News18 Odia Digital
Cooking Gas Cylinder Price: ତୈଳ କମ୍ପାନୀଗୁଡିକ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରିଛନ୍ତି । ୧୪.୨ କିଲୋଗ୍ରାମ ସିଲିଣ୍ଡର (LPG Cylinder) ର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି । ସେହିଭଳି ୫ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୮ ଟଙ୍କା ବୃଦ୍ଧି କରାଯାଇଛି । ୧୯ କିଲୋଗ୍ରାମ ସିଲିଣ୍ଡର ୩୬.୫୦ ଟଙ୍କା ବୃଦ୍ଧି କରାଯାଇଛି ।
ଦେଶର ବୃହତ୍ତମ ତୈଳ କମ୍ପାନୀ ଆଇଓସି ଅନୁଯାୟୀ ଦିଲ୍ଲୀରେ ସବସିଡି ବିନା ୧୪.୨ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୬୪୪ ଟଙ୍କାକୁ ଆସିଛି । ଏହା କୋଲକାତାରେ ୬୭୦.୫୦ ଟଙ୍କା, ମୁମ୍ବାଇରେ ୬୪୪ ଟଙ୍କା ଓ ଭୁବନେଶ୍ୱରରେ ୬୭୦.୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ଏହାପୂର୍ବରୁ ୧ ଡିସେମ୍ବର ୨୦୨୦ ରେ ଘରୋଇ LPG ଗ୍ୟାସ୍ ସିଲିଣ୍ଡର (LPG Cylinder) ଦରରେ ବୃଦ୍ଧି କରାଯାଇଥିଲା । ୧୯ କିଲୋଗ୍ରାମ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ (Commercial Gas Cyliner Price) ୫୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ତେବେ ଅକ୍ଟୋବର ଓ ନଭେମ୍ବରରେ HPCL, BPCL, IOC LPG ସିଲିଣ୍ଡରର ମୂଲ୍ୟ ପରିବର୍ତ୍ତନ କରିନାହିଁ ।
ସାଧାରଣତ ତୈଳ କମ୍ପାନୀଗୁଡିକ ପ୍ରତ୍ୟେକ ମାସର ପ୍ରଥମ ତାରିଖରେ LPG ର ମୂଲ୍ୟ ସଂଶୋଧନ କରନ୍ତି । କିନ୍ତୁ ଏଥର କିଛି ଅଲଗା ଘଟଣା ଘଟିଗଲା । ୧ ଡିସେମ୍ବରରେ ଆଇଓସି କହିଛି ଯେ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ । ଦିଲ୍ଲୀରେ ଏହାର ମୂଲ୍ୟ କ୍ରମାଗତ ସପ୍ତମ ମାସ ପାଇଁ ୫୯୪ ଟଙ୍କା ରହିଛି । ମାତ୍ର ୮ ଦିନ ପରେ ଇଣ୍ଡିଆନ୍ ଓଏଲ୍ ୱେବସାଇଟରେ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ରୁ ୬୪୪ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ ୧ ଡିସେମ୍ବରରେ ଦେଶର ଚାରୋଟି ମେଟ୍ରୋରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜିର ମୂଲ୍ୟ ଦିଲ୍ଲୀରେ ୫୯୪ ଟଙ୍କା, କୋଲକାତାରେ ୬୨୦.୫୦ ଟଙ୍କା, ମୁମ୍ବାଇରେ ୫୯୪ ଟଙ୍କା ଓ ଚେନ୍ନାଇରେ ୬୧୦ ଟଙ୍କା ବୋଲି ଦର୍ଶାଯାଇଛି । ୯ ଡିସେମ୍ବରରେ ସମାନ ୱେବସାଇଟରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଏଲପିଜିର ମୂଲ୍ୟ ଦିଲ୍ଲୀରେ ୬୪୪ ଟଙ୍କା, କୋଲକାତାରେ ୬୭୦.୫୦ ଟଙ୍କା, ମୁମ୍ବାଇରେ ୬୪୪ ଟଙ୍କା ଓ ଚେନ୍ନାଇରେ ୬୬୦ ଟଙ୍କାକୁ ବୃଦ୍ଧି କରାଯାଇଛି ।
ଏଲପିଜି ସିଲିଣ୍ଡରର ମୂଲ୍ୟ ଯାଞ୍ଚ କରିବାକୁ ହେଲେ ଆପଣଙ୍କୁ ସରକାରୀ ତୈଳ କମ୍ପାନୀର ୱେବସାଇଟକୁ ଯିବାକୁ ପଡିବ । ଏଠାରେ ଥିବା କମ୍ପାନୀଗୁଡିକ ପ୍ରତି ମାସରେ ନୂତନ ହାର ପ୍ରଦାନ କରନ୍ତି | (https://iocl.com/Products/IndaneGas.aspx) ଏହି ଲିଙ୍କରେ ଆପଣ ନିଜ ସହରର ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଯାଞ୍ଚ କରିପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।