ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Corona: ଏଥର ହେବ ରାଣ୍ଡମ ଟେଷ୍ଟ; ଦୈନିକ ୮ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛି BMC

Corona: ଏଥର ହେବ ରାଣ୍ଡମ ଟେଷ୍ଟ; ଦୈନିକ ୮ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛି BMC

ହସ୍ପିଟାଲକୁ ଆସୁଥିବା ଲୋକେ ଓ ଭେଣ୍ଡିଂ ଜୋନ୍, ହାଟ, ବଜାର ଓ ମଲ୍ ଆଦି ସ୍ଥାନ ଗୁଡ଼ିକରେ ରାଣ୍ଡମ୍ ଟେଷ୍ଟ କରାଯିବ ବୋଲି ବି.ଏମ.ସି. ଅତିରିକ୍ତ କମିଶନର କହିଛନ୍ତି। ଦିନକୁ ୮,୦୦୦ ଟେଷ୍ଟିଂ ଲକ୍ଷ୍ୟ ରଖିଛି ବି.ଏମ.ସି.।

Corona: ଏଥର ହେବ ରାଣ୍ଡମ ଟେଷ୍ଟ; ଦୈନିକ ୮ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖିଛି BMC
ପୁଣି ରାଜ୍ୟରେ ହେବ ରାଣ୍ଡମ୍ ଟେଷ୍ଟ
  • News18 Odia
  • Last Updated: October 16, 2021, 4:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟରେ ପୁଣି ଉପର ମୁଁହା କରୋନା ଗ୍ରାଫ। ଦିନକୁ ଦିନ ବଢ଼ିବାରେ ଲାଗିଛି ସଂକ୍ରମଣ। ସବୁଠାରୁ ଅଧିକ ସଂକ୍ରମିତ ଖୋର୍ଦ୍ଧା ଜିଲ୍ଲାରୁ। ଆଉ ଖୋର୍ଦ୍ଧା ଜିଲ୍ଲା ପାଇଁ ଟେନସନ୍ ସାଜିଛି ରାଜଧାନୀ । କେବଳ ଭୁବନେଶ୍ୱରରେ ଗତ ପାଞ୍ଚ ଦିନରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୦ ଉପରେ ରହିଛି । ଏହାକୁ ଦୃଷ୍ଟିରେ ରଖି ଏଥର ବଜାରରେ ହେବ ରାଣ୍ଡମ୍ ଟେଷ୍ଟ ।

ଗତ ୧୨ ତାରିଖରେ ୧୫୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୩ ତାରିଖରେ ୨୩୪, ୧୪ ତାରିଖରେ ୧୮୪, ୧୫ ତାରିଖରେ ୨୧୬ ପଜିଟିଭ ଚିହ୍ନଟ ହୋଇଥିଲେ । ଯାହାକୁ ନେଇ ଚିନ୍ତାରେ ବି.ଏମ.ସି. । ଏହାକୁ ଦୃଷ୍ଟିରେ ରଖି ବି.ଏମ.ସି. ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବ ଭଳି ଏଣିକି ପୁଣି ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନ ଓ ହସ୍ପିଟାଲରେ ଟେଷ୍ଟିଂ କରାଯିବ।

ହସ୍ପିଟାଲକୁ ଆସୁଥିବା ଲୋକେ ଓ ଭେଣ୍ଡିଂ ଜୋନ୍, ହାଟ, ବଜାର ଓ ମଲ୍ ଆଦି ସ୍ଥାନ ଗୁଡ଼ିକରେ ରାଣ୍ଡମ୍ ଟେଷ୍ଟ କରାଯିବ ବୋଲି ବି.ଏମ.ସି. ଅତିରିକ୍ତ କମିଶନର କହିଛନ୍ତି। ଦିନକୁ ୮,୦୦୦ ଟେଷ୍ଟିଂ ଲକ୍ଷ୍ୟ ରଖିଛି ବି.ଏମ.ସି.।

ଏହାକୁ ନେଇ ବି.ଏମ.ସି.ର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, "ଆମେ ଦୈନିକ ଟେଷ୍ଟ କେମିତି ବଢ଼ାଇବୁ, ଅଧିକ ସାମ୍ପଲ କଲେକ୍ସନ କରିବୁ । ସେଥି ପାଇଁ ଯୋଜନା କରୁଛୁ। ଆଗରୁ ଯେମିତି ହାଟ, ବଜାର, ମଲରେ ରାଣ୍ଡମ୍ ଟେଷ୍ଟ ଚାଲିଥିଲା ତାକୁ ପୁଣି ଆପଣେଇବୁ। ଦିନକୁ ୮,୦୦୦ ଟେଷ୍ଟ କେମିତି ହୋଇପାରିବ ତା ପ୍ରତି ଗୁରୁତ୍ୱ ଦିଆଯିବ ।’’

ଅନ୍ୟପଟେ ଆଜି କୋରୋନା ନିୟନ୍ତ୍ରଣକୁ ନେଇ ସମସ୍ତ ଜିଲ୍ଲାର ସି.ଡ଼ି.ଏମ.ଓ.ଙ୍କ ସହ ବୈଠକ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ। ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଟିକାକରଣ ଅଭିଯାନ ଆସନ୍ତା ଜାନୁଆରୀ ପର୍ଯ୍ୟନ୍ତ ଚାଲୁ ରହିବ। ଭୁବନେଶ୍ୱରରେ ସଂକ୍ରମଣକୁ ମାତ୍ ଦେବା ପାଇଁ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯିବା ନେଇ ଆଲୋଚନା ହୋଇଛି।

ଦୈନିକ ଟେଷ୍ଟିଂ ସଂଖ୍ୟାକୁ ବୃଦ୍ଧି କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି। ଏଥି ସହିତ ସଂକ୍ରମଣକୁ ରୋକିବାକୁ ଯାଇ ହସ୍ପିଟାଲ ଗୁଡ଼ିକୁ ଆସୁଥିବା ସମସ୍ତଙ୍କ ଆର ଟି ପି ସି ଆର/ଆଣ୍ଟିଜେନ ଟେଷ୍ଟିଂ କରିବା ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ସେ। କରୋନାକୁ ମାତ୍ ଦେବାରେ ଏହା ଏକ ଉତ୍ତମ ପଦକ୍ଷେପ ହେବ ବୋଲି କହିଛନ୍ତି।

"ମୁଁ ତ ଜାଣିନାହିଁ ବି.ଏମ.ସି. କିଭଳି ପଦକ୍ଷେପ ନେଉଛି । ଯଦି ବି.ଏମ.ସି. ପକ୍ଷରୁ ହସ୍ପିଟାଲରେ ରାଣ୍ଡମ୍ ଟେଷ୍ଟିଂ କରାଯିବ। ରୋଗୀ ସହ କର୍ତ୍ତୃପକ୍ଷଙ୍କ ଟେଷ୍ଟ କରାଯାଏ, ତେବେ ଏହା ଏକ ଉତ୍ତମ ପଦକ୍ଷେପ ହେବ। କିନ୍ତୁ ବର୍ତ୍ତମାନ ରାଜ୍ୟ ସରକାର ମଧ୍ୟ ଟେଷ୍ଟିଂ ବଢ଼ାଇବା ଉପରେ ଫୋକସ ଦେଉଛନ୍ତି,’’ କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ।

ଆଜି ରାଜ୍ୟରୁ ୩୫୮ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ କେବଳ ଖୋର୍ଦ୍ଧାରୁ ୧୮୬ ଜଣ ଚିହ୍ନଟ ହୋଇଛନ୍ତି। ତେବେ ଆଗକୁ ବି.ଏମ.ସି. ବିଭିନ୍ନ ପଦକ୍ଷେପ ନେଇ ଏହାକୁ ରୋକିବାରେ ସଫଳ ହେଉଛି ନା ନାହିଁ ଦେଖିବା ବାକି ରହିଲା।
Published by: Lipina Das
First published: October 16, 2021, 4:38 PM IST