Corona in School: CM ନବୀନଙ୍କ ନିର୍ଦ୍ଦେଶ ପରେ ନୂଆ ଗାଇଡ଼ଲାଇନ୍ ଜାରି କଲା ଗଣ ଶିକ୍ଷା ବିଭାଗ; ଆରମ୍ଭ ହେଲା ମନିଟରିଂ

ବୁଧବାର ରାଜ୍ୟରେ କୋଭିଡ ସ୍ଥିତି ତଥା ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟ ମନ୍ତ୍ରୀଙ୍କ ସମୀକ୍ଷା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କଡ଼ା ନିର୍ଦ୍ଦେଶ ଜାରି କରିଛି ଗଣ ଶିକ୍ଷା ବିଭାଗ।

CM ନବୀନଙ୍କ ନିର୍ଦ୍ଦେଶ ପରେ ନୂଆ ଗାଇଡ଼ଲାଇନ୍ ଜାରି କଲା ଗଣ ଶିକ୍ଷା ବିଭାଗ

CM ନବୀନଙ୍କ ନିର୍ଦ୍ଦେଶ ପରେ ନୂଆ ଗାଇଡ଼ଲାଇନ୍ ଜାରି କଲା ଗଣ ଶିକ୍ଷା ବିଭାଗ

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ସ୍କୁଲ ଖୋଲିବା ଦିନ ଠାରୁ ଅଧିକ ସଂକ୍ରମଣ ହେବାରେ ଲାଗିଛନ୍ତି ଛାତ୍ରଛାତ୍ରୀ, ଯାହାକୁ ନେଇ ଚିନ୍ତାରେ ରାଜ୍ୟ ସରକାର । କୋଭିଡ କଟକଣା ଭିତରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିଥିଲେ ବି ନିୟମ ପାଳନକୁ କଡ଼ାକଡ଼ି କରିବାକୁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗାଇଡ଼ଳାଇନ ଜାରି କରିଛି ଗଣ ଶିକ୍ଷା ବିଭାଗ । ସ୍କୁଲରେ ନିୟମ କଡ଼ାକଡ଼ି ହୋଇଥିବାବେଳେ ଓସେପା ଆରମ୍ଭ କରିଛି ମନିଟରିଂ ।

ମାସ୍କ ନ ପିନ୍ଧି ଥିଲେ ସ୍କୁଲ ଭିତରକୁ ପଶି ପାରିବେନି ଛାତ୍ରଛାତ୍ରୀ । ବୁଧବାର ରାଜ୍ୟରେ କୋଭିଡ ସ୍ଥିତି ତଥା ଶିଶୁ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟ ମନ୍ତ୍ରୀଙ୍କ ସମୀକ୍ଷା ପରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି କଡ଼ା ନିର୍ଦ୍ଦେଶ ଜାରି କରିଛି ଗଣ ଶିକ୍ଷା ବିଭାଗ।

ରାଜ୍ୟରେ ନବମ, ଦଶମ ଓ ଦ୍ବାଦଶ ପିଲାଙ୍କ ଲାଗି ଶ୍ରେଣୀ ଗୃହ ପାଠ ପଢ଼ା ଆରମ୍ଭ ହୋଇଥିବା ବେଳେ ସୁରକ୍ଷା ପାଇଁ ପୁଣି ଏକ କଡ଼ା ଗାଇଡଲାଇନ ଜାରି କରିଛି ବିଭାଗ । ସବୁ ପିଲା ଯେପରି ମାସ୍କ ପିନ୍ଧି କ୍ୟାମ୍ପସକୁ ଆସିବେ ସେ ନେଇ ସ୍କୁଲ କର୍ତ୍ତୃପକ୍ଷ ଗୁରୁତ୍ଵ ଦେବେ। ବିନା ମାକ୍ସରେ କାହାକୁ ବି କ୍ୟାମ୍ପସକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । କରୋନା ମୁକାବିଲା ତଥା ପରିଚାଳନା ପାଇଁ ବିଦ୍ୟାଳୟ ଉନ୍ନୟନ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରାଯିବ।

ରାଜ୍ୟର ସବୁ ସ୍କୁଲରେ ଆରମ୍ଭ ହେଲା ମନିଟରିଂ


ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କର ଥର୍ମାଲ ସ୍କ୍ରିନିଂ ସହ ହାତକୁ ବିଶୋଧନ କରିବାର ବ୍ୟବସ୍ଥା କରାଯିବ । ଥଣ୍ଡା, କାଶ ଭଳି ସାମାନ୍ୟ ଲକ୍ଷଣ ଦେଖା ଦେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସିପାରିବେ ନାହିଁ । ବି.ଆର.ସି.ସି. ଓ ସି.ଆର.ସି.ସି. ପର୍ଯ୍ୟାୟ କ୍ରମେ ବିଦ୍ୟାଳୟ ବୁଲି ତଦାରଖ କରିବେ । ଶ୍ରେଣୀ ଗୃହ ଶିକ୍ଷାଦାନ ତଥା ଅଫଲାଇନ୍‌ ପାଠ ପଢ଼ା ଆରମ୍ଭ ହୋଇଥିଲେ ମଧ୍ୟ ଅନଲାଇନ୍‌ ପାଠପଢ଼ା ଜାରି ରହିବ । ବିଦ୍ୟାଳୟ ଆସିବାକୁ ଛାତ୍ରଛାତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ବାଧ୍ୟ କରିପାରିବେ ନାହିଁ ବୋଲି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, "ବର୍ତ୍ତମାନ ପିଲାଙ୍କ ପାଠ ପଢ଼ା ସାଙ୍ଗକୁ ପିଲାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଜରୁରୀ । ପିଲା ଅଧିକ ଆକ୍ରାନ୍ତ ନ ହୁଅନ୍ତୁ ଯେପରି ସେଥି ପାଇଁ ମୁଖ୍ୟ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହି ପରାମର୍ଶ ଅନୁଯାୟୀ ଆମେ ଆଉ ଗୋଟିଏ ନୋଟିସ ଜାରି କରିଛୁ । ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀ ଅଧିକରୁ ଅଧିକ ନିୟୋଜିତ ହୋଇ କେମିତି ଏହାର ସୁପରିଚାଳନା ହେବ ସେଥି ପାଇଁ ଧ୍ୟାନ ଦେବାକୁ ନିର୍ଦେଶ ଦେଇଛୁ ।’’

ଗତ କାଲି ମୁଖ୍ୟ ମନ୍ତ୍ରୀଙ୍କ ସମୀକ୍ଷା ପରେ ଆରମ୍ଭ ହୋଇଥିଲା ମନିଟରିଂ । ମୁଖ୍ୟ ମନ୍ତ୍ରୀଙ୍କ କୋଭିଡ୍ ସମୀକ୍ଷା ପରେ ଆଜି ଠୁ ଓସେପା ବା ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଦ୍ଵାରା ଆରମ୍ଭ ହେଲା ମନିଟରିଂ । ଓସେପା ମନିଟରିଂ ସେଲ୍ ପ୍ରତି ଦିନ ଜିଲ୍ଲାଶିକ୍ଷା ଅଧିକାରୀ ଓ ସ୍କୁଲମାନଙ୍କୁ ଫୋନ କରି ପିଲାଙ୍କ ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ବୁଝିବ । ସ୍କୁଲରେ କରୋନା ସଂକ୍ରମିତ ପିଲା କେତେ ଅଛନ୍ତି କି ନାହାଁନ୍ତି, କୋଭିଡ ନିୟମ କେମିତି ପାଳନ ହେଉଛି ସେସବୁ ଅନଲାଇନରେ ତଥ୍ୟ ରଖିବେ । ସେହି ଭଳି ସରକାରୀ ସ୍କୁଲରେ ୮୦% ପିଲା ଆସୁଥିବାବେଳେ ଘରୋଇ ସ୍କୁଲ ଗୁଡ଼ିକରେ ୧୦୦% ପିଲା ଉପସ୍ଥିତ ରହୁଛନ୍ତି । ଏଣୁ ନିୟମ ପାଳନକୁ ଜୋରଦାର କରିବା ସହ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି।

CM ନବୀନଙ୍କ ନିର୍ଦ୍ଦେଶ ପରେ ନୂଆ ଗାଇଡ଼ଲାଇନ୍ ଜାରି କଲା ଗଣ ଶିକ୍ଷା ବିଭାଗ


ଓସେପା ଯୁଗ୍ମ ନିର୍ଦ୍ଦେଶିକା ଆରତୀ ରାଉତ କହିଛନ୍ତି, "ଆମେ ବର୍ତ୍ତମାନ ପିଲାଙ୍କ ସ୍ବାସ୍ଥ୍ୟ ନେଇ ମନିଟରିଂ ଆରମ୍ଭ କରିଛୁ । ଆଜିଠୁ ହିଁ କାମ ଆରମ୍ଭ ହୋଇଛି । ପ୍ରତି ଦିନ ଏହି ସ୍ୱତନ୍ତ୍ର ସେଲ ଡ଼ି. ଇ.ଓ ଓ ବି.ଇ.ଓ ଙ୍କ ଜରିଆରେ ଆମକୁ ସ୍କୁଲ ଆସୁଥିବା ପିଲାଙ୍କ ବିଷୟରେ ଜଣାଇବେ । ସେହି ଅନୁଯାୟୀ ଆମେ ମନିଟରିଂ କରିବୁ ଓ ଆମକୁ କୋଭିଡ ନେଇ ତଥ୍ୟ ମଧ୍ୟ ସଙ୍ଗେ ସଙ୍ଗେ ମିଳିପାରିବ ।’’

ଆଇ ଆର ସି ଭିଲେଜ ପ୍ରଧାନ ଶିକ୍ଷକ ଚନ୍ଦନ କୁମାର ରଥଙ୍କ ଅନୁଯାୟୀ, ‘‘ଆଗରୁ ବି ବିଭାଗ ଏସ.ଓ.ପି ଜାରି କରିଥିଲେ, ନୂଆ କିଛି ନାହିଁ । ସେହି ପୁରୁଣା ନିୟମକୁ ଆଉରି କଡ଼ାକଡ଼ି କରିବାକୁ ଏଥର ନିର୍ଦ୍ଦେଶ ରହିଛି । ମୁଁ ମଧ୍ୟ ସମସ୍ତ କ୍ଳାସ ବୁଲି ଚେକ୍ କରୁଛି । ଖାଲି ପିଲା ନୁହେଁ ଏହି ନିୟମ ଶିକ୍ଷକ ମାନଙ୍କୁ ମଧ୍ୟ ପାଳନ କରିବାକୁ କହୁଛି ।’’

ରାଜ୍ୟରେ ପୁଣି ଥରେ ଉପରମୁହାଁ କୋରୋନା ସଂଖ୍ୟା। ଗତ ୨୪ ଘଣ୍ଟାରେ ୭୦୦ ରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୮ ବର୍ଷରୁ କମ୍ ପିଲାଙ୍କ ମଧ୍ୟରେ ୧୦୦ରୁ ଅଧିକ ସଂକ୍ରମିତ ହୋଇଛନ୍ତି । ଏଭଳି ସ୍ଥିତିରେ ସ୍କୁଲ ପିଲାଙ୍କ ଚିନ୍ତା ଘାରିଛି ରାଜ୍ୟ ସରକାରଙ୍କୁ।
Published by:Lipina Das
First published: