ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»Corona: ରେଡ୍ ଜୋନରେ ଖୋର୍ଦ୍ଧା ଜିଲ୍ଲା; ସଂକ୍ରମଣ ବଢ଼ିବାକୁ ନେଇ ଆଶଙ୍କା

Corona: ରେଡ୍ ଜୋନରେ ଖୋର୍ଦ୍ଧା ଜିଲ୍ଲା; ସଂକ୍ରମଣ ବଢ଼ିବାକୁ ନେଇ ଆଶଙ୍କା

ଖୋର୍ଦ୍ଧା ଜିଲ୍ଲା ରେଡ ଜୋନରେ ଥିବା ବେଳେ କିଛି ଲୋକଙ୍କ ବେପରୁଆ ମନୋଭାବ ତୃତୀୟ ଲହରକୁ ଆମନ୍ତ୍ରଣ କରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Corona: ରେଡ୍ ଜୋନରେ ଖୋର୍ଦ୍ଧା ଜିଲ୍ଲା; ସଂକ୍ରମଣ ବଢ଼ିବାକୁ ନେଇ ଆଶଙ୍କା
ରେଡ୍ ଜୋନରେ ଖୋର୍ଦ୍ଧା ଜିଲ୍ଲା
  • News18 Odia
  • Last Updated: October 15, 2021, 5:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: କରୋନା ସ୍ଥିତି ନିୟନ୍ତ୍ରଣ ଆସିଥିଲେ ବି ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଉଦବେଗ ଜନକ। ସବୁ ଜିଲ୍ଲା ଗ୍ରୀନ ଜୋନରେ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରେଡ଼ ଜୋନରେ ଅଛି। ପ୍ରତି ଦିନ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଅଧା ଖୋର୍ଦ୍ଧାରୁ ଚିହ୍ନଟ ହେବା ସହ ଲାଗତାର ଦୁଇ ଦିନ ହେବ ରେଡ଼ ଜୋନରେ ରହିଛି ଏହି ଜିଲ୍ଲା। ଖୋର୍ଦ୍ଧା ଜିଲା ସ୍ୱାସ୍ଥ୍ୟ ବିଭାଗର ମୁଣ୍ଡବିନ୍ଧା ବଢ଼ାଇ ଦେଇଛି।

ପରିଣାମ ସ୍ୱରୁପ ଲାଗତାର ଦୁଇ ଦିନ ହେବ ରେଡ଼ ଜୋନରେ ରହିଥିଲା ଏହି ସମ୍ବେଦନଶୀଳ ଜିଲ୍ଲା। ସବୁ ଜିଲ୍ଲା ଗ୍ରୀନ ଜୋନରେ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ରହିଛି ରେଡ଼ ଯୋନରେ। ସ୍ଥିତି ଯାହା ଥିଲା ପାର୍ବଣ ଆରମ୍ଭରୁ ଅଧିକ ଉଦବେଗ ଜନକ ହୋଇପଡ଼ିଛି।

ତେବେ ନଜର ପକାନ୍ତୁ ଏହି ୫ ଦିନର ତଥ୍ୟ ଉପରେ…

ଅକ୍ଟୋବର ୧୪ ତାରିଖରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୧ ଥିବା ବେଳେ କେବଳ ଖୋର୍ଦ୍ଧାରୁ ରହିଛନ୍ତି ୨୪୯। ସେହିପରି ଅକ୍ଟୋବର ୧୩ରେ ମୋଟ ଆକ୍ରାନ୍ତ ୬୧୫ ଥିବା ବେଳେ ଖୋର୍ଦ୍ଧାରୁ ୩୨୩। ଅକ୍ଟୋବର ୧୨ରେ ମୋଟ ଆକ୍ରାନ୍ତ ସଂଖ୍ୟା ୫୨୯ ଥିବା ବେଳେ ଖୋର୍ଦ୍ଧାରୁ ୨୭୪। ଅକ୍ଟୋବର ୧୧ରେ ମୋଟ ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୨୦୮ ସଂକ୍ରମିତ ଚିହ୍ନଟ ହୋଇଥିଲେ ।

କରୋନା ସ୍ଥିତି ନିୟନ୍ତ୍ରଣ ଆସିଥିଲେ ବି ଖୋର୍ଦ୍ଧା ଜିଲ୍ଲାରେ ସ୍ଥିତି ଉଦବେଗ ଜନକ


ଅକ୍ଟୋବର ୧୦ରେ ମୋଟ ୬୫୨ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ୩୩୧ ସଂକ୍ରମିତ ରିପୋର୍ଟ ହୋଇଥିଲେ । ରାଜ୍ୟରେ ଏବେ ଆକ୍ଟିଭ କେସ ୫,୩୧୪ ଅଧିକ ଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ୨,୬୨୭ କେସ ସହ ରେଡ଼ ଜୋନରେ ରହିଛି। ଯାହାକି ସ୍ୱାସ୍ଥ୍ୟ ବିଭାଗ ପାଇଁ ବି ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଥିଲେ, "ରାଜ୍ୟରେ ସଂକ୍ରମଣ କମ୍ ବେଶୀ ହେଉଛି। ସ୍ଥିତି ଉଦବେଗ ଜନକ ନୁହେଁ କି ପଜେଟିଭ୍ ରେଟ ବି ଉଦବେଗ ଜନକ ନୁହେଁ। କିନ୍ତୁ ଭୁବନେଶ୍ବର ଚିନ୍ତାର କାରଣ। କେବଳ ଖୋର୍ଦ୍ଧାକୁ ଛାଡ଼ି ରାଜ୍ୟର ସବୁ ଜିଲ୍ଳା ଗ୍ରୀନ ଜୋନରେ। ସ୍ୱାସ୍ଥ୍ୟ ବିଭାଗ ସର୍ଭିଲାନ୍ସ କରୁଛି ଲୋକେ ନିଜେ ସଚେତନ ହେବା ସହ ଗାଇଡ଼ଲାଇନ ମାନିବା ଦରକାର। ବର୍ତ୍ତମାନ ଜଣେ ସଂକ୍ରମିତ ହେଲେ ଅନ୍ୟ ଜଣଙ୍କୁ ସଂକ୍ରମିତ କରିବାକୁ ୭ ଦିନ ଲାଗୁଛି।’’

ଗତ ପାଞ୍ଚ ଦିନରେ ରାଜ୍ୟରେ ମୋଟ ୨,୭୬୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ରହିଛନ୍ତି ୧,୩୮୫। କେବଳ ଭୁବନେଶ୍ୱରରୁ ୯୫୨ ଆକ୍ରାନ୍ତ ଚିହ୍ନଟ ହେବା ସ୍ୱାସ୍ଥ୍ୟ ବିଶେଷଜ୍ଞ ବି ଆଶ୍ଚର୍ଯ୍ୟ କରିଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଅର୍ପିତା ପ୍ରିୟ ଦର୍ଶିନୀ କହିଛନ୍ତି, "ସରକାରଙ୍କ ଅନେକ ପଦକ୍ଷେପ ପରେ ବି ଲୋକ ବେପରୁଆ। ବଜାର ହାଟରେ ଗହଳି କରିବା ସହ ନାଇଟ କର୍ଫ୍ୟୁ କୁ ବି ଅମାନ୍ୟ କରୁଛନ୍ତି। କିଛି ଲୋକଙ୍କ ବେପରୁଆ ଏଭଳି ମନୋଭାବ ତୃତୀୟ ଲହରକୁ ଆମନ୍ତ୍ରଣ କରିବାରେ ସହାୟକ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ଦୁଇ ଡୋଜ ଟିକା ନେବା ପରେ ମୃତ୍ୟୁ ସଂଖ୍ୟା କମୁଥିଲେ ବି ଅନେକ ଲୋକ ସଂକ୍ରମିତ ହେଉଛନ୍ତି। ଏଭଳି ସ୍ଥିତିରେ ଅଯଥା ଭିଡ଼ ନକରି କୋଭିଡ ନିୟମ ଅନୁପାଳନକୁ ଗୁରୁତ୍ୱ ଦେବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ।
Published by: Lipina Das
First published: October 15, 2021, 5:04 PM IST