Omicron: ସରକାଙ୍କୁ ଏବେ ଟିକା ଟେନସ୍; ଟିକା ନେବାକୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ସବୁ ରାଜ୍ୟରେ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି । ଟିରା ନେଉନଥିବା ଲୋକଙ୍କୁ ସତର୍କ କରାଉଛନ୍ତି ସ୍ବାସ୍ଥ୍ୟ ବିଭାଗ ।

ଟିକା ନେବାକୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

ଟିକା ନେବାକୁ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ

  • Share this:
News18 Odia Digital

ଭୁବନେଶ୍ବର: କୋଭିଡର ନୂଆ ଭାରିଆଣ୍ଟ ଓମିକ୍ରନ ବର୍ତ୍ତମାନ ୨୬ଟି ଦେଶକୁ ବ୍ୟାପିଲାଣି । ସରକାରଙ୍କ ନିର୍ଦ୍ଦେଶ ରହିଛି ଯେଉଁମାନେ ରିକ୍ସ ଦେଶରୁ ଆସୁଛନ୍ତି ସେମାନେ ନେଗେଟିଭ ରିପୋର୍ଟ ଧରି କି ଆସିବେ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ନିଜ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ (କେଉଁଠୁ ଆସୁଛନ୍ତି କେଉଁଠିକୁ ଯିବେ) ପୋର୍ଟାଲରେ ଦେବା ଲାଗି ବାଧ୍ୟତାମୂଳକ କରାଯାଇଛି । ସମସ୍ତ ବିମାନ ବନ୍ଦରରେ ଟେଷ୍ଟିଂ କରାଯାଉଛି । ଟେଷ୍ଟ ଯଦି ପିଜିଟିଭ ଆସିଲା ତାଙ୍କୁ ତୁରନ୍ତ ଆଇସୋଲେନନକୁ ପଠାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଯଦି ନେଗେଟିଭ ଆସିଲା ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ଛଡ଼ା ଯିବ । ସାତ ଦିନ କ୍ୱାରେଣ୍ଟାଇନରେ ରହିବା ପରେ ଅଷ୍ଟମ ଦିନ ତାଙ୍କର ପୁଣି ଥରେ ଟେଷ୍ଟ କରାଯିବ । ଯେହେତୁ ବିଦେଶ ଫେରନ୍ତା ବିମାନ ବନ୍ଦରରେ ଟେଷ୍ଟ କରି ଆସୁଛନ୍ତି ତେଣୁ ଆମେ ବର୍ତ୍ତମାନ ସେମାନଙ୍କୁ ଟ୍ରେସ୍ କରି ଅଷ୍ଟମ ଦିନ ତାଙ୍କର ଆରଟିପିସିଆର ଟେଷ୍ଟ କରିବାକୁ ପଦକ୍ଷେପ ନେଇଛୁ ବୋଲି ସ୍ବାସ୍ଥ୍ୟା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଯଦି ଏହି ଅଷ୍ଟମ ଦିନ ତାଙ୍କର ପିଜିଟିଭ ଆସିଲା ସେ ଆଇସୋଲେସନକୁ ଯିବେ ନଚେତ୍ ଆଉ ସାତ ଦିନ ତାଙ୍କୁ ସେଲ୍ଫ ଅଵଜରବେସନରେ ରଖାଯିବ । ମୋଟ ୧୪ ଦିନ ତାଙ୍କୁ ଆଇସୋଲେସନରେ ରହିବାକୁ ହେବ । ଆଉ ଯେଉଁ ମାନଙ୍କର ପିଜିଟିଭ ଆସିବ ତାଙ୍କର ଜିନମ ସିକ୍ୟୁସେନିଂ କରାଯିବ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ମିଳିଥିବା କେବଳ ଦୁଇ ଦିନର ତଥ୍ୟ ଅନୁଯାୟୀ ରିସ୍କ ଥିବା ଦେଶରୁ ସର୍ବମୋଟ୍ ୩୮୦ ଜଣ ଓଡ଼ିଶାକୁ ଫେରିଛନ୍ତି । ଗତ ୨୮ ତାରିଖରେ ୨୨୪ ଜଣ ଓ ୨୯ ତାରିଖରେ ୧୫୬ ଜଣ ଆସିଥିଲେ ।

ସେ ବିଷୟରେ ଜିଲ୍ଲା ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଇଦିଆଯାଇଛି। ସବୁ ପରିସ୍ଥିତିକୁ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଆମେ ଆଡ଼ଭାଇ ଦେଇଛୁ । ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ବି.ଏମ.ସି. ଓ ଝାରସୁଗୁଡା ଜିଲ୍ଲାପାଳଙ୍କୁ ଆମେ କହିଛୁ ଯଦି କାହାର ଘରେ କ୍ୱାରେଣ୍ଟାଇନ ପାଇଁ ବ୍ୟବସ୍ଥା ହେଉନି ତାଙ୍କ ପାଇଁ କ୍ୱାରେଣ୍ଟାଇନ ବ୍ୟବସ୍ଥା ପ୍ରୋଭାଇଡ଼ି କରିବେ । ଯଦି ସେମାନଙ୍କ ଭିତରୁ କେହି ପିଜିଟିଭ ବାହାରିଲେ କିଛି ନିର୍ଦ୍ଧିଷ୍ଟ ମେଡ଼ିକାଲରେ ବ୍ୟବସ୍ଥା କରିବା ବନ୍ଦୋବସ୍ତ ଚାଲିଛି । କାରଣ ଏମାନେ ଅନ୍ୟ କୋଭିଡ ରୋଗୀଙ୍କ ଠୁ ଅଲଗା ହୋଇ ଚିକିତ୍ସା ହେବେ। ଏବେ ଠୁ ସର୍ଭିଲାନ୍ସ ଆହୁରି ବଢ଼ିବ ବୋଲି କହିଛନ୍ତି ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ସେପଟେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ କହିବା କଥା ହେଉଛି," ବର୍ତ୍ତମାନ ସୁଧା ରାଜ୍ୟରେ ୪ କୋଟି ୩୮ ଲକ୍ଷ ୨୧ ହଜାର ୭୦୮ ଟିକା ଦିଆସାରିଲାଣି । ୨ କୋଟି ୭୯ ଲକ୍ଷ ୬ ହଜାର ୪୬୬ ପ୍ରଥମ ଡୋଜ ନେଇଛନ୍ତି ଯାହା ୮୬ ପ୍ରତିଶତ ନେଇଛନ୍ତି ଟିକା ।

ସେହିପରି ଦ୍ବିତୀୟ ଡୋଜ ନେଇଛନ୍ତି ୧ କୋଟି ୫୯ ଲକ୍ଷ ୧୫ ହଜାର ୨୪୨ ଯାହା ୪୯ ପ୍ରତିସତ ଟିକା ନେଇଛନ୍ତି। ତେବେ ଗର୍ଭବତୀ ମହିଳା ନେଇଛନ୍ତି ୩ ଲକ୍ଷ ୬୪ ହଜାର ୫୯ ଜଣ। ବର୍ତ୍ତମାନ ସୁଦ୍ଧା ୪୬ ଲକ୍ଷ ଲୋକେ ପ୍ରଥମ ଡୋଜ ନେଇନାହାଁନ୍ତି। ୩୧ ଲକ୍ଷ ଲୋକ ଦ୍ବିତୀୟ ଡୋଜ ଟିକା ନେଇନାହାଁନ୍ତି। ଯେଉଁମାନଙ୍କର ଟିକା ନେବାର ସମୟ ହୋଇଛି ସେମାନେ ଯଥା ଶୀଘ୍ର ଆସି ଟିକା ନଅନ୍ତୁ। ଯାହା ଫଳରେ କରୋନାର ନୂଆ ଭୂତାଣୁ ଦେଖା ଦେଲାଣି । ଏହି ଭୂତାଣୁ ସଂକ୍ରମଣ କରିବା ପୂର୍ବରୁ ସତର୍କ ରହିବା ସହ ଟିକାକରଣ କରିନେବା ଆବଶ୍ୟକ । ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଟିକା ଦିଆଯିବ ବୋଲି ଲକ୍ଷ ରଖାଯାଇଛି ବୋଲି କହିଛନ୍ତି ବିଜୟ ପାଣିଗ୍ରାହୀ ।

ବିଶେଷ ଭାବରେ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଉଛି । ମୋବାଇଲ ଭ୍ୟାନ ଦ୍ବାରା ଘର ଘର ବୁଲି ଟିକାକରଣ କରାଯାଉଛି। ପ୍ରତି ଗାଁରେ ଥିବା ଆଶା କର୍ମୀ ସ୍ବାସ୍ଥ୍ୟ କର୍ମୀ ଓ ଗ୍ରାମଞ୍ଚଳରେ ଥିବା ପ୍ରଭାବଶାଳୀ ଲୋକଙ୍କ ମାଧ୍ୟମରେ ଲୋକଙ୍କୁ କିଭଲି ଟିକା ଦିଆଯିବ ସେ ନେଇ ମଧ୍ୟ ସଚେତନ କରାଯାଉଛି। ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଟିକା ନେବାକୁ ଅନୁରୋଧ କରିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ।

ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନ ସହ କିଛି ଆନ୍ତର୍ଜାତୀୟ ବିଶେଷଜ୍ଞ କହିଛନ୍ତି, ‘‘ଆହୁରି କିଛି ସମୟ ଲାଗିବ ଓମିକ୍ରିନ ଭୂତାଣୁର ବ୍ୟବହାର କିଭଳି ରହୁଛି, ତାହା ଜାଣିବା ପାଇଁ। ଯେଉଁ ପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ ତା' ଉପରେ ମତାମତ ରଖି ଲୋକଙ୍କୁ ଡରାଇବା ଠିକ କଥା ନୁହେଁ।’’

ଏହି ଭୂତାଣୁକୁ ସବୁ ସ୍ବାସ୍ଥ୍ୟ ଫୋରମଙ୍କ କହିବା କଥା ହେଉଛି ଯେ ଟିକାକରଣକୁ ଅଧିକ ବଢ଼ାଇବା। ମାସ୍କକୁ ଗୁରୁତ୍ୱ ଦେବା। ଟ୍ରାନସମିଶନ୍ କରିବା ନାହିଁ। ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କର ତଥ୍ୟ ଖୁବ୍ ଶୀଘ୍ର ପ୍ରଦାନ କରିବା। ଏ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ଆତଙ୍କ ନାହିଁ ତଥାପି ସଚେତନ ରହିବା ଆବଶ୍ୟକ। ମୁଖ୍ୟ ମନ୍ତ୍ରୀ ଏହାକୁ ନେଇ ସମୀକ୍ଷା କରିଛନ୍ତି।

ଓମିକ୍ରନ୍ ନେଇ କ୍ୟାପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁଙ୍କ କହିବା କଥା ହେଉଛି, ‘‘ଓମିକ୍ରନ୍ ପାଇଁ ଆତଙ୍କିତ ନ ହୋଇ ସତର୍କ ରହିବା ଉଚିତ୍ । ଯାହା ଜଣା ପଡୁଛି ଓମିକ୍ରନ୍ ଉପରେ ଗବେଷଣା ଚାଲିଛି। ଟିକେ ସାଙ୍ଘାତିକ ହେବାର ଜଣା ପଡୁଛି। ଏହାର ଆଗକୁ ଯେ ଆଉ ନୂଆ ମ୍ୟୁଟାଆଣ୍ଟ ନ ଆସିବ ସେ କଥା କିଏ କହିବ। ୟୁରୋପରେ ଏହା କାୟା ବିସ୍ତାର କରିଛି। ଆମ ଜୀବନ ଆମ ହାତରେ। ସରକାର ସଚେତନ କରୁଛନ୍ତି। ଆମେ ସତର୍କ ରହିବା ଉଚିତ୍ ।"

ଏବେ ଲୋକଙ୍କ ଜୀବନ ଲୋକଙ୍କ ହାତରେ । ସତର୍କ ଓ ସଚେତନ ନ ରହିଲେ ଆଗକୁ ସ୍ଥିତି ନିହାତି ବିଗିଡ଼ିବ ଏଥିରେ ସନ୍ଦେହ ନାହିଁ।
Published by:Lipina Das
First published:
)}