କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ରାଜ୍ୟରେ ଚିନ୍ତା; ୨୪୬ ଜଣଙ୍କ ଜିନମ ସିକ୍ୟୁଏନସିଂ କରାଯିବ

ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୟୁଏନସିଂ ହୋଇଥିଲା ।

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ରାଜ୍ୟରେ ଚିନ୍ତା (ଫାଇଲ୍ ଫଟୋ)

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ରାଜ୍ୟରେ ଚିନ୍ତା (ଫାଇଲ୍ ଫଟୋ)

  • Share this:
News18 Odia Digital

ଭୁବନେଶ୍ବର: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭାଇରସକୁ ନେଇ ଚିନ୍ତା ବଢୁଛି। ଦେଶର ବିଭିନ୍ନ ରାଜ୍ୟରେ ଏହି ନୂଆ ଭାଇରସ ଚିହ୍ନଟ ହେବା ପରେ ଅଧିକ ଚିନ୍ତା ବଢ଼ିବାରେ ଲାଗିଛି। ଆକ୍ରାନ୍ତ ଦେଶରୁ ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ଟେଷ୍ଟ କରାଯିବା ସହ ସମସ୍ତ ପଜିଟିଭ ବ୍ୟକ୍ତିଙ୍କ ଜିନମ ସିକ୍ୟୁଏନସିଂ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି । ଇତି ମଧ୍ୟରେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଆକ୍ରାନ୍ତ ଦେଶରୁ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ନଭେମ୍ବର ୨୪ ପରେ ଆକ୍ରାନ୍ତ ରାଷ୍ଟ୍ରରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ଯେ ନଭେମ୍ବର ମାସରେ ରାଜ୍ୟକୁ ଆସିଥିବା ୧୪୧ ପଜିଟିଭ ନମୁନାର ଜିନମ ସିକ୍ୟୁଏନସିଂ ହୋଇଥିଲା । ସେସବୁ ନମୁନାରେ ଓମିକ୍ରନ ଚିହ୍ନଟ ହୋଇନାହିଁ। ନଭେମ୍ବର ୨୪ ପରେ ଆକ୍ରାନ୍ତ ରାଷ୍ଟ୍ରରୁ ରାଜ୍ୟକୁ ଫେରିଥିବା ୨୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ମାନଙ୍କର ଜିନମ ସିକ୍ୟୁଏନସିଂ କରାଯିବ। ରାଜ୍ୟ ସରକାର ପ୍ରଥମ ଓ ଦ୍ବିତୀୟ ଲହର ତୁଳନାରେ ପ୍ରୋ ଆକ୍ଟିଭ ହୋଇ ହୋଇ କାମ କରୁଛନ୍ତି। ଯେଉଁମାନେ ଆକ୍ରାନ୍ତ ଦେଶରୁ ଓଡ଼ିଶାକୁ ଆସିଛନ୍ତି ସରକାର ଟ୍ରାକ କରୁଛନ୍ତି।

ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପଜିଟିଭ ସାମ୍ପୁଲ ଆସିବା ପରେ ବି ଆଉ ଥରେ ଟେଷ୍ଟ କରାଯାଉଛି। ଯେଉଁମାନଙ୍କର ସିଟି ଭ୍ୟାଲୁ ୨୮ ତଳକୁ ରହିଛି ଜିନମ ସିକ୍ୟୁଏନସିଂ କରାଯିବ। ୨୪୬ ପଜିଟିଭ ସାମ୍ପୁଲ ଜିନମ ସିକ୍ୟୁଏନସିଂ କରାଯିବା ପରେ ୪ -୫ ଦିନ ମଧ୍ୟରେ ଜଣା ପଡ଼ିବ ଓମିକ୍ରନ ଭାଇରସ ଅଛି କି ନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ ଭାଇରସ ଚିହ୍ନଟ ହୋଇନଥିବା କହିଛନ୍ତି ଡାକ୍ତର ଅଜୟ ପରିଡ଼ା। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି ଯେ ଓମିକ୍ରନ୍ ବିଷୟରେ ସାରା ବିଶ୍ବରେ ଚର୍ଚ୍ଚା। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ଓମିକ୍ରନକୁ ନେଇ ଭୟ କରିବାର କୌଣସି କାରଣ ନାହିଁ।

ଟିକା ଉପରେ ଏହା କେତେ ପ୍ରଭାବୀ ରହିବ ତା ବିଷୟରେ ଗବେଷଣା ଚାଲିଛି। କେନ୍ଦ୍ର ସରକାରଙ୍କୁ ଆମେ ଗୋଟିଏ ଅନୁରୋଧ କରିଛୁ ବିଦେଶ ଫେରନ୍ତାଙ୍କ ପୋର୍ଟାଲ କରିବା ପାଇଁ ଆମକୁ ଅନୁମତି ଦେଇ ଦେଲେ ଆମେ ତାଙ୍କୁ ଯୋଗା ଯୋଗ କରି ତାଙ୍କର କଣ୍ଟାକ୍ଟ ଟ୍ରେସିଂ କରିବୁ ଓ ଯାହା ଆବିଶ୍ବାସ ସେ ବିଷୟରେ ପଦକ୍ଷେପ ନେବୁ । ଆମର ବିଭାଗ ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛି। ଭୟ କରିବାର କୌଣସି କାରଣ ନାହିଁ। ଓଡ଼ିଶାକୁ କେତେ ବିଦେଶରୁ ଆସିଛନ୍ତି ତାର ଠିକ୍ ସଂଖ୍ୟା ନାହିଁ। କେନ୍ଦ୍ର ପକ୍ଷରୁ ତଥ୍ୟ ଆସିଲେ ପଦକ୍ଷେପ ନିଆଯିବ। ସମସ୍ତେ କେବଳ ସତର୍କ ରୁହନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

କେନ୍ଦ୍ର ସରକାର ଯାହା ତଥ୍ୟ ଦେଉଛନ୍ତି, ତାହା ଜିଲ୍ଲାକୁ ପଠାଯାଉଛି । ଆକ୍ରାନ୍ତ ରାଷ୍ଟ୍ରରୁ ଆସିଥିବା ଲୋକଙ୍କୁ ଜିଲ୍ଲାରେ ଖୋଜା ଚାଲିଛି । ଓମିକ୍ରନ ପାଇଁ ସରକାର ଚିନ୍ତିତ ଅଛନ୍ତି । ଲୋକେ ସହଯୋଗ କରିବା ଦରକାର । ସେମାନେ ସ୍ବତଃ ପ୍ରବୃତ୍ତ ଭାବରେ ଆସି ଟେଷ୍ଟ କରନ୍ତୁ । ଟେଷ୍ଟ ପରେ ଘରେ ରହିବେ । ଭୟ କରିବାର ଆବଶ୍ୟକତା ନାହିଁ । ନିଜକୁ ଓ ନିଜ ପରିବାରକୁ ସଂକ୍ରମିତ ନକରନ୍ତୁ । ଘର ଭିତରେ, ଗାଁରେ, ସମାଜରେ ଯେଭଳି ସଂକ୍ରମଣ ନ ବ୍ୟାପିବ ସେଥି ପ୍ରତି ଲୋକେ ସଚେତନ ହୁଅନ୍ତୁ । ଆକ୍ରାନ୍ତ ଦେଶରୁ ଯେଉଁମାନେ ଆସୁଛନ୍ତି ସେମାନଙ୍କ ପାଇଁ ପ୍ରୋଟୋକଲ ଜାରି ହୋଇଛି ବୋଲି କହିଛନ୍ତି ନିରଞ୍ଜନ ମିଶ୍ର।
Published by:Lipina Das
First published:
)}