ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସମ୍ବଲପୁରୀ ବାନ୍ଧ କଳାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନୂଆ ପ୍ରୟାସ

ସମ୍ବଲପୁରୀ ବାନ୍ଧ କଳାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନୂଆ ପ୍ରୟାସ

ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ୍‌ର କର୍‌ଡୋଲା ଗାଁକୁ ଏକ ଶିଳ୍ପୀ ଗ୍ରାମରେ ପରିଣତ କରିବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମି ଓ ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।

ସମ୍ବଲପୁରୀ ବାନ୍ଧ କଳାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନୂଆ ପ୍ରୟାସ
ସମ୍ବଲପୁରୀ ବାନ୍ଧ କଳାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ନୂଆ ପ୍ରୟାସ
  • News18 Odia
  • Last Updated: November 21, 2021, 6:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ସମ୍ବଲପୁର: ସମ୍ବଲପୁରୀ ବାନ୍ଧ କଳାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷୁର ଆରମ୍ଭ ହୋଇଛି ଏକ ନିଆର ପ୍ରୟାସ । ଚିତ୍ର କଳା ଓ ବାନ୍ଧ କଳାର ଯୁଗଳବନ୍ଦୀ ମାଧ୍ୟମରେ ଧନକଉଡ଼ା ବ୍ଲକ କରଡୋଲା ଗାଁକୁ ଏକ ଶିଳ୍ପୀ ଗ୍ରାମରେ ପରିଣତ କରିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏକା ସାଙ୍ଗରେ ତନ୍ତୁରେ ସମ୍ବଲପୁରୀ ଶାଢ଼ୀ ବୁଣା ଚାଲିଥିବା ବେଳେ, ସେହି ଶାଢ଼ୀକୁ ବୁଣାକାର କାନ୍ଥରେ ଚିତ୍ର ମାଧ୍ୟମରେ ଅଙ୍କନ କରୁଛନ୍ତି ।

ଯାହା ଖୁବ୍ ସୁନ୍ଦର ଦେଖାଯାଉଛି ଗାଁ ପରିବେଶ । ହାତରେ ତୁଳି ଧରି ବୁଣାକାରଙ୍କ ଶାଢ଼ୀକୁ କାନ୍ଥରେ ନୂଆ ରୂପ ଦେବରେ ନିମଗ୍ନ ଶିଳ୍ପୀ । ପ୍ରସ୍ତୁତ ଶାଢ଼ୀ ତନ୍ତୁରେ ବୁଣା ଯାଉଥିବା ବେଳେ ସେହି ଶାଢ଼ୀର ଅବିକଳ ନକଲ ଦେଖିବାକୁ ମିଳୁଛି ଘର କାନ୍ଥରେ । ଏ ହେଉଛି ସମ୍ବଲପୁର ଜିଲ୍ଲା ଧନକଉଡ଼ା ବ୍ଲକ ଅନ୍ତର୍ଗତ କରଡୋଲା ଗାଁ । ଗାଁର ବୁଣାକରମାନଙ୍କ କାନ୍ଥ ସତେ ଯେମିତି ପାଇଛି ନୂଆ ଜୀବନ । ଗାଁରେ ହେଉଛି ଚିତ୍ରକାରଙ୍କ ସମାଗମ । ବୁଣାକରମାନେ ବୁଣୁଥିବା ସମ୍ବଲପୁରୀ ଶାଢ଼ୀର ଡିଜାଇନକୁ ଦେଖି ଠିକ ସେହି ଭଳି ଶାଢ଼ୀର ଚିତ୍ର ଆଙ୍କୁଛନ୍ତି ଚିତ୍ରଶିଳ୍ପୀ। ଏକା ସାଙ୍ଗରେ ବାନ୍ଧ କଳା ଓ ଚିତ୍ରକଳାର ଯୁଗଳବନ୍ଦୀ ଦେଖିବାକୁ ମିଳୁଛି । ଏହକୁ ନେଇ ଖୁବ ଖୁସି ବ୍ୟକ୍ତ କରିଛନ୍ତି ବୁଣାକର ଓ ଚିତ୍ରକାର । କାରଣ ଏଭଳି ନିଆରା ଉଦ୍ୟମ ଦ୍ବାରା ସମ୍ବଲପୁରୀ ଶାଢ଼ୀର ଚାହିଦା ବଢ଼ିବା ସହିତ ଗାଁର ଗୁରୁତ୍ବ ବି ବଢ଼ିବ ।

ଏ ହେଉଛି ବାନ୍ଧ ଓ ଚିତ୍ରକଳାର ଯୁଗଳବନ୍ଦୀ । ଆମେ କାନଭାସରେ ଚିତ୍ର ଅଙ୍କନ କରି ଥାଉ କିନ୍ତୁ ଆଜି କାନ୍ତରେ ଆମେ ସମ୍ବଳପୁରୀ ଶାଢ଼ୀର ଚିତ୍ର ଅଙ୍କ ନ କରୁଛୁ ବୋଲି ଚିତ୍ରକାର କୁସ ଭୂୟାଁ କହିଛନ୍ତି।

ବାନ୍ଧ କଳାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷୁର ଆରମ୍ଭ ହୋଇଛି ଏକ ନିଆର ପ୍ରୟାସ


ବୁଣାାର ନେତ୍ରମଣୀ ମେହେର କହିଛନ୍ତି, ‘‘ଆମେ ଯେଉଁ ସମ୍ବଲପୁରୀ ଶାଢ଼ୀ ବୁଣୁଛୁ ସେହି ଶାଢ଼ୀକୁ ଚିତ୍ରକାରମାନେ ଆମ ଘର କାନ୍ଥରେ ଚିତ୍ର ମାଧ୍ୟମରେ ଅବିକଳ ଅଙ୍କନ କରୁଛନ୍ତି । ଏହା ଦ୍ବାରା ଆମ ସମ୍ବଲପୁରୀ ବସ୍ତ୍ରର ପଚାର ସାଙ୍ଗକୁ ଗ୍ରାମର ମଧ୍ୟ ପ୍ରଚାର ହେବ ।’’

ଏହି କାର୍ଯ୍ୟର ପରିଚାଳନା କରୁଛନ୍ତି ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ଶିଳ୍ପୀ ଗ୍ରାମ ରଘୁରାଜପୁର ଢ଼ାଞ୍ଚାରେ ପଶ୍ଚିମ ଓଡ଼ିଶାରେ କିଛି ନୂଆ କରିବାକୁ ଲଳିତ କଳା ଏକାଡେମୀ ଏହି ନିଷ୍ପତ୍ତି ନେଇଥିଲା ବୋଲି ସେ କହିଛନ୍ତି । ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ବାରା ସମ୍ବଲପୁରୀ ଶାଢ଼ୀର ପ୍ରଚାର ଓ ପ୍ରସାର ବଢ଼ିବା ସହ ଏହି ଗାଁକୁ ମିଳିବ ଏକ ସ୍ବତନ୍ତ୍ର ପରିଚୟ। । ଏଥି ସହିତ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଏଭଳି କାର୍ଯ୍ୟକ୍ରମୀ ଆୟୋଜନ ମୁଖ୍ୟ କାରଣ ହେଲେ ସମ୍ବଲପୁରୀ ବସ୍ତ୍ର ପ୍ରଚାର ଓ ପ୍ରସାର କରିବା । ଏହା ଦ୍ବାରା ଏହି ଗାଁକୁ ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ମିଳିବ ବୋଲି ଓଡ଼ିଶା ଲଳିତ କଳା ଏକାଡେମୀର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି । ବାନ୍ଧ କଳା ଓ ଚିତ୍ରକଳାର ଏହି ଯୁଗଳ ବନ୍ଦିରେ ୪୭ ଜଣ ବୁଣାକାର ଓ ୪୨ ଜଣ ଚିତ୍ରକାର ସାମିଲ ହୋଇଛନ୍ତି।
Published by: Lipina Das
First published: November 21, 2021, 6:10 PM IST