କରିପାରିବା ।’’
Published by: Lipina Das
First published: November 11, 2021, 3:40 PM IST