ଜୁନ ୧୯-୨୬ରେ ସମବାୟ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ କଲେ ସମବାୟ ନିର୍ବାଚନ ଆୟୋଗ

ନିର୍ବାଚନ ମୁହାଁ ସରକାର। ପୌର ପରେ ଏବେ ସମବାୟ ପ୍ରକ୍ରିୟା ଆରମ୍ଭ। ସମବାୟ ନର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଓ ତାଲିମ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଵେଳେ ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ସମବାୟ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସମବାୟ ନିର୍ବାଚନ ଆୟୋଗ।

ଜୁନ ୧୯-୨୬ରେ ସମବାୟ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ କଲେ ସମବାୟ ନିର୍ବାଚନ ଆୟୋଗ

ଜୁନ ୧୯-୨୬ରେ ସମବାୟ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ କଲେ ସମବାୟ ନିର୍ବାଚନ ଆୟୋଗ

  • Share this:
News18 Odia Digital

ଭୁବନେଶ୍ବର: ସମବାୟ ବିଭାଗର ୪୧୫୨ଟି ସମବାୟ ସମିତି, ହସ୍ତତନ୍ତ ଓ ବୟନ ଶିଳ୍ପର ୮୦୩ଟି ସମବାୟ ସମିତି, ମତ୍ସ୍ୟ ସମ୍ପଦର ୧୯୧୨ଟି ସମବାୟ ସମିତି, MSMEର ୨୦୮ ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏଯାଏଁ ୩୦ ଲକ୍ଷ ୯୦ ହଜାର ୧୦୫ ଚାଷୀ ଭୋଟର ଅଛନ୍ତି। କିଛି ଭୋଟର ଲିଷ୍ଟ ଅପଡେଟ ନ ଥିବାରୁ କଟିବା ଆଶଙ୍କା ରହିଛି।

ନିର୍ବାଚନ ମୁହାଁ ସରକାର। ପୌର ପରେ ଏବେ ସମବାୟ ପ୍ରକ୍ରିୟା ଆରମ୍ଭ। ସମବାୟ ନର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଓ ତାଲିମ ନେଇ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଵେଳେ ଆସନ୍ତା ଜୁନ ୧୯ ଓ ୨୬ ତାରିଖରେ ସମବାୟ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ସମବାୟ ନିର୍ବାଚନ ଆୟୋଗ।

୭୦୭୬ ପ୍ରାଥମିକ ସମବାୟ ସମିତିରେ। ନିର୍ବାଚନ ହେବାକୁ ଯାଉଥିବା ବେଳେ ପାଖାପାଖି ୩୦ ଲକ୍ଷ ୯୦ ହଜାର ମେମ୍ବର ଭୋଟ ଦେବ। ପ୍ରାଥମିକ ସମବାୟ ସମିତି ଠାରୁ ଆପେକ୍ସ ବଡି ପର୍ଯ୍ୟନ୍ତ ନିର୍ବାଚନ ସରିବାକୁ ୬ ମାସ ଲାଗିବ। ଏହି ନିର୍ବାଚନ ଦଳୀୟ ଚିହ୍ନରେ ହେଉନଥିଲେ ମଧ୍ୟ ନିଜ ସମର୍ଥୀତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଲାଗିପଡ଼ିଲେଣି ବିଜେଡି ବିଜେପି ଓ କଂଗ୍ରେସ।

ଆସନ୍ତା ଜୁନ୍ ୧୯ ଓ ୨୬ ତାରିଖରେ ୭୦୭୬ ପ୍ରାଥମିକ ସମବାୟ ସମିତି ପାଇଁ ନିର୍ବାଚନ ହେବ। ପ୍ରତି ପ୍ରାଥମିକ ସମବାୟ ସମିତିରୁ ୧୫ ଜଣ ଲେଖାଏଁ ସଦସ୍ୟଙ୍କୁ ନିର୍ବାଚନ କରାଯିବ। ଯେଉଁମାନେ ୧୩୨ଟି କେନ୍ଦ୍ରୀୟ ସମବାୟ ସମିତିର ନିର୍ଦ୍ଦେଶକମାନଙ୍କୁ ନିର୍ବାଚିତ କରିବେ। ପ୍ରତି କେନ୍ଦ୍ରୀୟ ସମବାୟ ସମିତି ଅଧୀନରେ ୧୫ ଜଣ ଲେଖାଏଁ ନିର୍ଦ୍ଦେଶକଙ୍କୁ ନିର୍ବାଚିତ କରାଯିବ। ନିର୍ବାଚିତ ନିର୍ଦ୍ଦେଶକମାନେ ୨୧ଟି ଆପେକ୍ସ ବଡ଼ିର ନିର୍ଦ୍ଦେଶକଙ୍କୁ ନିର୍ବାଚିତ କରିବେ। ପ୍ରତି ଆପେକ୍ସ ବଡ଼ି ଅଧୀନରେ ୨୧ଜଣ ଲେଖାଏଁ ନିର୍ଦ୍ଦେଶକ ନିର୍ବାଚିତ ହେବେ।

ପ୍ରାଥମିକ ସମବାୟ ସମିତି ନିର୍ବାଚନର ତିନି ମାସ ପରେ କେନ୍ଦ୍ରୀୟ ସମବାୟ ସମିତି ନିର୍ବାଚନ ଓ ତାର ୩ ମାସ ପରେ ଆପେକ୍ସ ବଡି ନିର୍ବାଚନ ହେବ। ରାଜ୍ୟ ସରକାରଙ୍କ ୫ଟି ବିଭାଗ ଅଧୀନରେ ସମବାୟ ସମିତିଗୁଡ଼ିକ ରହିଛି। ସେ ଭିତରେ ସମବାୟ ବିଭାଗର ୪୧୫୨ଟି ସମବାୟ ସମିତି, ହସ୍ତତନ୍ତ ଓ ବୟନ ଶିଳ୍ପର ୮୦୩ଟି ସମବାୟ ସମିତି, ମତ୍ସ୍ୟ ସମ୍ପଦର ୧୯୧୨ଟି ସମବାୟ ସମିତି, MSMEର ୨୦୮ ଓ ଆୟୁଷର ଗୋଟିଏ ସମବାୟ ସମିତି ଅଛି। ଏଯାବତ ୩୦ ଲକ୍ଷ ୯୦ ହଜାର ୧୦୫ ଚାଷୀ ଭୋଟର ଅଛନ୍ତି। କିଛି ଭୋଟର ଲିଷ୍ଟ ଅପଡେଟ ନ ଥିବାରୁ କଟିବା ଆଶଙ୍କା ରହିଛି।

ଆସନ୍ତା ଦୁଇ ମାସ ଭିତରେ ୩୮୯୨ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେଇ ଟ୍ରେନିଂ ଦେବେ ଜିଲ୍ଲା ସମବାୟ ନିର୍ବାଚନ ଅଧିକାରୀ। ଏହି ନିର୍ବାଚନ ଅଧିକାରୀମାନେ ସମବାୟ ସମିତିସ୍ତରରେ ବିଜ୍ଞପ୍ତି ପ୍ରକାଶ କରିବେ। ନୋଟିସକୁ ପ୍ରଚାର ପ୍ରସାର ପାଇଁ ବ୍ଲକ ଓ ତହସିଲ କାର୍ଯ୍ୟାଳୟରେ ଲଗାଯିବ। ସେମାନେ ନୂଆ ଭୋଟର ତଥ୍ୟ ମାଗିବାଠାରୁ ଆରମ୍ଭ କରି ନିର୍ବାଚନର ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ନିର୍ବାଚନରେ ଦଳୀୟ ଚିହ୍ନ ରହିବ ନାହିଁ ବୋଲି କହିଛନ୍ତି ରାଜ୍ୟ ସମବାୟ ନିର୍ବାଚନ ଆୟୋଗ ସୁନ୍ଦର ଲାଲ ସିଲ୍ ।

ଏହାକୁ ନେଇ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ବିଧାୟକ ମୋହନ ମାଝି କହିଛନ୍ତି,"ରାଜ୍ୟ ସରକାର ବିଳମ୍ବରେ ସମବାୟ ନିର୍ବାଚନକୁ ଯାଉଛନ୍ତି। ଦୁଇରୁ ଅଢ଼େଇ ବର୍ଷ ବିଳମ୍ବ ହେଲା । ପଞ୍ଚାୟତ ନିର୍ବାଚନ ଓ ମ୍ୟୁନିସିପାଲଟି ନିର୍ବାଚନରେ କଳାଟଙ୍କା ବ୍ୟବହାର କରି ଜିତିଯିବା ପରେ ଏବେ ସମବାୟ ନିର୍ବାଚନ କରିବାକୁ ଯାଉଛନ୍ତି। ବାସ୍ତବିକ ସରକାର ନିଜକୁ ସୁହାଇବା ଭଳି କରୁଛନ୍ତି। ତାଙ୍କ ସପକ୍ଷରେ ଭୋଟ ଯାଇଥିବାରୁ ନିର୍ବାଚନ ପାଇଁ ବ୍ୟଗ୍ର। ନିର୍ବାଚନକୁ ବିଜେପି ବିରୋଧ କରୁନାହିଁ ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି। ନିର୍ବାଚନ ଲଢ଼ିବୁ କିନ୍ତୁ ମନ୍ଦ ଉଦ୍ଦେଶ୍ୟ ନେଇ କି ଦଳୀୟ ଫାଇଦା ପାଇଁ ସମବାୟ ନିର୍ବାଚନ କରନ୍ତୁ ନାହିଁ।’’

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, "୧୪୦ ବର୍ଷର ଦଳ କଂଗ୍ରେସ। ସମବାୟ ନିର୍ବାଚନ ପାଇଁ ଘୋଷଣା କଲେଣି। ପ୍ରବଳ ଟଙ୍କା ଅଛି। ଅଫିସରମାନେ ଜିତେଉଛନ୍ତି। ବାଃ ବାଃ ନେଉଛନ୍ତି। ଭୋଟ କିଣୁଛନ୍ତି। କଂଗ୍ରେସ ସବୁବେଳେ ପ୍ରସ୍ତୁତ। ଘୃଣ୍ୟ ରାଜନୀତି କଂଗ୍ରେସ କରେନି।’’

ବିଜେଡି ସାଂସଦ ମୂନା ଖାଁ କହିଛନ୍ତି, "ସବୁ ନିର୍ବାଚନକୁ ସାମ୍ନା କରିବା ଲାଗି ବିଜେଡି ପ୍ରସ୍ତୁତ ଅଛି । ସମବାୟ ନିର୍ବାଚନକୁ ମଧ୍ୟ ଦଳ ସାମ୍ନା କରିବ। ଦଳରେ ସମବାୟ ବିତ ଅଛନ୍ତି। ନିଶ୍ଚୟ ଭାବରେ ସେମାନେ ସଠିକ ଭାବରେ ନିର୍ବାଚନ ପରିଚାଳନା କରିବେ।’’

ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳାର ସହ ପରିଚାଳନା ହେବ, ସେନେଇ ରାଜ୍ୟ ସମବାୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସବୁ ଜିଲ୍ଲାପାଳଙ୍କୁ ପୂର୍ବରୁ ନିର୍ଦ୍ଦେଶ ନାମା ଜାରି ହୋଇଛି। ସମବାୟ ନର୍ବାଚନ ଆୟୋଗଙ୍କ ସଚିବ ସଚିବ ସବୁ ଜିଲ୍ଲାପାଳଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି ଯେ, ପୌର ନିର୍ବାଚନ ସରିବା କ୍ଷଣି ସମବାୟ ନିର୍ବାଚନ କରାଯିବ। ଏଥିଲାଗି ନିର୍ବାଚନ ଅଧିକାରୀ ନିଯୁକ୍ତି ଓ ସେମାନଙ୍କ ତାଲିମ ସମ୍ପର୍କରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

ସମବାୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ, ପଞ୍ଚାୟତରାଜ ବିଭାଗର ଭିଏଲଡବ୍ଲୁ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ, କୃଷି ବିଭାଗର ଭିଏଲଡବ୍ଲୁ ଓ ମାସ୍ଥ୍ୟ ଓ ପଶୁ ସମ୍ପଦ ବିଭାଗର ପ୍ରାଣୀ ସମ୍ପଦ ନିରିଖିକ୍ଷକ ନିର୍ବାଚନ ଅଧିକାରୀଙ୍କ ପରିଚାଳନା କରିବେ। ସମବାୟ ସମିତିମାନେ ଜିଲ୍ଲା ସ୍ତରୀୟ ସମନ୍ୱୟ ଅଧିକାରୀ ଭାବେ ଅନ୍ୟନ୍ୟା ବିଭାଗ ସହ ସମନ୍ଵୟ ରଖା କରି ସମ୍ମସମନ୍ଵାନ ରଖୟ କରି ନିର୍ବାଚନ କରିବେ। ଏହି ପରିପ୍ରେକ୍ଷୀରେ ନିର୍ବାଚନ କିଭଳି ଶାନ୍ତି ଶୃଙ୍ଖଳା ର ସହ ହେବ, ସେଥିପାଇଁ ଆବଶ୍ୟକ ମାନବ ସମ୍ବଳ ସମ୍ପୃକ୍ତ ସମବାୟ ନିର୍ବାଚନ ପରିଚାଳନା ଅଧିକାରୀମାନଙ୍କୁ ଯୋଗୋଇ ଦେବାଲାଗି ଜିଲ୍ଲାପାଳମାନଙ୍କୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି।
Published by:Lipina Das
First published: