ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଧିରେ ଧିରେ କମୁଛି କରୋନା ପ୍ରକୋପ; ଓଡ଼ିଶାରେ ପଡ଼ିବନି ତୃତୀୟ ଲହରର ପ୍ରଭାବ

ଧିରେ ଧିରେ କମୁଛି କରୋନା ପ୍ରକୋପ; ଓଡ଼ିଶାରେ ପଡ଼ିବନି ତୃତୀୟ ଲହରର ପ୍ରଭାବ

ରାଜ୍ୟରେ ସେରୋ ସର୍ଭେ ନେଇ ଯେଉଁ ତଥ୍ୟ ଆରଏମ.ଆର.ସି. ରଖିଛି ତାହା ସନ୍ତୋଷଜନକ ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

ଧିରେ ଧିରେ କମୁଛି କରୋନା ପ୍ରକୋପ; ଓଡ଼ିଶାରେ ପଡ଼ିବନି ତୃତୀୟ ଲହରର ପ୍ରଭାବ
ଓଡ଼ିଶାରେ ପଡ଼ିବନି ତୃତୀୟ ଲହରର ପ୍ରଭାବ
  • News18 Odia
  • Last Updated: September 29, 2021, 11:25 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଧିରେ ଧିରେ ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ । କିଛି ଦିନରୁ କରୋନା ଗ୍ରାଫ୍ ସଂଖ୍ୟା ୨୦,୦୦୦ରୁ ତଳକୁ ଥିବାର ରେକର୍ଡ କରାଯାଇଛି । ସେପଟେ କରୋନାର ତୃତୀୟ ଲହରକୁ ନେଇ ଭୟରେ ଥିବା ଦେଶବାସୀଙ୍କୁ କିଛି ମାତ୍ରାରେ ମିଳିଛି ଆଶ୍ବସ୍ତି । ଏହି ପରିସ୍ଥିତି ଦେଖି ଲାଗୁଛି ଓଡ଼ିଶାରେ କରୋନା ତୃତୀୟ ଲହରର ପ୍ରଭାବ ପଡ଼ିନପାରେ ।

ସେହି ଟ୍ରେଣ୍ଡକୁ ଦେଖିଲେ ଲାଗୁଛି ଓଡ଼ିଶାବାସୀ ଭଲ ସ୍ଥିତିରେ ରହିବେ । ଆଗକୁ ପାର୍ବଣ ଋତୁ ଆସୁଛି । ସାମାଜିକ ଦୂରତା ଓ କଟକଣା ମାନିବାକୁ ହେବ। ତୃତୀୟ ଲହର ଯେତେ ଯାହା କୁହାଯାଉଥିଲା ସେମିତି ବର୍ତ୍ତମାନ ସୁଦ୍ଧା ନାହିଁ । ଆଶା କରିବା ଆମେ ଭଲ ସ୍ଥିତିରେ ରହିବା । ଆଗକୁ ଦଶହରା ପୂଜା ଆସୁଛି । କେବଳ ପୂଜା ସ୍ଥାନରେ ନୁହେଁ, ଘରେ ଓ ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଥାଏ। ହେଲେ ତା ଆଗରୁ ସତର୍କ କରାଇ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସ୍ବାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଅନୁରୂପ ଭାବରେ ଲୋକଙ୍କୁ ସତର୍କ କରାଇଛନ୍ତି। ସଚେତନ ଓ ସତର୍କ ଯୋଗୁଁ ଦ୍ୱିତୀୟ ଲହର ଟିକେ ନିୟନ୍ତ୍ରଣରେ ଅଛି। ହେଲେ ସବୁ ଏବେ ନିର୍ଭର କରୁଛି ଲୋକଙ୍କ ଉପରେ। ହେଲେ ସେରୋ ସର୍ଭେ ନେଇ ଯେଉଁ ତଥ୍ୟ ଆରଏମ.ଆର.ସି. ରଖିଛି ତାହା ସନ୍ତୋଷଜନକ ବୋଲି ସ୍ବାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି।

"ବର୍ତ୍ତମାନ ଟ୍ରେଣ୍ଡ ଅନୁଯାୟୀ ଆମେ ଭଲ ସ୍ଥିତିରେ ରହିଛେ । ସେରୋ ସର୍ଭେ ରିପୋର୍ଟ ବହୁତ ଭଲ ଆସିଛି । ରିପୋର୍ଟ ଅନୁଯାୟୀ ସମସ୍ତ ବର୍ଗର ଲୋକଙ୍କର ଆଣ୍ଟିବଡ଼ି ଭଲ ରହିଛି । ହେଲ୍ଥ କେୟାର ମାନଙ୍କର ୯୩ ପ୍ରତିଶତ, ଜେନେରାଲ ଲୋକଙ୍କର ୭୩ ପ୍ରତିଶତ, ଏହା ବାଦ ଯୁବପିଢ଼ି ଗ୍ରୁପର, ବୟସ୍କ ଓ ଶିଶୁ ମାନଙ୍କର ଯାହା ଆଣ୍ଟିବଡ଼ି ରହିଛି ତାହା ଆମ ପାଇଁ ବହୁତ ଭଲ ରହିଛି । ଟିକା ନେଇଥିବା ଲୋକଙ୍କର ବି ଏଥିରେ ଭଲ ଆଣ୍ଟିବଡ଼ି ରହୁଥିବା ଜଣାପଡ଼ିଛି । ଏହା ଦ୍ୱାରା ଆମେ ଜାଣି ପରିଲୁ ଯେ ଆମର ସମସ୍ତଙ୍କ ଦେହରେ ଆଣ୍ଟିବଡ଼ି ତିଆରି ହୋଇସାରିଛି । ଭ୍ୟାକ୍ସିନେସନ ଡ୍ରାଇଭ କାମ କରୁଛି ଓ କୋଭିସ୍ଲିଡ ଓ କୋଭାସ୍କିନ ଭିତରେ କିଛି ଫରକ ନଥିବା ଏହି ରିପୋର୍ଟରୁ ଜଣା ପଡ଼ିଛି । ଏହା ବାଦ ଗ୍ରାମାଞ୍ଚଳରେ ବି ଭଲ ଅଣ୍ଟିବଡି ଡେଭଲପ ହୋଇଛି । ଯାହା ଏବେ ସଂକ୍ରମଣର ସ୍ଥିତି ରହିଛି ତାହା ନିୟନ୍ତ୍ରଣରେ ରହିଛି,’’ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।

ଏବେ ନଜର ପକାନ୍ତୁ ଏ ତଥ୍ୟ ଉପରେ । ମୋଟ ୬,୬୮୦ ଲୋକଙ୍କ ଠାରୁ ନମୁନା ସଂଗ୍ରହ କରାଯାଇଛି । ତା ଭିତରୁ ୬ ରୁ ୧୦ ବର୍ଷ ଭିତରେ ୭୦ ଓ ୧୧ରୁ ୧୮ ବର୍ଷ ଭିତରେ ୭୪ ପ୍ରତିଶତ ରୋଗ ପ୍ରତିଷେଧକ ସୃଷ୍ଟି ହୋଇଛି ।

ଖୋର୍ଦ୍ଧା ଜିଲ୍ଲା ସବୁଠୁ ଆଗରେ ରହିଛି । ଖୋର୍ଦ୍ଧାରେ ୮୦.୪୭ ପ୍ରତିଶତ ରହିଥିବା ବେଳେ , ସମ୍ବଲପୁରରେ ୭୫.୦୬, ସୁନ୍ଦରଗଡ଼ ୭୧.୧୦, ଝାରସୁଗୁଡ଼ା ୬୮.୮, କେନ୍ଦୁଝର ୭୫.୮୩ , ପୁରୀ ୭୫.୫୬, ବାଲେଶ୍ଵର ୭୩.୦୬, ମୟୂର ଭଞ୍ଜ ୬୮.୦୩, ଯାଜପୁରରେ ୬୮.୪୨, କଳାହାଣ୍ଡି ୭୫.୫୮ ଓ କନ୍ଧମାଳରେ ୭୫.୮୧ ପ୍ରତିଶତ ଲୋକଙ୍କ ଦେହରେ ରୋଗ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଛି।

ଏହା ସହ ରାଜ୍ୟରେ ଅଣ ସଂକ୍ରମଣ ରୋଗ ବଢ଼ିଛି କି ? ଏଭଳି ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ଚୌଧୁରୀ କହିଛନ୍ତି, "ସେମିତି କିଛି ଆମର ଅଣ ସଂକ୍ରମଣ ରୋଗ ବଢ଼ି ନାହିଁ । ଆମେ ଇନିଟିଗ୍ରେଟେଡ଼ ସର୍ଭିଲାନ୍ସ କଲୁ । ଆମର ସର୍ଭିଲାନ୍ସ ଚାଲିଥିଲା । ଯାହା ଦ୍ୱାରା କିଛି ଡ଼ିଟେକସନ ହେଲେ । କେସ ତ ରହିଛି । କେସ ପ୍ରତିଶତରେ ଅଧିକ ହୋଇପାରେ । ସେମିତି କହି ପାରିବାନି ଯେ ରାଜ୍ୟରେ ଅଣ ସଂକ୍ରମଣକ ରୋଗ ବଢ଼ି ଯାଇଛି।"
Published by: Lipina Das
First published: September 29, 2021, 11:25 AM IST