ଶିମିଳିପାଳ ଜେନାବିଲ ରେଞ୍ଜ ମଧ୍ୟରେ ହାତୀ ମୃତ୍ୟୁକୁ ନେଇ ତନାଘନା; ବିଧାନସଭାରେ ତଥ୍ୟ ରଖିଲେ ସରକାର

ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ ମଧ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ତନାଘନା । ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ୭୮୪ ହାତୀଙ୍କ ମୃତ୍ୟୁ ହୋଇଛି। ଏଥି ମଧ୍ୟରୁ ୧୭୯ ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି।

ଶିମିଳିପାଳ ଜେନାବିଲ ରେଞ୍ଜ ମଧ୍ୟରେ ହାତୀ ମୃତ୍ୟୁକୁ ନେଇ ତନାଘନା

ଶିମିଳିପାଳ ଜେନାବିଲ ରେଞ୍ଜ ମଧ୍ୟରେ ହାତୀ ମୃତ୍ୟୁକୁ ନେଇ ତନାଘନା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜ ମଧ୍ୟରେ ହାତୀ ମୃତ୍ୟୁ ଘଟଣାକୁ ନେଇ ଆରମ୍ଭ ହୋଇଛି ତନାଘନା । ଘଟଣା ସମ୍ପର୍କରେ ନଭେମ୍ବର ଦୁଇ ତାରିଖରେ ଜଣେ ବନ କର୍ମଚରୀ ଫୋନ ମାଧ୍ୟମରେ ଜଣାଇବା ପରେ ଆରମ୍ଭ ହୋଇଥିଲା ଉଚ୍ଚ ସ୍ତରୀୟ ତଦନ୍ତ । ହାତୀ ମୃତ୍ୟୁ ଘଟଣାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଜଙ୍ଗଲ ଭିତରେ ହାତୀମାନଙ୍କୁ ଆବଧ କରିବା ପାଇଁ ବିଭିନ୍ନ ଯୋଜନା କରାଯାଉଛି । ଅଧିକ ଜଙ୍ଗଲ ସୃଷ୍ଟି କରାଯାଇଛି ଓ ସେହି ଜଙ୍ଗଲରେ ପାଣି ପାଇଁ ପୋଖରୀ ଖନନ କରାଯିବା ସହ ଅନ୍ୟାନ୍ୟ ଆବଶ୍ୟକତା ଗ୍ରହଣ କରାଯାଇଛି, ଯେପରି ସେମାନେ ଖାଇ ପାରିବେ, ହାତୀ ଶିକାର ଖବର ଆସିଲେ, ଯେଉଁ ଉପରୁ ତଳ ଯାଏ କର୍ମଚାରୀ ସମ୍ପୃକ୍ତ ରହୁଛନ୍ତି, ଆମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ ।

ଶିମିଳିପାଳ ହାତୀ ମୃତ୍ୟୁ ଘଟଣାର ତଦନ୍ତ କରାଯାଉଛି । ଯିଏ ସମ୍ପୃକ୍ତ ଥିବେ, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶିମିଳିପାଳ ହାତୀ ମୃତ୍ୟୁ ଅଭିଯୋଗ ନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି," ୭ ତାରିଖରେ ଶିମିଳିପାଳରେ ହାତୀ ମୃତ୍ୟୁ ନେଇ ଖବର ଆସିଥିଲା । ୫୦ ଜଣିଆ ଯାଞ୍ଚ ଦଳ ଗଠନ କରି ଉକ୍ତ ଅଞ୍ଚଳରେ ଖୋଜାଖୋଜି ପରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ମିଳି ନାହିଁ । ସ୍ଥାନୀୟ ବନ କର୍ମଚାରୀଙ୍କୁ ଜେରା ପରେ ହାତୀ ମୃତ୍ୟୁ ଘଟଣା ଘଟିଥିବା ନେଇ ସୁରାକ ମିଳିଛି । କାର୍ଯ୍ୟନୁଷ୍ଠାନ ଭୟରେ ବନ କର୍ମଚାରୀ ମୃତ ହାତୀକୁ ପୋଡ଼ିଥିବା ଜଣାପଡ଼ିଛି । ହାତୀକୁ ପୋଡ଼ିବା ପରେ ରହି ଯାଇଥିବା ହାଡ଼ ଆଦି ଅବଶେଷକୁ ସେମାନେ ନିକଟରେ ଥିବା ଏକ ଜଳ ପ୍ରପାତରେ ପକାଇଥିଲେ । ଏହା ଜଣା ପଡ଼ିବା ପରେ ୩ ବନ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଘଟଣାସ୍ଥଳ ପୁନଶ୍ଚ ଯାଞ୍ଚ ପରେ କିଛି ହାଡ଼ ଖଣ୍ଡ ମିଳିଛି । ଏସବୁ ହାଡ଼କୁ ଯାଞ୍ଚ ଲାଗି OUAT କୁ ନମୁନା ପଠାଯାଇଛି । OUATରୁ ରିପୋର୍ଟ ଆସିବା ପରେ ଘଟଣା ସତ ହୋଇଥିବା ନେଇ ଜଣାପଡ଼ିଲେ ବନ୍ୟପ୍ରାଣୀ ନିରାପତ୍ତା ଆଇନ୍ ଅନୁସାରେ ମାମଲା ରୁଜୁ କରାଯିବ । ଏହାସହ ଘଟଣାର ଅଧିକ ତଦନ୍ତ ଲାଗି ଜଏଣ୍ଟ ଟାସ୍କଫୋର୍ସକୁ ମଧ୍ଯ ଆଜି ଘଟଣା ସ୍ଥଳକୁ ପଠାଯାଇଛି ବୋଲି ସେ କହିଛନ୍ତି ।

ଅନେକ ସମୟରେ ବିଭିନ୍ନ ସ୍ଥାନରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଛି । ଏହାରି ଭିତରେ ବିଧାନସଭାରେ ରାଜ୍ୟ ସରକାରଙ୍କ ତଥ୍ୟ ହାତୀ ମୃତ୍ୟୁର କାରଣ ବାଖାଣିଛି । ବିଧାନସଭାରେ ସରକାରଙ୍କ ତଥ୍ୟ ଅନୁଯାୟୀ ଗତ ୧୦ ବର୍ଷରେ ୭୮୪ ହାତୀଙ୍କ ମୃତ୍ୟୁ ହୋଇଛି । ଏଥି ମଧ୍ୟରୁ ୧୭୯ ହାତୀଙ୍କ ଅସ୍ବାଭାବିକ ମୃତ୍ୟୁ ହୋଇଛି । ଶିକାର, ବିଷ ପ୍ରୟୋଗ, ବିଦ୍ୟୁତ୍ ଆଘାତ, ରେଳ ଦୁର୍ଘଟଣା, ସଡ଼କ ଦୁର୍ଘଟଣାରେ ଏହି ହାତୀଙ୍କ ମୃତ୍ୟୁ ହୋଇଛି। ଗତ ୫ ବର୍ଷ ମଧ୍ୟରେ ୬୧ ଟି ହାତୀ ବିଦ୍ୟୁତ୍ ଆଘାତ ଯୋଗୁଁ ପ୍ରାଣ ହରାଇଛନ୍ତି । ଗତ ୩ ବର୍ଷ ମଧ୍ୟରେ ୬ ଟି ହାତୀ ଶିକାରୀଙ୍କ ଦ୍ଵାରା ମୃତ୍ୟୁ ହୋଇଛି । ୨୦୦୨ ଗଣନା ଅନୁସାରେ ରାଜ୍ୟରେ ୧୮୪୧ ହାତୀ ଥିବା ବେଳେ ୨୦୧୭ ଗଣନା ଅନୁସାରେ ବିଭିନ୍ନ ବନଖଣ୍ଡରେ ୧୯୭୬ ହାତୀ ଥିବା ଜଣାପଡିଛି । ୧୫ ବର୍ଷରେ ୧୩୫ ହାତୀ ସଂଖ୍ୟା ବୃଦ୍ଧି ହୋଇଛି ।
Published by:Soubhagya Mishra
First published: