ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»World Mental Health Day: କରୋନା ବଢ଼ାଇ ଦେଲା ମାନସିକ ରୋଗୀଙ୍କ ସଂଖ୍ୟା

World Mental Health Day: କରୋନା ବଢ଼ାଇ ଦେଲା ମାନସିକ ରୋଗୀଙ୍କ ସଂଖ୍ୟା

ମାନସିକ ରୋଗୀଙ୍କ ସମସ୍ୟାର ସମାଧାନ ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଥିଲେ। ସବୁ ଜିଲ୍ଲାରେ ମାନସିକ ୟୁନିଟ ସହ ମୋବାଇଲ ୟୁନିଟ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। କଲ ସେଣ୍ଟର କରି ବି ପରାମର୍ଶ ଗ୍ରହଣ କରାଯାଉଥିଲା। କେନ୍ଦ୍ର ସରକାର ଏପରି କାର୍ଯ୍ୟକ୍ରମ ପାଇଁ ରାଜ୍ୟକୁ ପ୍ରଶଂସା କରିଛନ୍ତି ।

World Mental Health Day: କରୋନା ବଢ଼ାଇ ଦେଲା ମାନସିକ ରୋଗୀଙ୍କ ସଂଖ୍ୟା
କରୋନା ବଢ଼ାଇ ଦେଲା ମାନସିକ ରୋଗୀଙ୍କ ସଂଖ୍ୟା
  • News18 Odia
  • Last Updated: October 11, 2021, 3:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଅକ୍ଟୋବର ୧୦ ତାରିଖରେ ପାଳନ ହୁଏ ବିଶ୍ବ  ହେଲ୍ଥ ମେଣ୍ଟାଲ ଡେ । ଏହି ଦିନ ମାନସିକ ରୋଗୀଙ୍କ ଚିକିତ୍ସା କରାଯିବାକୁ କୁହାଯାଏ । ତେବେ କୋଭିଡ ସମୟରେ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିଛି। କୋଭିଡ଼ ସମୟରେ ମାନସିକ ଚାପ ବଢ଼ିଛି। ଆଗରୁ କୌଣସି ମହାମାରୀରେ ଏପରି ପରିସ୍ଥିତି ନଥିଲା। ପ୍ରତିଦିନ ମୃତ୍ୟର ଭୟ ଲୋକଙ୍କ ମଧ୍ୟରେ ବ୍ୟାପିଲା, ଲୋକଙ୍କ ରୋଜଗାର ଚାଲିଗଲା, ପରିବାର ସମସ୍ୟାକୁ ନେଇ ମାନସିକ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ସମସ୍ୟା ସମାଧାନ ନେଇ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଥିଲେ। ସବୁ ଜିଲ୍ଲାରେ ମାନସିକ ୟୁନିଟ ସହ ମୋବାଇଲ ୟୁନିଟ କରାଯାଇ ଲୋକଙ୍କୁ ସଚେତନ କରାଯାଇଥିଲା। କଲ ସେଣ୍ଟର କରି ବି ପରାମର୍ଶ ଗ୍ରହଣ କରାଯାଉଥିଲା। କେନ୍ଦ୍ର ସରକାର ଏପରି କାର୍ଯ୍ୟକ୍ରମ ପାଇଁ ରାଜ୍ୟକୁ ପ୍ରଶଂସା କରିଛନ୍ତି ।

ଏହି କାର୍ଯ୍ୟ କିପରି ଆଗକୁ ବଢ଼ିବ ସେ ନେଇ ପ୍ରୟାସ କରାଯିବ । ଆଗକୁ କିପରି ସମ୍ପୂର୍ଣ୍ଣ ସ୍ଵାସ୍ଥ୍ୟ ସେବା ପ୍ୟାକେଜରେ ମାନସିକ ରୋଗ ମିଶିକି ଲୋକଙ୍କୁ ସୁବିଧା ଯୋଗାଇ ଦିଆଯିବ ସେ ନେଇ ପ୍ରୟାସ କରାଯିବ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସିଜୋଫ୍ରନିଆ, ଅଞ୍ଜାଇଟ, ମାନସିକ ଚାପ, ମଲ୍ଟି ଡିଜିଜ୍, ମେମୋରି ପ୍ରୋବ୍ଲେମ୍। ଏହି ସବୁ ରୋଗର ଶିକାର ହୋଇଛନ୍ତି କୋଭିଡ ରୋଗୀ ଓ ତାଙ୍କ ସମ୍ପର୍କୀୟ। ପାରିବାରିକ ସମସ୍ୟା ମଧ୍ୟ ବଡ଼ ଚାପ୍ ସୃଷ୍ଟି କରିଛି।

ଏକ ଷ୍ଟଡିରୁ ଜଣାପଡ଼ିଛି କୋଭିଡରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୨୦ ପ୍ରତିଶତ ଓ ଆଇସିୟୁରେ ଚିକିତ୍ସିତ ହେଉଥିବା ୩୦ ପ୍ରତିଶତ ରୋଗୀ ମାନସିକ ଚାପର ଶିକାର ହୋଇଛନ୍ତି। ବେକାରୀ, ବେରୋଜଗାରି, ଚଟେଇ ଓ ବେତନ ହ୍ରାସ ଓ ପରିବାରରେ ଆର୍ଥିକ ସଙ୍କଟ, ପ୍ରୀୟଜନଙ୍କୁ ହରାଇବା ଏହାର ବଡ଼ କାରଣ। ଏ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ଏହାର ଚିକିତ୍ସା ରହିଛି। ସେଥିପାଇଁ ଯତ୍ନବାନ ହେବା ଉଚିତ୍।

କାହାକୁ ଅନାଦାର ନକରି ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ସବୁ କିଛି ସମାଧାନ ହୋଇପାରିବ। ହେଲେ ବିଭିନ୍ନ କାରଣରୁ ଚାପ ଭିତରେ ରହି କାଳାତିପାତ କରୁଥିବା ଲୋକଙ୍କ ପାଇଁ ତୃଣମୂଳ ସ୍ତରରେ କାମ କରୁଥିବା ହେଲ୍ପଏଜ ଇଣ୍ଡିଆ ଓଡ଼ିଶା ଶାଖା ମୁଖ୍ୟ ଭାରତୀ ଚକ୍ରଙ୍କ କହିବା କଥା ହେଉଛି, "୨୦୨୦ ମାର୍ଚ୍ଚରୁ ଅଦ୍ୟାବଧି ସାରା ଭାରତ ବର୍ଷର ଅଧିକାଂଶ ଲୋକ ମାନସିକ ଚାପରେ କାଳାତିପାତ କରୁଛନ୍ତି। ସବୁଠୁ ଅଧିକ ମାନସିକ ଚାପର ଶିକାର ହୋଇଛନ୍ତି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର। ରୋଜଗାର ହରାଇଥିବା ପରିବାର ବିଶେଷ ଚପର ବଶବର୍ତ୍ତୀ ହୋଇଛି। ଯାହାଫଳରେ ମାନସିକ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ଲୋକେ ଯଦି ସାମାଜିକ ଦାୟିତ୍ଵ ନିର୍ବାହ କରିବେ ତେବେ ଏହା ପୂର୍ବ ଅପେକ୍ଷା ନିୟନ୍ତ୍ରଣକୁ ଆସିପାରିବ।"

ଏହା କେବଳ ଆମ ରାଜ୍ୟର ସମସ୍ୟା ନୁହେଁ। ଜାତୀୟ ଓ ଆର୍ନ୍ତଜତୀୟ ସମସ୍ୟା। ବିଭିନ୍ନ କାରଣ ଲାଗି ଜଣେ ମାନସିକ ରୋଗୀ ହୋଇଯାଏ। ଯାହାର ଚିକିତ୍ସା ମଧ୍ୟ ରହିଛି।
Published by: Lipina Das
First published: October 11, 2021, 3:51 PM IST