ଭାଇରାଲ୍ ଭିଡିଓକୁ ନେଇ ବର୍ଷା ଏତାଲା ଦେଲେ; ଅନୁଭବ ଘରେ ତାଲା ପକାଇଥିବା କହିଲେ; ପୋଲିସ ପହଞ୍ଚିଲା
ବର୍ଷା କହିଛନ୍ତି ଯେ ଅନୁଭବ ରାତିରେ ଘରେ ତାଲା ପକାଇ ଦେଇଥିବାରୁ ତାଙ୍କୁ ଘଣ୍ଟାଏ କାଳ ବାହାରେ କାକରରେ ଛିଡ଼ା ହେବାକୁ ପଡ଼ିଥିଲା । ବର୍ଷାଙ୍କ ଏତାଲା ପରେ ପୋଲିସ ତାଙ୍କ ଘରେ ପହଞ୍ଚି ଉଭୟ ପତି ଓ ପତ୍ନୀଙ୍କ ସହ ପଚରାଉଚରା କରିଛି ।

ଅନୁଭବ ଓ ତାଙ୍କ ପତ୍ନୀ ବର୍ଷା (ଫାଇଲ୍ ଫଟୋ); (ଡାହାଣ) ତାଙ୍କ ଘରୁ ଫେରୁଛି ପୋଲିସ ଟିମ୍
- News18 Odia
- Last Updated: December 19, 2020, 11:45 PM IST
ଭୁବନେଶ୍ୱର: ଓଲିଉଡର ଏକଦା ଲୋକପ୍ରିୟ ଓ ହଟ୍ ଯୋଡ଼ି ମାତ୍ର ଏବେ ବିବାଦୀୟ ଦମ୍ପତି ବର୍ଷା ପ୍ରିୟଦର୍ଶିନୀ (Varsha Priyadarshini) ଓ ଅନୁଭବ ମହାନ୍ତିଙ୍କ (Anubhav Mohanty) ବୈବାହିକ ବିବାଦ ପୁଣି ଥରେ ଥାନାରେ ପହଞ୍ଚିଛି । ଦୁଇ ଦିନ ତଳେ ସୋସିଆଲ ମିଡ଼ିଆରେ ଭାରରାଲ ହୋଇଥିବା ଏକ ଭିଡିଓକୁ ନେଇ କଟକ ପୁରିଘାଟ ଥାନାରେ ଏକ ଏତାଲା ଦେଇଛନ୍ତି ବର୍ଷା ପ୍ରିୟଦର୍ଶନୀ । ଅନୁଭବଙ୍କ ବିରେଧରେ ବର୍ଷା କରିଥିବା ଏକ ତାଜା ଅଭିଯୋଗକୁ ନେଇ ଶନିବାର ପୋଲିସ ଅନୁଭବଙ୍କ ଘରେ ପହଞ୍ଚିଥିଲା ।
ସେହି ଭିଡିଓରେ ବର୍ଷା ଓ ଅନୁଭବଙ୍କ ଭିତରେ ଯୁକ୍ତିତର୍କ ଓ ଆକ୍ଷେପ-ପ୍ରତିଆକ୍ଷେପ ହେଉଥିବା ଦେଖିବାକୁ ମିଳିଥିଲା (Varsha Anubhav viral video) । ‘‘ଲକ୍ଷେ ବର୍ଷା ଆସିଲେ ବି ମୋତେ ହରେଇ ପାରିବେନି’’ ବୋଲି ବାରମ୍ବାର ଏହି ଭିଡିଓରେ କହୁଥିଲେ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍.ପି. ଅନୁଭବ ମହାନ୍ତି ।
ଏହା ବି ପଢ଼ନ୍ତୁ | ପତି କେତେ ଦରମା ପାଉଛନ୍ତି ତାହା ଜାଣିବାର ଅଧିକାର ପ୍ରତ୍ୟେକ ପତ୍ନୀଙ୍କର ଅଛି; ଆଇନ ଅଧିକାର ଦେଇଛି

ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି (ଫାଇଲ୍ ଫଟୋ)
କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ଘରେ ରହିବାକୁ ଅନୁଭବ ବାଧା ଦେଉଛନ୍ତି ବୋଲି ଏତାଲାରେ ଉଲ୍ଲେଖ କରିଛନ୍ତି ବର୍ଷା। ଅନୁଭବଙ୍କ ସହିତ ତାଙ୍କର ଦୁଇ ଜଣ ସହଯୋଗୀ ସୁଜିତ ଓ ଖଗେନ୍ଦ୍ରଙ୍କ ନାଁ ମଧ୍ୟ ଏତଲାରେ ସେ ଲେଖିଛନ୍ତି । ପୂର୍ବରୁ ଭାଇରାଲ ଭିଡିଓକୁ ନେଇ ସେ ଏତଲା ଦେଇଥିଲେ । ଭିଡିଓ ଭାଇରାଲ କରି ତାଙ୍କ ସମ୍ମାନରେ ଆଞ୍ଚ ଆଣିବାକୁ ଅପଚେଷ୍ଟା କରାଯାଉଛି ବୋଲି ସେ ଅଭିଯୋଗ କରିଥିଲେ ।
ଏହା ବି ପଢ଼ନ୍ତୁ | KBC 12: ତୃତୀୟ କୋଟିପତି ହେଲେ ଅନୁପା ଦାସ; ୧ କୋଟି ଟଙ୍କା ପ୍ରଶ୍ନର ସଠିକ୍ ଉତ୍ତର ଦେଲେ
ନିଜେ ଏସିପି ଓ ପୁରୀଘାଟ ଥାନା ଅଧିକାରୀଙ୍କ ସହ ଜଣେ ମହିଳା ସବ୍-ଇନସ୍ପେକ୍ଟର ଅନୁଭବଙ୍କ ଘରେ ପହଞ୍ଚି ତାଙ୍କ ସହ ଓ ବର୍ଷାଙ୍କ ସହ ପଚରାଉଚରା କରିଥିବା ସୂଚନା ମିଳିଛି । ସୂତ୍ରଙ୍କ ଅନୁସାରେ ପତି ଓ ପତ୍ନୀଙ୍କ ସହ ପୋଲିସର ଏହି ଟିମ୍ ଅଲଗା ଅଲଗା ପଚରାଉଚରା କରିଥିଲା । ଏହା ପ୍ରଥମ ଥର ହେଉଛି ଯେ ବର୍ଷା ଓ ଅନୁଭବଙ୍କ ବିବାଦ ମାମଲାରେ ସେମାନଙ୍କ ଘରକୁ ପୋଲିସର କୌଣସି ବରିଷ୍ଠ ଅଧିକାରୀ ଯାଇ ପଚରାଉଚରା କରିଛନ୍ତି ।

ଅନୁଭବ ଓ ବର୍ଷାଙ୍କ ଘରେ ପହଞ୍ଚିଥିବା ପୋଲିସ ଟିମ୍
ବର୍ଷାଙ୍କ ବେଡ୍ ରୁମ୍ ପାଖରେ ଉଭୟଙ୍କ ମଧ୍ୟରେ ଚାଲିଥିବା ଯୁକ୍ତିତର୍କର ଏହି ଭିଡ଼ିଓଟି ଘର ବାହାରୁ ସୁଟିଂ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଅନୁଭବ ରୁମ୍ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଶୁଣିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଭିଡିଓରେ ବର୍ଷା ଓ ଅନୁଭବ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ବି ଦେଖାଯାଇଥିଲା । ଏହି ଭିଡ଼ିଓଟି ଘର ବାହାରୁ ସୁଟିଂ କରାଯାଇଥିଲା। ଭିଡିଓଟି ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚାରେ ରହିଛି।
ଏହା ବି ପଢ଼ନ୍ତୁ | ପୁରୁଷ ଭାବରେ ଲାଳିତ ପାଳିତ ହୋଇ ବଡ଼ ହୋଇଥିବା ଟ୍ରାନ୍ସଜେଣ୍ଡର ବ୍ୟକ୍ତି ଗର୍ଭବତୀ ହେଲେ; ତାଙ୍କର ଗର୍ଭାଶୟ ମିଳିଲା
‘‘ପୁରୀଘାଟ ଥାନାରେ ଭିଡିଓ ସଂକ୍ରାନ୍ତରେ ଆମେ ଏକ ଅଭିଯୋଗ ପାଇଛୁ । ଆମେ ସେଇଟାକୁ ଭେରିଫାଇ କରୁଛୁ । ଯଦି ସେଥିରେ କେସ୍ ହେଲା ଭଳି କିଛି ପ୍ରମାଣ ମିଳେ ତେବେ ତାହା ଆମ ତଦନ୍ତ ପରିସରଭୁକ୍ତ ହେବ,’’ କହିଛନ୍ତି କଟକ ଅତିରିକ୍ତ ଡିସିପି ତ୍ରିନାଥ ମିଶ୍ର ।
ଭିଡିଓରେ ଅନୁଭବ ସ୍ପଷ୍ଟ ଦେଖାଯାଉଥିଲେ, କିନ୍ତୁ ବର୍ଷାଙ୍କୁ ଦେଖିବାକୁ ମିଳି ନ ଥିଲା । ହେଲେ ବର୍ଷାଙ୍କ କଣ୍ଠ ଓ ତାଙ୍କ କଥା ସ୍ପଷ୍ଟ ଶୁଭୁଥିଲା । ଅନୁଭବଙ୍କ ଅଭିଯୋଗର ଓ ଆକ୍ଷେପର ଉତ୍ତର ଦେଉଥିବା ମହିଳା ଜଣକ ବର୍ଷା ବୋଲି କୁହାଯାଇଥିଲା । ତା’ ଛଡ଼ା ଏହି ଭିଡିଓରେ ଅନୁଭବ ବର୍ଷାଙ୍କ ନାଁ ନେଇ କଥା ହେଉଥିବା ଶୁଣାଯାଇଥିଲା (Varsha Anubhav quarrel video)।
ଏହି ଭିଡିଓର ବାର୍ତ୍ତାଳାପରେ ଆଉ ଜଣେ ମହିଳାଙ୍କ ଉପସ୍ଥିତି ଥିବା ବୁଝାପଡୁଥିଲା । ସେହି ମହିଳାଙ୍କୁ ‘ମ୍ୟାଡାମ୍’ ସମ୍ବୋଧନ କରି ଅନୁଭବ ନିଜ କେସ୍ ସମ୍ପର୍କରେ କିଛି କହୁଥିବା ଶୁଣାଯାଇଥିଲା ।